ଯୌନ ଶୋଷଣ ଅଭିଯୋଗରେ ଗୁଗୁଲରୁ ତଡ଼ା ଖାଇଲେ ୪୮ ଜଣ

ନୂଆଦିଲ୍ଲୀ : ଗୁଗୁଲରୁ ତଡ଼ା ଖାଇଛନ୍ତି ୪୮ ଜଣ କର୍ମଚାରୀ । କାରଣ ହେଉଛି ଯୌନ ଶୋଷଣ ଅଭିଯୋଗ । ଏହି ୪୮ ଜଣଙ୍କ ମଧ୍ୟରେ ଅଛନ୍ତି ୧୩ ଜଣ ବରିଷ୍ଠ ମ୍ୟାନେଜର । ଏହି ସୂଚନା ଦେଇଛନ୍ତି ଗୁଗୁଲର ମୁଖ୍ୟ କାର୍ଯ୍ୟନିର୍ବାହୀ ସୁନ୍ଦର ପିଚାଇ । କମ୍ପାନୀର ଆଣ୍ଡରଏଡ୍ ମୋବାଇଲ୍ ଅପରେଟିଂ ସିଷ୍ଟମକୁ ତିଆରି କରିଥିବା ଆଣ୍ଡି ରୁବିନଙ୍କ ବିରୋଧରେ ଯୌନ ଶୋଷଣ ଅଭିଯୋଗ ଆସିବା ପରେ ସେ ୨୦୧୪ରେ ସଂସ୍ଥା ଛାଡ଼ିଥିଲେ । ଏହାପରେ ତାଙ୍କର ପରବର୍ତ୍ତୀ ପ୍ରୋଜେକ୍ଟଗୁଡ଼ିକୁ ଭଲ ଭାବେ ଯାଞ୍ଚ କରାଯାଇଥିଲା । ଏହି ଯାଞ୍ଚ ବେଳେ ଅନ୍ୟ ସବୁ ଘଟଣା ସାମନାକୁ ଆସିଥିଲା । ଏଭଳି ଘଟଣା ଯେମିତି ଭବିଷ୍ୟରେ ନଘଟେ ସେଥିପ୍ରତି କମ୍ପାନୀ ଅତ୍ୟନ୍ତ ଗୁରୁତ୍ବ ଦେଉଛି । ତେଣୁ ଏଭଳି କର୍ମଚାରୀ ଓ ଅଧିକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ପୁଚାଇ କହିଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.