ଭାରତ-ଇଣ୍ଡିଜ୍ ପ୍ରଥମ ଟେଷ୍ଟ : ଭାରତର ପ୍ରଥମ ଇନିଂସ୍ ୨୯୭ ରନ୍ରେ ଶେଷ

ନର୍ଥ ସାଉଣ୍ଡ ଠାରେ ଚାଲିଥିବା ପ୍ରଥମ ଟେଷ୍ଟରେ ଭାରତ ୨୯୭ ରନ୍ କରି ତାର ପ୍ରଥମ ଇନିଂସ୍ ଶେଷ କରିଛି । ଆଜି ଦ୍ୱିତୀୟ ଦିନରେ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ୫୮ ରନ୍ କରି ଅନ୍ତିମ ବ୍ୟାଟ୍ସମ୍ୟାନ୍ ଭାବେ ଆଉଟ୍ ହୋଇଥିଲେ । ଗତକାଲି ପ୍ରଥମ ଦିବସ ଖେଳ ଶେଷ ସୁଦ୍ଧା ଭାରତ ୬ ଓ୍ଵିକେଟ୍ ହରାଇ ୨୦୩ ରନ୍ କରିଥିଲା । େଓ୍ଵଷ୍ଟଇଣ୍ଡିଜ୍ ପକ୍ଷରୁ ରୋକ ୪ଟି ଓ ଗାବ୍ରିଏଲ୍ ୩ଟି ଓ୍ଵିକେଟ୍ ଦଖଲ କରିଛନ୍ତି ।
ଭାରତ ପ୍ରଥମ ଇନିଂସ୍- ୨୯୭ ରନ୍ (୯୬.୪ ଓଭର) । ରାହୁଲ ୪୪, ରାହାଣେ ୮୧, ବିହାରୀ ୩୨, ପନ୍ତ ୨୪, ଜାଡେଜା ୫୮) ।