ସୁପ୍ରିମକୋର୍ଟରେ ପହଞ୍ଚିଲା କରୋନା, ଆକ୍ରାନ୍ତ ହେଲେ ୪ ବିଚାରପତି ଏବଂ ୧୫୦ କର୍ମଚାରୀ

କରୋନା ଏବେ ସୁପ୍ରିମକୋର୍ଟରେ । ସୁପ୍ରିମକୋର୍ଟର ୪ ଜଣ ବିଚାରପତିଙ୍କ ସମେତ ୧୫୦ କର୍ମଚାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଆକ୍ରାନ୍ତ ହୋଇଥିବା ଜଣେ ବିଚାରପତି ଜଷ୍ଟିସ ଆର ସୁଭାଷ ରେଡ୍ଡୀଙ୍କ ପାର୍ଟିରେ ଯୋଗ ଦେଇଥିଲେ ।

ସୁପ୍ରିମ୍ କୋର୍ଟର ଚାରିଜଣ ବିଚାରପତି କୋଭିଡ୍ ଆକ୍ରାନ୍ତ । କେବଳ ବିଚାରାପତି ନୁହେଁ ୧୫୦ରୁ ଅଧିକ କର୍ମଚାରୀ ମଧ୍ୟ କରୋନା ଆକ୍ରାନ୍ତ ହୋଇ କ୍ୱାରେଣ୍ଟିନରେ ରହିଛନ୍ତି । ଦେଶରେ କରୋନା କାୟା ବିସ୍ତାର କରିଥିବା ବେଳେ ଏବେ ସୁପ୍ରିମକୋର୍ଟର ଚାରି ଜଣ ବିଚାରପତି କୋଭିଡ୍-୧୯ରେ ସଂକ୍ରମିତ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ଜଣେ ବିଚାରପତି ସମଲିଙ୍ଗୀ ବିବାହ ଉପରେ ହେଉଥିବା ଶୁଣାଣିରେ ମଧ୍ୟ ସାମିଲ ଅଛନ୍ତି ।

ଏହି ମାମଲାର ବିଚାର କରୁଥିବା ପଞ୍ଚମ ଜଜ୍ ପୂର୍ବରୁ ସଂକ୍ରମିତ ଥିଲେ । ସେ ଏବେ ସୁସ୍ଥ ହୋଇଛନ୍ତି । ସମସ୍ତଙ୍କୁ ବିଶ୍ରାମ ନେବା ପାଇଁ ଡାକ୍ତର ପରାମର୍ଶ ଦେଇଛନ୍ତି । ତେଣୁ ସମଲିଙ୍ଗୀ ବିବାହକୁ ନେଇ ଚାଲିଥିବା ମାମଲାର ଶୁଣାଣିକୁ ସ୍ଥଗିତ ରଖା ଯାଇଛି ।

ସୂତ୍ର ଅନୁଯାୟୀ, ଏମାନଙ୍କ ମଧ୍ୟରେ ଜଣେ ବିଚାରପତି ଜଷ୍ଟିସ ଆର ସୁଭାଷ ରେଡ୍ଡୀଙ୍କ ବିଦାୟକାଳୀନ ସମ୍ବର୍ଦ୍ଧନା ପାର୍ଟିରେ ଯୋଗ ଦେଇଥିଲେ । ତା’ ପରେ ସେ କରୋନାରେ ଆକ୍ରାନ୍ତ ହୋଇଛନ୍ତି ।

ସୂଚନା ଅନୁସାରେ, କେବଳ ସୁପ୍ରିମକୋର୍ଟ ବିଚାରପତି ନୁହନ୍ତି କୋର୍ଟର ବହୁ କର୍ମଚାରୀ ମଧ୍ୟ କୋଭିଡ୍-୧୯ରେ ସଂକ୍ରମିତ ହୋଇଛନ୍ତି ।

ତେବେ ଦେଶରେ ଆଜି ୧୦, ୧୧୨ ଜଣ ନୂଆ କରୋନା ଆକ୍ରାନ୍ତ ହୋଇଛନ୍ତି । ଦୈନିକ ସଂକ୍ରମଣ ୫୦୦ ଉପରେ ଟିପିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.