ଇସ୍ରୋରେ କାମ କରୁଥିବା ୫ ଯୁବକ କାର ଦୁର୍ଘଟଣାରେ ମୃତ, ଟ୍ରକ ଡ୍ରାଇଭର ଗିରଫ

କେରଳର ଅଲାପୁଝା ଜିଲ୍ଲାରେ ଅମ୍ବାଲାପୁଝା ନିକଟରେ ଟ୍ରକ ଓ କାର ଧକ୍କାରେ ୫ ଜଣ ଯୁବକଙ୍କ ମୃତ୍ୟୁ ହୋଇଛି । ଥିରୁଅନନ୍ତପୁରମରୁ ଫେରୁଥିବା ଏକ ଟ୍ରକ ସହିତ କାର ଧକ୍କା ହୋଇଥିଲା । ଘଟଣାସ୍ଥଳରେ ୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଡାକ୍ତରଖାନାରେ ଆଉ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ଏହି ଦୁର୍ଘଟଣା ପ୍ରାୟ ରାତି ୧.୩୦ ମିନିଟରେ ହୋଇଛି । ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ଲୋକଙ୍କ ପରିଚୟ ମିଳିଛି । ମୃତକମାନେ ISRO ରେ କାମ କରୁଥିଲେ ।

କାରଟି ଥିରୁଅନନ୍ତପୁରମକୁ ଯାଉଥିବା ବେଳେ ଟ୍ରକଟି ଆନ୍ଧ୍ରପ୍ରଦେଶରୁ ଅଲପୁଝାକୁ ଯାଉଥିଲା। ଟ୍ରକରେ ଚାଉଳ ଲଦା ଯାଇଥିଲା । ଖବର ମୁତାବକ, କାର ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ସମସ୍ତ ବ୍ୟକ୍ତି ଇସ୍ରୋରେ କାମ କରୁଥିଲେ। ଇସ୍ରୋ କ୍ୟାଣ୍ଟିନରେ କାମ କରୁଥିଲେ । ଏମାନଙ୍କର ନାମ ପ୍ରସାଦ, ସିଜୁ, ଅମଲ, ସଚିନ, ସୁମୋଦ ବୋଲି ଜଣାପଡିଛି । ମୃତକ ସମସ୍ତେ ଥିରୁଅନନ୍ତପୁରମର ବାସିନ୍ଦା ବୋଲି ଜଣାପଡିଛି । ମୃତକଙ୍କ ଶବକୁ ଅଲପୁଝା ମେଡିକାଲ କଲେଜ ହସପିଟାଲରେ ବ୍ୟବଚ୍ଛେଦ ପାଇଁ ରଖାଯାଇଛି । ଘଟଣାରେ ଟ୍ରକ ଡ୍ରାଇଭର ଏବଂ ହେଲପରକୁ ପୋଲିସ ଗିରଫ କରିଛି ।

ତେବେ କେରଳରେ ଦିନକୁ ଦିନ ଦୁର୍ଘଟଣା ମାମଲାରେ ବଢିବାରେ ଲାଗିଛି। ସଡ଼କ ଦୁର୍ଘଟଣାରେ ଅଧିକ ଲୋକ ମୃତ୍ୟୁବରଣ କରୁଛନ୍ତି । କେରଳରେ ଦୁର୍ଘଟଣାରେ ଗୁରୁତର ଆହତ ହୋଇ ୧୦ ପ୍ରତିଶତ ଲୋକ ମୃତ୍ୟୁବରଣ କରୁଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.