ଦିଲ୍ଲୀରେ ଭୟଙ୍କର ଅଗ୍ନିକାଣ୍ଡ ଘଟଣା: ମୃତ୍ଯୁ ସଂଖ୍ଯା ୨୭କୁ ବୃଦ୍ଧି, ୧୨ ଗୁରୁତର ଆହତ

ନୂଆଦିଲ୍ଲୀ: ଦିଲ୍ଲୀରେ ଭୟଙ୍କର ଅଗ୍ନିକାଣ୍ଡ । ଏପର୍ଯ୍ୟନ୍ତ ୨୭ଜଣଙ୍କ ମୃତଦେହ ଉଦ୍ଧାର । ୧୨ ଜଣ ଗୁରୁତର ଆହତ ହୋଇଛନ୍ତି । ମୃତ୍ୟୁସଂଖ୍ୟା ଆହୁରି ବଢିବା ଆଶଙ୍କା । ଦିଲ୍ଲୀ ମୁଣ୍ଡ୍‌କା ମେଟ୍ରୋ ଷ୍ଟେସନ୍‌ ନିକଟ ଏକ ତିନି ମହଲା ବିଶିଷ୍ଟ ବ୍ୟାବସାୟିକ କୋଠାରେ ଲାଗିଛି ନିଆଁ । ତୁରନ୍ତ ବିଲ୍ଡିଂ ଭିତରୁ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା ।

ନିଆଁକୁ ଆୟତ୍ତ କରିବାକୁ ଦିଲ୍ଲୀ ଅଗ୍ନିଶମ ବାହିନୀ ନିୟୋଜିତ ହୋଇଥିଲା । ସଂଧ୍ୟାରୁ ବିଲ୍ଡିଂରେ ନିଆଁ ଲାଗିଯାଇଥିଲା । ୯ଜଣ ଆହତଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ଏଠାରେ ଅନେକ ଘରୋଇ ସଂସ୍ଥାର ଅଫିସ ରହିଥିଲା । ଏହାସହ କୋଠାରେ ବିଦ୍ୟୁତ ଉପକରଣ ଗୋଦାମ ରହିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.