ଅଷ୍ଟ୍ରେଲିଆ: ରସେଲ୍‌ ଆଇଲାଣ୍ଡରେ ଭୟଙ୍କର ଅଗ୍ନିକାଣ୍ଡ, ନିଆଁରେ ପୋଡ଼ି ହୋଇ ବାପା ସହିତ ୫ ନାବାଳକ ପୁଅଙ୍କ ମୃତ୍ୟୁ

ଅଷ୍ଟ୍ରେଲିଆର ରସେଲ୍‌ ଆଇଲାଣ୍ଡରେ ରବିବାର ଏକ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଏଠାରେ ନିଆଁରେ ପୋଡ଼ି ହୋଇ ବାପା ସହିତ ୫ ନାବାଳକ ପୁଅଙ୍କ ମୃତ୍ୟୁ ହୋଇଛି। ପୋଲିସ ଏହି ଘଟଣାକୁ ବିନାଶକାରୀ ବୋଲି କହିଛି।

ଅଷ୍ଟ୍ରେଲିଆର ରସେଲ୍‌ ଆଇଲାଣ୍ଡରେ ରବିବାର ଏକ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଏଠାରେ ନିଆଁରେ ପୋଡ଼ି ହୋଇ ବାପା ସହିତ ୫ ନାବାଳକ ପୁଅଙ୍କ ମୃତ୍ୟୁ ହୋଇଛି। ପୋଲିସ ଏହି ଘଟଣାକୁ ବିନାଶକାରୀ ବୋଲି କହିଛି। ମିଳିଥିବା ସୂଚନା ଅନୁସାରେ, ବ୍ରିସ୍‌ବେନ ନିକଟ ରସେଲ୍‌ ଆଇଲାଣ୍ଡରେ ଥିବା ଏକ ଘରେ ରବିବାର ସକାଳୁ ନିଆଁ ଲାଗିଥିଲା। ନିଆଁ ଏତେ ଭୟଙ୍କର ଥିଲା ଯେ ପୂରା ଘରଟି ଜଳି ଛାରଖାର ହୋଇଯାଇଛି। ଏହି ଦୁର୍ଘଟଣାରେ ପତ୍ନୀ ରକ୍ଷା ପାଇଯାଇଛନ୍ତି।

୨୮ ବର୍ଷୀୟା ମହିଳାଙ୍କୁ ଉତ୍ତମ ଚିକିତ୍ସା ଲାଗି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ପୋଲିସ କହିଛି ଯେ ମହିଳାଙ୍କ ସ୍ଥିତି ସଙ୍କଟାପନ୍ନ ରହିଛି। ଘର ଜଳିପୋଡ଼ି ପାଉଁଶ ହୋଇଯାଇଛି। ଏହି ଅଗ୍ନିକାଣ୍ଡରେ ୬ ଜଣ ଜୀବନ୍ତ ଦଗ୍ଧ ହୋଇଛନ୍ତି। ଏଥି ମଧ୍ୟରେ ୩୪ ବର୍ଷୀୟ ବ୍ୟକ୍ତି ଏବଂ ତାଙ୍କର ୫ ପୁଅ ଅଛନ୍ତି। ପୁଅମାନଙ୍କ ବୟସ ୩ରୁ ୧୧ ବର୍ଷ ମଧ୍ୟରେ ହେବ ବୋଲି କୁହାଯାଉଛି।

ସୂଚନା ଅନୁସାରେ, ନିଆଁ ଲାଗିବାର କାରଣ ଏ ପର୍ଯ୍ୟନ୍ତ ଜଣାପଡ଼ିନାହିଁ। ଏହି ଘଟଣା ଅତ୍ୟନ୍ତ ଦୁଃଖଦାୟକ ରହିଛି। ଏଥିରେ ଅନ୍ୟ ୯ ଜଣ ଲୋକ ମଧ୍ୟ ଆହତ ହୋଇଛନ୍ତି। ନିଆଁକୁ କାବୁ କରିବା ପାଇଁ ପ୍ରାୟ ୨୦ଟି ଅଗ୍ନିଶମ ଗାଡ଼ି ମୁତୟନ ଅଛି।

କହି ରଖୁଛୁ, ରସେଲ୍‌ ଆଇଲାଣ୍ଡ ପ୍ରାୟ ୩ କିଲୋମିଟର ଚଉଡ଼ା ଏବଂ ୮ କିଲୋମିଟର ଲମ୍ବା। ଉତ୍ତର ଷ୍ଟ୍ରାଡ୍‌ବ୍ରୋକ୍‌ ଦ୍ୱୀପ ଏବଂ କ୍ୱିନ୍ସଲାଣ୍ଡର ମୁଖ୍ୟ ଭୂମି ମଧ୍ୟରେ ଏହା ଅବସ୍ଥିତ। ଏହି ଅଞ୍ଚଳର ଲୋକସଂଖ୍ୟା ହେଉଛି ପ୍ରାୟ ୩,୭୦୦। ସ୍ଥାନୀୟ ଲୋକଙ୍କ କହିବା ହେଲା, କ୍ଷତିଗ୍ରସ୍ତ ଘରଟି ସହରର କେନ୍ଦ୍ରଠାରୁ ବହୁତ ଦୂରରେ ନ ଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.