ବାଟ୍‌ଲା ହାଉସ୍‌ ଏନ୍‌କାଉଣ୍ଟର: ଆତଙ୍କୀ ଆରିଜ୍‌ ଖାନଙ୍କ ମୃତ୍ୟୁଦଣ୍ଡକୁ ଆଜୀବନ କାରାଦଣ୍ଡରେ ବଦଳାଇଲେ ଦିଲ୍ଲୀ ହାଇକୋର୍ଟ

ବାଟ୍‌ଲା ହାଉସ୍‌ ଏନ୍‌କାଉଣ୍ଟର ମାମଲାରେ ଦିଲ୍ଲୀ ହାଇକୋର୍ଟ ଗୁରୁବାର ଆତଙ୍କୀ ଆରିଜ ଖାନଙ୍କ ଫାଶୀଦଣ୍ଡକୁ ଆଜୀବନ କାରାଦଣ୍ଡରେ ପରିବର୍ତ୍ତନ କରିଛନ୍ତି। ଦିଲ୍ଲୀ ପୋଲିସ ଇନ୍ସପେକ୍ଟର ଏମ୍‌ସି ଶର୍ମାଙ୍କ ହତ୍ୟା ମାମଲାରେ ଆରିଜ ଖାନଙ୍କୁ ମୃତ୍ୟୁଦଣ୍ଡରେ ଦଣ୍ଡିତ କରାଯାଇଥିଲା।

ବାଟ୍‌ଲା ହାଉସ୍‌ ଏନ୍‌କାଉଣ୍ଟର ମାମଲାରେ ଦିଲ୍ଲୀ ହାଇକୋର୍ଟ ଗୁରୁବାର ଆତଙ୍କୀ ଆରିଜ ଖାନଙ୍କ ଫାଶୀଦଣ୍ଡକୁ ଆଜୀବନ କାରାଦଣ୍ଡରେ ପରିବର୍ତ୍ତନ କରିଛନ୍ତି। ଦିଲ୍ଲୀ ପୋଲିସ ଇନ୍ସପେକ୍ଟର ଏମ୍‌ସି ଶର୍ମାଙ୍କ ହତ୍ୟା ମାମଲାରେ ଆରିଜ ଖାନଙ୍କୁ ମୃତ୍ୟୁଦଣ୍ଡରେ ଦଣ୍ଡିତ କରାଯାଇଥିଲା।

ଜଷ୍ଟିସ ସିଦ୍ଧାର୍ଥ ମୃଦୁଲ ଏବଂ ଜଷ୍ଟିସ ଅମିତ ଶର୍ମାଙ୍କ ବେଞ୍ଚ ଏହି ମାମଲାରେ ଆରିଜ ଖାନଙ୍କୁ ଦୋଷୀ ସାବ୍ୟସ୍ତ କରିବାର ଟ୍ରାଏଲ କୋର୍ଟଙ୍କ ଆଦେଶକୁ ବଳବତ୍ତର ରଖିଛନ୍ତି। ଏକ ରିପୋର୍ଟ ମୁତାବକ, ୨୦୨୧ ମାର୍ଚ୍ଚରେ ଟ୍ରାଏଲ କୋର୍ଟ ଆରିଜଙ୍କୁ ମୃତ୍ୟୁଦଣ୍ଡ ଶୁଣାଇଥିଲେ। ଏହି ସମୟରେ କୋର୍ଟ କହିଥିଲେ ଯେ ଏହି ମାମଲା ରେୟାରେଷ୍ଟ୍‍ ଅଫ୍‌ ରେୟାର୍‌ ଅର୍ଥାତ୍‌ ଦୁର୍ଲ୍ଲଭରୁ ଦୁର୍ଲ୍ଲଭତମ ଅଧୀନରେ ଆସୁଛି।

କହି ରଖୁଛୁ, ୨୦୦୮ ସେପ୍ଟେମ୍ବର ୧୩ରେ ଦିଲ୍ଲୀର ୫ଟି ଜାଗାରେ ବୋମା ବିସ୍ଫୋରଣ ହୋଇଥିଲେ। ଏହି ଜାଗାଗୁଡ଼ିକ ମଧ୍ୟରେ ପାଳିକା ବଜାର, ଗଫାର୍‌ ମାର୍କେଟ୍‌, ଇଣ୍ଡିଆ ଗେଟ୍‌ ଭଳି ଜନଗହଳିପୂର୍ଣ୍ଣ ସ୍ଥାନ ସାମିଲ ଥିଲା। ଏହି ସିରିୟଲ ବିସ୍ଫୋରଣରେ ୩୦ ଜଣଙ୍କ ମୃତ୍ୟୁ ଘଟିଥିଲା ଏବଂ ୧୦୦ରୁ ଅଧିକ ଲୋକ ଆହତ ହୋଇଥିଲେ।

ସେପ୍ଟେମ୍ବର ୧୯ରେ ଏହି ବିସ୍ଫୋରଣ ସହ ଜଡ଼ିତ ଆତଙ୍କବାଦୀ ସଙ୍ଗଠନ ‘ଇଣ୍ଡିଆନ୍‌ ମୁଜାହିଦ୍ଦିନ୍‌’ର ଆତଙ୍କବାଦୀମାନେ ବାଟଲା ହାଉସ୍‌ରେ ଲୁଚି ରହିଥିବା ସୂଚନା ମିଳିଥିଲା। ଏହାପରେ ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ୍‌ ଏକ ଘର ଉପରେ ଚଢ଼ାଉ କରିଥିଲା, ଯାହାପରେ ଏନ୍‌କାଉଣ୍ଟର ଆରମ୍ଭ ହୋଇଥିଲା।

ଇଣ୍ଡିଆନ୍‌ ମୁଜାହିଦ୍ଦିନ୍‌ର ଦୁଇ ଆତଙ୍କବାଦୀ ଆତିଫ୍‌ ଅମିନ୍‌ ଓ ମହମ୍ମଦ ସାଜିଦଙ୍କୁ ବାଟଲା ହାଉସ ଏନକାଉଣ୍ଟରରେ ନିପାତ କରାଯାଇଥିଲା। ଏହି ସମୟ ମଧ୍ୟରେ ହିଁ ଏମ୍‌ସି ଶର୍ମା ପ୍ରାଣ ହରାଇଥିଲେ। ଏଥିରେ ଅନେକ ପୋଲିସ କର୍ମୀ ଆହତ ମଧ୍ୟ ହୋଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.