Below header

ବିମାନରେ ପୁରୁଷ ଆଟେଣ୍ଡାଣ୍ଟଙ୍କୁ କିସ୍‌ କଲେ ନିଶାରେ ଚୁର୍‌ ଥିବା ବୟସ୍କ ବ୍ୟକ୍ତି, କହିଲେ ‘ତୁମେ ବହୁତ ସୁନ୍ଦର’

ବିମାନ ଭିତରେ ପୁରୁଷ କ୍ୟାବିନ କ୍ରୁ ସଦସ୍ୟଙ୍କୁ କିସ୍‌ କଲେ ୬୧ ବର୍ଷୀୟ ବ୍ୟକ୍ତି । ନିଶାରେ ଚୁର ଥାଇ ଭୁଲିଗଲେ ହିତାହିତ ଜ୍ଞାନ । ଆଲାସ୍କା ଯାଉଥିବା ବିମାନରେ ଘଟିଛି ଏମିତି ଘଟଣା ।

ଗତ କିଛିଦିନ ହେଲାଣି ବିମାନରେ ବିଭିନ୍ନ ପ୍ରକାରର ଅମାନବୀୟ କାଣ୍ଡ ଘଟଣା ଘଟିଛି । ବିମାନରେ ପରିସ୍ରାକାଣ୍ଡରୁ ଆରମ୍ଭ କରି ଅସଦାଚରଣ ଭଳି ମାମଲା ସାମ୍ନାକୁ ଆସିଛି । ଏହାମଧ୍ୟରେ ଏକ ନୂଆ ଘଟଣା ଘଟିଛି । ଜଣେ ଯାତ୍ରୀ ପୁରୁଷ ଆଟେଣ୍ଡାଣ୍ଟଙ୍କୁ ଜବରଦସ୍ତ କିସ୍‌ କରିଛନ୍ତି । ଆମେରିକାର ଆଲାସ୍କା ଯାଉଥିବା ବିମାନରେ ୬୧ ବର୍ଷୀୟ ବୃଦ୍ଧ ଜଣକ ମଦ୍ୟପାନ କରି ଯାତ୍ରା କରୁଥିଲେ । ବିମାନ ଉଡାଣ ଭରିବା ପରେ ବ୍ୟକ୍ତି ଜଣକ ପୁରୁଷ କ୍ୟାବିନ କ୍ରୁ ସଦସ୍ୟଙ୍କ ସହିତ ଜବରଦସ୍ତ କିସ୍‌ କରିବାକୁ ଉଦ୍ୟମ କରିଥିଲେ ।

ଖବର ମୁତାବକ, ଡେଭିଡ ଏଲନ ବର୍କ ନାମକ ଜଣେ ଯାତ୍ରୀ ୧୦ ଏପ୍ରିଲରେ ମିନେସୋଟାରୁ ଆଲସ୍କା ଯାଉଥିଲେ । ଡେଭିଡ ବିଜନେସ ଫାଷ୍ଟ କ୍ଲାସରେ ଯାତ୍ରା କରୁଥିଲେ । ଫାଷ୍ଟ କ୍ଲାସରେ ଯାତ୍ରା କରୁଥିବାରୁ ଯାତ୍ରୀଙ୍କୁ ବିମାନରେ ମଦ୍ୟପାନ କରିବାର ଅନୁମତି ଦିଆଯାଇଥିଲା । କିନ୍ତୁ ବୃଦ୍ଧ ଜଣକ ଦରକାର ଠାରୁ ଅଧିକ ମଦ୍ୟପାନ କରିଦେଇଥିଲେ ।

ବିମାନଟି ଉଡାଣ ଭରିବା ପରେ ବୃଦ୍ଧ ଜଣକ ମଦ୍ୟପାନ କରୁଥିବା ବେଳେ ଅଧିକ ପିଇବାକୁ ବାରଣ କରାଯାଇଥିଲା । ଯାହାଦ୍ୱାରା ସେ ରାଗିଯାଇଥିଲେ । ଏହା ପରେ ବିମାନର ପୁରୁଷ କ୍ୟାବିନ କ୍ରୁ ସଦସ୍ୟଙ୍କୁ ସର୍ଭିସ ଦେବା ପାଇଁ ପାଖକୁ ଡାକିଥିଲେ । ଆଉ ତାଙ୍କୁ କିସ୍‌ କରିବାକୁ ଚେଷ୍ଟା କରିଥିଲେ । ପ୍ରଥମେ ଡେଭିଡ କିସ୍‌ କରିବାକୁ କ୍ୟାବିନ କ୍ରୁ ସଦସ୍ୟକୁ ନିବେଦନ କଲେ । ଯେତେବେଳେ ସେ ମନା କଲେ ତାଙ୍କୁ ଜବରଦସ୍ତ କରି କିସ୍‌ କରିଥିଲେ ।

କିସ୍‌ କରିବା ପରେ ଡେଭିଡ ଟ୍ରେରେ ରଖାଯାଇଥିବା ଖାଇବା ନଷ୍ଟ କରିଦେଇଥିଲେ ।

ଘଟଣା ପରେ ବିମାନ ପରିଚାରକ ପଳାଇ ଯାଇଥିଲେ । ବିମାନଟି ଅବତରଣ କରିବା ପରେ ପାଇଲଟ ଜଣକ ଘଟଣା ବିଷୟରେ ଏୟାରପୋର୍ଟରେ ଜଣାଇଥିଲେ । ଏହାପରେ ପଚରାଉଚରା କରିବା ପରେ ଏଫବିଆଇ ଅଧିକାରୀ ଆସି ତାଙ୍କୁ ପଚରାଉଚରା କରିଥିଲେ । କିନ୍ତୁ ବୃଦ୍ଧ ଜଣକ କୌଣସି କଥାକୁ ସ୍ୱୀକାର କରିନଥିଲେ । ଏହି ମାମଲାରେ କୋର୍ଟରେ କେସ୍‌ ଦାୟର କରାଯାଇଥିଲା । ଡେଭିଡଙ୍କୁ ୨୭ ଏପ୍ରିଲରେ ମାରପିଟ୍‌ ଏବଂ ଅପରାଧିକ ମାମଲରେ କୋର୍ଟରେ ହାଜର ହେବାକୁ କୁହାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.