ପୁଣି ମହାମାରୀ କବଳରେ ପ୍ରାଣ ହରାଇଲେ କରୋନା ଯୋଦ୍ଧା, ଚାରି ବର୍ଷର ପୁଅ ଓ ସ୍ୱାମୀଙ୍କୁ ଛାଡ଼ି ଚାଲିଗଲେ ଉପଜିଲ୍ଲାପାଳ

କୋଲକାତା: ମାରାତ୍ମକ କରୋନା ଭାଇରସ ଦେଶରେ କେତେ ଯେ କ୍ଷତି ପହଂଚାଇଲାଣି ତାର କୌଣସି ଠିକଣା ନାହିଁ । ଇଣ୍ଡିଆନ ମେଡିକାଲ ଆସୋସିଏସନ ବା ଆଇଏମଏ ତରଫରୁ ଜାରି ହୋଇଥିବା ରିପୋର୍ଟ ଅନୁଯାୟୀ ଏଯାବତ ଭାରତରେ ଏହି ମାରାତ୍ମକ ଭାଇରସ କାରଣରୁ ୯୦ରୁ ଉର୍ଦ୍ଧ୍ୱ ଡାକ୍ତରଙ୍କ ଜୀବନ ଗଲାଣି । ଏହି ଜୀବନ ନାଶକାରୀ ଭୁତାଣୁ କେତେ ଯେ ପୋଲିସ ଅଫିସରଙ୍କ ଜୀବନ ନେଇ ସାରିଲାଣି ତାର କୌଣସି ଠିକଣା ନାହିଁ । ଏବେ ପରିସ୍ଥିତି ଏମିତି ହୋଇଛିଯେ, ବରିଷ୍ଠ ପ୍ରଶାସନିକ ଅଧିକାରୀ ମାନେ ମଧ୍ୟ ଏଥିରୁ ବାଦ ପଡୁନାହାନ୍ତି । ପଶ୍ଚିମ ବଙ୍ଗ ହୁଗୁଳି ଜିଲ୍ଲା ଚନ୍ଦନ ନଗର ସବଡ଼ିଭିଜନର ଉପଜିଲ୍ଲାପାଳ ଦେବଦତ୍ତା ରାୟଙ୍କର କୋଭିଡ ସଂକ୍ରମଣରେ ମୃତ୍ୟୁ ହୋଇଥିବା ଜଣାଯାଇଛି । ପୂର୍ବରୁ ଦେବଦତ୍ତାଙ୍କ ଠାରେ କରୋନା ଜନିତ ଲକ୍ଷଣ ଦେଖାଯାଇଥିବାରୁ ସେ ହୋମ କ୍ଵରେଣ୍ଟିଂନରେ ଥିଲେ । ରବିବାର ତାଙ୍କ ସ୍ୱାସ୍ଥ୍ୟବସ୍ଥା ଅଧିକ ବିଗିଡି ଯିବାରୁ ତାଙ୍କୁ ସେରାମପୋରସ୍ଥିତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।

କିନ୍ତୁ ସୋମବାର ସକାଳେ ତାଙ୍କ ମୃତ୍ୟୁ ହୋଇଯାଇଥିବା ଜଣାଯାଇଛି । ଦେବଦତ୍ତାଙ୍କ ଏପରି ଅକାଳ ମୃତ୍ୟୁରେ ପଶ୍ଚିମ ବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସମେତ ଅନ୍ୟ ବରିଷ୍ଠ ନେତା ମାନେ ଶୋକ ପ୍ରକାଶ କରିବା ସହିତ ତାଙ୍କ ପରିବାର ବର୍ଗଙ୍କୁ ଗଭୀର ସମବେଦନା ଜଣାଇଛନ୍ତି । ମୁଖ୍ୟମନ୍ତ୍ରୀ ଶ୍ରୀମତୀ ବାନାର୍ଜୀଙ୍କ ଅନୁଯାୟୀ, ରାଜ୍ୟ ଜଣେ ଦକ୍ଷ ପ୍ରଶାସନିକ ଅଧିକାରୀଙ୍କୁ ହରାଇଛି । ପଶ୍ଚିମ ପ୍ରଶାସନିକ ସେବାରେ କାର୍ଯ୍ୟରତ ଥିବା ଏହି ଅଧିକାରୀ ଜଣକ ପ୍ରବାସୀ ଶ୍ରମିକଙ୍କୁ କ୍ଵରେଣ୍ଟିଂନ ସେଣ୍ଟର ନେବା ଆଣିବା କରିବା ଦାୟିତ୍ୱରେ ଥିଲେ । କହିରଖିବା ଉଚିତ ହେବକି, ଦେବଦତ୍ତାଙ୍କ ପରିବାରରେ ତାଙ୍କ ସ୍ୱାମୀଙ୍କ ସମେତ ଏକ ଚାରି ବର୍ଷର ପୁଅ ମଧ୍ୟ ଅଛି । ଏହା ପଶ୍ଚିମ ବଙ୍ଗ ପ୍ରଶାସନିକ ସ୍ତରର ପ୍ରଥମ ମୃତ୍ୟୁ ବୋଲି ଜଣାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.