ପଶ୍ଚିମବଙ୍ଗ: ଗଙ୍ଗାସାଗର ନିକଟ ସମୁଦ୍ରରେ ଫସିଲେ ୬୦୦ ତୀର୍ଥଯାତ୍ରୀ; ଉଦ୍ଧାର ଅଭିଯାନ ଜାରି…

ପଶ୍ଚିମବଙ୍ଗର ଗଙ୍ଗାସାଗର ନିକଟ ସମୁଦ୍ରରେ ରବିବାର ରାତିରେ ୬୦୦ ତୀର୍ଥଯାତ୍ରୀଙ୍କ ଜୀବନ ବିପଦ ମୁଖରେ ପଡ଼ିଥିଲା। ସ୍ଥାନୀୟ ପ୍ରଶାସନିକ ଅଧିକାରୀମାନେ କହିଛନ୍ତି କି, ଗତକାଲି ରାତିରେ ସମୁଦ୍ରରେ ଫସି ରହିଥିବା ପ୍ରାୟ ୬୦୦ ତୀର୍ଥଯାତ୍ରୀଙ୍କୁ ଉଦ୍ଧାର କରାଯାଉଛି। ରେସ୍‌କ୍ୟୁ ଅପରେସନ ଜାରି ରହିଛି।

ସମସ୍ତ ତୀର୍ଥଯାତ୍ରୀ ହୁଗୁଳି ନଦୀ ଏବଂ ବଙ୍ଗୋପସାଗରର ସଙ୍ଗମସ୍ଥଳ ଗଙ୍ଗାସାଗର ଆଡ଼କୁ ଯାଉଥିଲେ। ଏହି ସମୟରେ ସେମାନଙ୍କ ଡଙ୍ଗା ସମୁଦ୍ରର ଉଚ୍ଚ ଲହରୀ ଏବଂ ଘନ କୁହୁଡ଼ି ଯୋଗୁ କାକଦ୍ୱୀପ ପାଖରେ ଫସି ଯାଇଥିଲା।

ହିନ୍ଦୁ ଧର୍ମରେ ଗଙ୍ଗାସାଗରର ସ୍ୱତନ୍ତ୍ର ମହତ୍ତ୍ୱ ରହିଛି। ମକର ସଂକ୍ରାନ୍ତିରେ ଗଙ୍ଗାସାଗରରେ ବୁଡ଼ ପକାଇବାର ମାନ୍ୟତା ରହିଆସିଛି। ପ୍ରତ୍ୟେକ ବର୍ଷ ସାରା ଦେଶରୁ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ମକର ସଂକ୍ରାନ୍ତିରେ ଗଙ୍ଗାସାଗର ବୁଡ଼ ପକାଇବାକୁ ଏଠାକୁ ଆସିଥାଆନ୍ତି।

ଗଙ୍ଗାସାଗର ପଶ୍ଚିମବଙ୍ଗର ଦକ୍ଷିଣ ୨୪ ପରଗନା ଜିଲ୍ଲାରେ ରହିଛି। ଅଧିକାରୀମାନଙ୍କ ମୁତାବକ, ଭାରତୀୟ ତଟରକ୍ଷୀ ବାହିନୀ ଫସି ରହିଥିବା ସମସ୍ତ ଯାତ୍ରୀଙ୍କୁ ବଞ୍ଚାଇବା ପାଇଁ ଡଙ୍ଗା ମୁତୟନ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.