ଶୁଣ୍ଢରେ ପାଣି ନେଇ କାହିଁକି ନିଜ ଶରୀର ଉପରେ ଢାଳେ ହାତୀ, କାରଣ ବହୁତ ଆଶ୍ଚର୍ଯ୍ୟଜନକ

ପଶୁମାନଙ୍କ ମଧ୍ୟରେ ହାତୀକୁ ସବୁଠାରୁ ବୃହତ୍ତମ ପଶୁ ବୋଲି ବିବେଚନା କରାଯାଏ । ଯାହାର ଓଜନ ମଧ୍ୟ ବହୁତ ଅଧିକ । ଆପଣ ବି ଅନେକ ଥର ହାତୀ ଦେଖିଥିବେ କିନ୍ତୁ ଆପଣ କେବେ ନୋଟିସ କରିଛନ୍ତି କି ଯେତେବେଳେ ହାତୀମାନେ ପୋଖରୀ ନିକଟକୁ ଯାଆନ୍ତି ସେତେବେଳେ ସେମାନେ ଶୁଣ୍ଢ ସାହାଯ୍ୟରେ ନିଜ ଦେହରେ ପାଣି ଢାଳନ୍ତି । ତେବେ ଏହା ଦେଖି ଆପଣ ଭାବୁଥିବେ ଯେ ଗାଧୋଇବା ପାଇଁ ହାତୀ ଏପରି କରିଥାଏ କିନ୍ତୁ ନା । ଏହା ପଛର କାରଣ ଅତ୍ୟନ୍ତ ଆଶ୍ଚର୍ଯ୍ୟକର ତେବେ ଆସନ୍ତୁ ଜାଣିବା ହାତୀ ଏପରି କାହିଁକି କରିଥାଏ ।

ପ୍ରକୃତି ହାତୀକୁ ଏକ ଚମତ୍କାର ତ୍ୱଚା ଦେଇଛି ଯାହା ସାହାଯ୍ୟରେ ସେ ନିଜ ଶରୀରକୁ ଥଣ୍ଡା ରଖିପାରିବ । ବିଶାଳ ଆକାର ସହିତ ଗରମ ଏବଂ ଶୁଖିଲା ସ୍ଥାନରେ ବାସ କରି ହାତୀର ଚର୍ମ କୁଞ୍ଚିତ ଏବଂ ଏଥିରେ ଗଭୀର ଫାଟ ସୃଷ୍ଟି ହୋଇଥାଏ । ଯେହେତୁ ମଣିଷ ପରି ଏହି ପ୍ରାଣୀଠାରେ ଝାଳ ଗ୍ରନ୍ଥି ନଥାଏ ଯାହା ଦ୍ୱାରା ସେ ନିଜ ତାପମାତ୍ରାକୁ ନିୟନ୍ତ୍ରଣ କରିପାରିବ । କାରଣ କିଛି ପ୍ରାଣୀ ଝାଳ ଦ୍ୱାରା ନିଜ ଶରୀରର ତାପମାତ୍ରାକୁ ନିୟନ୍ତ୍ରଣ କରନ୍ତି ଏବଂ କେତେକଙ୍କର ରକ୍ତ ଶିରା ଚଉଡା ହୋଇଥାଏ । ଆଉ କିଛି ପ୍ରାଣୀ ଶୀଘ୍ର ଶୀଘ୍ର ନିଶ୍ୱାସ ନେଇ ଏହା କରିବାକୁ ସକ୍ଷମ ହୁଅନ୍ତି ।

ବୈଜ୍ଞାନିକମାନେ ହାତୀ ଚର୍ମର ଏକ କମ୍ପ୍ୟୁଟର ମଡେଲ ବିକଶିତ କରି ଜାଣିବାକୁ ପାଇଥିଲେ କି ହାତୀ ଉପରେ ଯେକୌଣସି ଚାପ ପଡିବା ମାତ୍ରେ ଏହାର ବାହାର ତ୍ୱଚା ବା ଏପିଡର୍ମିସ୍ ଉପରେ ଅଧିକ ଭାବେ ଏକ ଫାଟ ସୃଷ୍ଟି ହୋଇଥାଏ । ହାତୀ ଗତି କଲାବେଳେ ଚର୍ମରେ ଏହି ଫାଟ ସୃଷ୍ଟି ହୁଏ । ତେବେ ତାପମାତ୍ରା ନିୟନ୍ତ୍ରଣରେ ହାତୀ ଶରୀରର ନାଟକୀୟ ପ୍ରଭାବ ରହିଛି । ବାସ୍ତବରେ ଯେଉଁ ଯିବାର ଶରୀର ଯେତେ ବଡ଼ ତାକୁ ତାପମାତ୍ରା ନିୟନ୍ତ୍ରଣ କରିବାକୁ ସେତିକି କଷ୍ଟ ହୋଇଥାଏ । ଯେତେବେଳେ କୌଣସି ପ୍ରାଣୀର ଶରୀର ବୃଦ୍ଧି ପାଇଥାଏ ସେତେବେଳେ ଏହାର ଚର୍ମ ପୃଷ୍ଠର କ୍ଷେତ୍ର ତୁଳନାତ୍ମକ ଭାବରେ କମିଯାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.