ପ୍ରଧାନ ମନ୍ତ୍ରୀ ମୋଦିଙ୍କ ୩ ବର୍ଷର ବିଦେଶ ଗସ୍ତରେ ଖର୍ଚ୍ଚ ହୋଇଛି ଏତିକି ଟଙ୍କା

ଭାରତର ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ନେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବହୁ ବିଦେଶ ଗସ୍ତ କରିସାରିଛନ୍ତି । ତାଙ୍କ ବିଦେଶ ଗସ୍ତ ଗୁଡିକ ମଧ୍ୟ ଖୁବ ଚର୍ଚ୍ଚାର ପରିସରକୁ ଆସିଛି । ଏହି ସମୟରେ ବହୁ ଗୁରୁତ୍ୱ ପୁର୍ଣ ଚୁକ୍ତି ମାନ ସ୍ଵାକ୍ଷର କରିଛନ୍ତି । କିନ୍ତୁ ତାଙ୍କର ଏହି ଗସ୍ତ ଗୁଡିକରେ ହେଉଥିବା ଖର୍ଚ୍ଚ ବିଷୟରେ ହୁଏତ ଖୁବ କମ ଲୋକ ଜାଣିଥିବେ । କିନ୍ତୁ ଏ ନେଇ ଏକ ରିପୋର୍ଟ ରାଜ୍ୟସଭା ରେ ବିଦେଶ ରାଜ୍ୟ ମନ୍ତ୍ରୀ ବି. ମୁରଲୀଧରଣ ଦାଖଲ କରିଛନ୍ତି  । ରିପୋର୍ଟ ଅନୁଯାୟୀ ଗତ ୩ ବର୍ଷ ଭିତରେ ଏହି ଗସ୍ତ ଗୁଡିକ ପାଇଁ ପ୍ରାୟ ୨୫୫ କୋଟି ଟଙ୍କା ଖର୍ଚ୍ଚ ହୋଇସାରିଲାଣି ।

pm modi

କେବଳ ୨୦୧୮-୧୯ ଆର୍ଥିକ ବର୍ଷରେ ମୋଦିଙ୍କ ଗସ୍ତରେ ୯୭.୯୧ କୋଟି ଟଙ୍କା ଖର୍ଚ୍ଚ ହୋଇସାରିଲାଣି । କିନ୍ତୁ ୨୦୧୯-୨୦ ବର୍ଷର ବିଲ ଏପର୍ଯ୍ୟନ୍ତ ସାମ୍ନାକୁ ଆସିନାହିଁ । ବିଦେଶ ରାଜ୍ୟମନ୍ତ୍ରୀ ଦାଖଲ କରିଥିବା ଲିଖିତ ଜବାବରେ ଦର୍ଶା ଯାଇଛିକି ୨୦୧୬-୧୭ ବର୍ଷରେ ଚାର୍ଟାର୍ଡ ପ୍ଲେନ ବୁକିଂ ପାଇଁ ମାତ୍ର ୭.୨୭ କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା । ଯେବେକି ଏହି ଖର୍ଚ୍ଚ ପର ବର୍ଷ ପ୍ରାୟ ୧୪ ଗୁଣ ବଢିଯାଇଥିଲା । ଆହୁରି ମଧ୍ୟ ୨୦୧୬-୧୭ ବର୍ଷରେ ହଟଲାଇନ ଖର୍ଚ୍ଚ ୨କୋଟି ୨୪ ଲକ୍ଷ ୭୫ ହଜାର ୪୫୧ ଟଙ୍କା ଥିବା ବେଳେ ଏହାର ପର ବର୍ଷ ଏ ବାବଦରେ ୫୮ ଲକ୍ଷ ଟଙ୍କା ବ୍ୟୟ ହୋଇଥିଲା ।

pm modi

ଏହା ସହ ପଢନ୍ତୁ: ଭାରତୀୟ ହେବାର ଯୋଗ୍ୟତା ହରାଇଲେ ତେଲେଙ୍ଗାନା ବିଧାୟକ ରମେଶ ଚେନ୍ନାମାନେନି

ବିଦେଶ ମନ୍ତ୍ରୀ ସଦନରେ ଏହା ମଧ୍ୟ କହିଛନ୍ତି କି ଭିଭିଆଇପି ଓ ଭିଆଇପି ମାନଙ୍କର ବ୍ୟକ୍ତିଗତ ଗସ୍ତ ପାଇଁ ବାୟୁସେନା ତରଫରୁ ଏୟାରକ୍ରାଫ୍ଟ ବା ହେଲିକପ୍ଟର ଯୋଗାଯାଇଥାଏ । କିନ୍ତୁ ପ୍ରଧାନମନ୍ତ୍ରୀଙ୍କୁ ଅଫିସିଆଲ ଅଧିକାରୀକ ଗସ୍ତ ପାଇଁ ଏହି ଯୋଗାଣ ଗୁଡିକ ମାଗଣା କରାଯାଇଥାଏ । ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ବିଦେଶ ଗସ୍ତ ଖର୍ଚ୍ଚ ନେଇ ବହୁ ବାର ବିରୋଧୀଙ୍କ ତରଫରୁ ସଦନରେ ପ୍ରଶ୍ନ କରାଯାଇଥିଲା । ମୋଦିଙ୍କ ପୂର୍ବ କାର୍ଯ୍ୟକାଳ ସମୟରେ ମଧ୍ୟ ଏ ନେଇ ଅଧିକ ପ୍ରଶ୍ନ କରାଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.