Below header

ବାଂଲାଦେଶରେ ଡଙ୍ଗାରେ ଲାଗିଲା ନିଆଁ, ୩୨ମୃତ

ଢ଼ାକା : ବାଂଲାଦେଶରେ ଏକ ଡଙ୍ଗାରେ ନିଆଁ ଲାଗି ୩୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୦୦ ରୁ ଅଧିକ ଆହତ ହୋଇଛନ୍ତି । ଏହି ଡଙ୍ଗାରେ ପ୍ରାୟ ୫୦୦ ଯାତ୍ରୀ ଥିଲେ। ଡଙ୍ଗାର ଇଞ୍ଜିନରେ ପ୍ରଥମେ ନିଆଁ ଲାଗିଥିଲା। ଆଗକୁ ଆହୁରି ମୃତ୍ୟୁ ସଂଖ୍ୟା ବଢିପାରେ ବୋଲି କୁହାଯାଉଛି ।

ନଦୀର ମଧ୍ୟ ଭାଗରେ ତିନି ମହଲା ବିଶିଷ୍ଟ ଫେରିରେ ନିଆଁ ଲାଗିଯାଇଥିଲା। ରାତି ଅଧରେ ଲୋକ ଶୋଇଥିବାବେଳେ ନିଆଁ ଲାଗଯାଇଥିଲା। ବହୁ ଲୋକ ନିଆଁରୁ ବର୍ତ୍ତିବା ପାଇଁ ପାଣିକୁ ଡେଇଁପଡିଥିବାବେଳେ କିଛି ଲୋକ କ୍ୟାବିନ ମଧ୍ୟରୁ ବାହାରି ପାରିନଥିଲେ। ଆଗକୁ ଆହୁରି ମୃତ୍ୟୁ ସଂଖ୍ୟା ବଢିପାରେ ବୋଲି ଆଶଙ୍କା କରାଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.