ତାମିଲନାଡୁରେ ହାଇ ଆଲର୍ଟ, ପଶି ଆସିଛନ୍ତି ୬ ଆତଙ୍କବାଦୀ

ତାମିଲନାଡୁରେ ପ୍ରବେଶ କରିଛନ୍ତି ୬ ଆତଙ୍କବାଦୀ। କୋଏମ୍ବାଟୁରକୁ ଏହି ଆତଙ୍କବାଦୀମାନେ ପଶିଥିବାର ସୂଚନା ମିଳିଛି। ଶୀଲଙ୍କା ପଟୁ ୬ ଲସ୍କର ଆତଙ୍କବାଦୀ ତାମିଲନାଡୁ କୋଏମ୍ବାଟୁରରେ ଅନୁପ୍ରବେଶ କରିଛନ୍ତି। ଏହର ସୂଚନା ଗୁଇନ୍ଦା ବିଭାଗ ମିଳିବା ପରେ ରାଜ୍ୟର ସମସ୍ତ ସହରରେ ହାଇ ଆଲର୍ଟ ଜାରି କରାଯାଇଛି। ଏଥି ସହିତ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି। ଜନ ଗହଳି ପୁର୍ଣ୍ଣ ସପିଂ ମଲ,ଷ୍ଟେଶନ,ବସଷ୍ଟାଣ୍ଡ ଇତ୍ୟାଦିର ସୁରକ୍ଷା ବ୍ୟବସ୍ଥା ବଢାଇଦିଆଯାଇଛି। ଏହା ସହ ସହରକୁ ଯିବା ଆସିବା କରୁଥିବା ବିଭିନ୍ନ ଗାଡି ଗୁଡିକୁ ତନ ତନ କରି ଜାଞ୍ଚ କରାଯାଉଛି। ବାହାରୁ ଆସିଥିବା ଲୋକଙ୍କ ପରିଚୟକୁ ମଧ୍ୟ ଗୋଟି ଗୋଟି କରି ଯାଞ୍ଚ କରୁଛି ପୋଲିସ। ସ୍ଥାନେ ସ୍ଥାନେ ସୁରକ୍ଷାବାହିନୀ ମୂତୟନ ହୋଇ ପରିସ୍ଥିତି ଉପରେ ନଜର ରଖିଛନ୍ତି।

ଆହୁରି ପଢନ୍ତୁ: ଟ୍ରାଫିକ ପୋଲିସଙ୍କ ମହାନ କାମ, ‘ପୋଲିସ ପାଠଶାଳା’ ନାମରେ ପିଲାଙ୍କୁ ଦେଉଛନ୍ତି ମାଗଣାରେ ଶିକ୍ଷାଦାନ

ଗୁଇନ୍ଦା ସୂଚନା ଅନୁସାରେ ରାଜ୍ୟର ଗୁରୁତ୍ୱପୂର୍ଣ୍ଣ ସୁରାକ୍ଷା କେନ୍ଦ୍ର, ପୂଜା କେନ୍ଦ୍ର, ପର୍ଯ୍ୟଟନ ସ୍ଥଳି ଏବଂ ବିଦେଶ ଦୂତାବାସ ଆତଙ୍କବାଦୀଙ୍କ ଟାର୍ଗେଟରେ ରହିଛି ।ଅନୁପ୍ରବେଶର ସୂଚନା ମିଳିବା ପରେ ସବୁ ଜିଲ୍ଲା ଏବଂ ସମୁଦ୍ରକୂଳିଆ ଅଞ୍ଚଳରେ ସୁରକ୍ଷାକୁ କଡା କରାଯାଇଛି । ଅଧିକାରୀମାନେ ବିଭିନ୍ନ ବନ୍ଦର ଉପରେ ନଜର ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହି୬ଆତଙ୍କବାଦୀଙ୍କ ମଧ୍ୟରୁ ଜଣେ ପାକିସ୍ତାନୀ ଆତଙ୍କବାଦୀ ଥିବାବେଳେ ଆଉ ଜଣେ ଶ୍ରୀଲଙ୍କାର ତାମିଲ ଆତଙ୍କବାଦୀ ରହିଥିବା ଗୁଇନ୍ଦାକୁ ସୂଚନା ମିଳିଛି ।