ଆଜି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ବସିବ ୪୦ ତମ ଜିଏସଟି କାଉନସିଲିଂ ବୈଠକ

ନୂଆଦିଲ୍ଲୀ: ଆଜି ବସିବ ୪୦ ତମ ଜିଏସଟି କାଉନସିଲ ବୈଠକ । କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିବ ବୋଲି ଜଣାଯାଇଛି । ଏହି ବୈଠକରେ ଭିଡିଓ କନଫରେନସିଂ ଜରିଆରେ ସମସ୍ତ ରାଜ୍ୟର ଅର୍ଥମନ୍ତ୍ରୀ ଭାଗ ନେବା ନେଇ କାର୍ଯ୍ୟକ୍ରମ ରହିଛି । ଏଥିରେ ଓଡ଼ିଶା ତରଫରୁ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ମଧ୍ୟ ଯୋଗଦେବେ । କେନ୍ଦ୍ର ମନ୍ତ୍ରୀ ନିର୍ମଳାଙ୍କ ନିକଟରେ ଓଡ଼ିଶାର ଦାବି ରଖିବେ ନିରଞ୍ଜନ ପୂଜାରୀ । ଦେଶରୁ ଲକଡାଉନ ସ୍ଥିତି କୋହଳ ହେବା ପରେ ପ୍ରଥମଥର ଏହି ବୈଠକ ବସିବାକୁ ଯାଉଛି । ଯେଉଁମାନେ ଏଯାବତ ଜିଏସଟି ଫି’ ଦାଖଲ କରି ନାହାନ୍ତି ସେମାନଙ୍କ ପାଇଁ କିଛି ନୂଆ ନିୟମ ଆଣିପାରନ୍ତି କେନ୍ଦ୍ର ସରକାର ।

nirmala

ଲାଗିରହିଥିବା କରୋନା କଟକଣା କାରଣରୁ ବ୍ୟବସାୟୀଙ୍କୁ ଅନେକ କ୍ଷତି ସହିବାକୁ ପଡ଼ିଥିବାରୁ ସେମାନଙ୍କ ପାଇଁ କିଛି ନୂଆ ବ୍ୟବସ୍ଥା କରିପାରନ୍ତି । ବିଶେଷ ଭାବେ କରୋନା ପ୍ରଭାବିତ ରାଜ୍ୟ ଗୁଡିକ ଜିଏସଟି ସୁଧାର ନେଇ କେନ୍ଦ୍ରମନ୍ତ୍ରୀଙ୍କୁ କିଛି ପ୍ରସ୍ତାବ ଦେଇପାରନ୍ତି । ଟ୍ୟାକ୍ସ ବଢ଼ାଇଲେ ବା କମାଇଲେ ଦେଶର ଅର୍ଥନୀତି ଉପରେ କଣ ପ୍ରଭାବ ପଡିବ, ସେନେଇ ବୈଠକରେ ଆଲୋଚନା ହେବ ବୋଲି ଜଣାପଡିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.