ମା’କୁ ଖୋଜୁ ଖୋଜୁ ୪ ମହଲାରୁ ଗଳିପଡ଼ିଲା କୁନିଝିଅ, ମୃତ୍ୟୁ ପରେ ବାପା ମା’ କଲେ ଚକ୍ଷୁ ଦାନ
କୋମଳ ଶିଶୁ କନ୍ୟା ଟି ନିଜ ମା କୁ ଖୋଜିବାକୁ ଯାଇ ୪ ମହଲାରୁ ତଳକୁ ଗଳିପଡିଲା .. ଆଉ ତାପରେ ଯାହା ହେଲା ଆପଣ ଠିକ ଅନୁମାନ କରିପାରୁଥିବେ .. ନିଜ ମାକୁ ଖୋଜିବାକୁ ଯାଇ ମୃତ୍ୟୁ ର ପାଖରେ ପହଂଚିଗଲା ..
ଝରକାରୁ ଖସି କୁନି ଝିଅର ମୃତ୍ୟୁ । ଟିକେ ଅସାବଧନତା ପାଇଁ ଚାଲିଗଲା ଏଇ ନିରୀହ କୁନି ଜୀବନ । ପ୍ରଥମେ ଶୋଇକି ଉଠିଲା ପରେ ନିଜ ମା’ କୁ ଖୋଜିଥିଲା .. ପାଖରେ ପାଇନଥିବାରୁ ଖୋଜି ଖୋଜି ଝରକା ପାଖକୁ ଗଲା.. କିନ୍ତୁ ସେ କଣ ଜାଣିଥିଲା.. ଝରକା ପାଖରେ ମୃତ୍ୟୁ ଛକି ରହିଥିଲା । କୋମଳ ଶିଶୁ କନ୍ୟା ଟି ନିଜ ମା କୁ ଖୋଜିବାକୁ ଯାଇ ୪ ମହଲାରୁ ତଳକୁ ଗଳିପଡିଲା .. ଆଉ ତାପରେ ଯାହା ହେଲା ଆପଣ ଠିକ ଅନୁମାନ କରିପାରୁଥିବେ .. ନିଜ ମାକୁ ଖୋଜିବାକୁ ଯାଇ ମୃତ୍ୟୁ ର ପାଖରେ ପହଂଚିଗଲା ..
ଏଘଟଣା ଟି ଆଜି ମୁମ୍ବାଇରେ ହଇଚଇ ସୃଷ୍ଟି କରିଛି …ସୂଚନା ଅନୁସାରେ ନିଜ ଛୋଟ ଝିଅକୁ ଶୁଆଇବାପରେ ସ୍ବାମୀଙ୍କୁ ତଳେ ଛାଡ଼ିବାକୁ ଯାଇଥିଲେ ମାନୀ।ଠିକ୍ ଏତିକି ବେଳେ ଛୋଟ ଝିଅଟି ଉଠି ନିଜ ବାପା ମାଙ୍କୁ ଖୋଜିଥିଲା । ଘର ଭିତରେ ନପାଇବାରୁ ଝରକା ନିକଟକୁ ଯାଇ ଦେଖୁଥିଲା । ଆଉ ହଠାତ ଗୋଡ଼ ଖସିବା କାରଣରୁ କୁନି ଝିଅର ମୃତ୍ୟୁ ହୋଇଛି। ୩୦ ମିନିଟ ପରେ ମାନୀ ନିଜ ସ୍ବାମୀଙ୍କୁ ଛାଡ଼ି ଘରକୁ ଫେରିବା ପରେ ଝିଅକୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଦେଖିଥିଲେ । ସାଙ୍ଗେ ସାଙ୍ଗେ ଡାକ୍ତରଖାନା ନେବା ପରେ ସେଠାରେ ଡାକ୍ତର ନାବାଳିକାକୁ ମୃତ ଘୋଷଣା କରିଥିଲେ । ମୃତ୍ୟୁ ବେଳକୁ କୁନି ଝିଅକୁ ୪ ବର୍ଷ ହୋଇଥିଲା । ତେବେ ମୃତ୍ୟୁ ପରେ ଝିଅର ଆଖି ଦ୍ବୟକୁ ବାପା ମା ଦାନ କରିଦେଇଥିବା ସୂଚନା ମିଳିଛି ।
ଏପରି ଅଭାବନୀୟ ଘଟଣା ମୁମ୍ବାଇ ସ୍ଥିତ ୱାଇ.କେ. ନଗରରେ ଘଟିଛି । ଗତ ମଙ୍ଗଳବାର ସକାଳ ୭.୩୦ ମିନିଟ୍ ରେ ଏହି ଅଘଟଣ ଘଟିଯାଇଛି । ଝିଅ ଶୋଇ ପଡ଼ିବା ପରେ ଉଭୟ ବାପା ମା ବାହାରି ଯାଇଥିଲେ ଓ ସେ ଉଠିବା ଭିତରେ ମାଆ ଆସି ନଥିଲେ , ଯାହା କାରଣରୁ ଟିକେ ଅବହେଳାରୁ ଏତେ ବଡ ଦୁର୍ଘଟଣା ଘଟିଯାଇଛି । ବିଧିର ବିଧାନ ଥିଲା ଏମିତି…ଝରକା ଫାଙ୍କରେ ମା’କୁ ଖୋଜୁ ଖୋଜୁ ୪ ମହଲାରୁ ଗଳିପଡ଼ିଲା କୁନିଝିଅ। ଝରକାରୁ ଗୋଡ଼ ଖସିଯାଇ ମୃତ୍ୟୁ ବରଣ ହୋଇଛି ବୋଲି ପୋଲିସ ପକ୍ଷରୁ ରିପୋର୍ଟରେ ଉଲ୍ଲେଖ କରା ଯାଇଛି । ନିକଟସ୍ଥ ପୋଲିସ ଷ୍ଟେସନରେ ଏନେଇ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇ ଅଧିକ ତଦନ୍ତ ଜାରି ରହିଛି ।
ଦର୍ଶକବଂଧୁ ଯଦି ଆପଣଙ୍କ ଘରେ କେହି ବି ଛୋଟ ଛୁଆ ଅଛନ୍ତି ତେବେ ଭୁଲ୍ ରେ ବି ଘରେ ଏକ ଛାଡି ତାକୁ କୁଆଡେ ଆପଣ ଜାନତୁ ନାହିଁ , କାରଣ ଟିକେ ଅବହେଳାରେ ପିଲାର ଜୀବନ ଚାଲିଯାଇଥିବ.. ପରେ ଆପଣ ଖାଲି ସବୁ ଦେଖିବା ଛଡା ଆଉ କିଛି ବି କରିପାରିବେନି.. ବାପା ମା ଙ୍କ ଏହି ଟିକେ ଅବହେଳା ପାଇଁ ପିଲାଙ୍କ ଜୀବନ ଚାଲିଯିବା ଅତ୍ୟନ୍ତ ନିନ୍ଦନୀୟ କଥା.. ଟେନି ସତର୍କ ରୁହନ୍ତୁ ଆଉ ଦାୟିତ୍ୱବାନ ହୁଅନ୍ତୁ ।