ଇଣ୍ଡୋନେସିଆରେ ୭.୭ ତୀବ୍ରତାର ଭୂମିକମ୍ପ

ଯାକର୍ତ୍ତା : ଇଣ୍ଡୋନେସିଆରେ ଦୁଇ ଦୁଇଥର ବଡ଼ ଧରଣର  ଭୂମିକମ୍ପ । ପ୍ରଥମଟି ୭.୭ ଏବଂ ଦ୍ବିତୀୟଟି ୭.୫ ତୀବ୍ରତା ଥିଲା । ସୁନାମି ସତର୍କତା ଜାରି । ଇଣ୍ଡୋନେସିଆର ସୁଲେୱେସିରେ ଏହି ଭୂମିକମ୍ପ ହୋଇଛି । ଏହି ଅଞ୍ଚଳରେ ଘର ଭାଙ୍ଗିଥିବାର ସୂଚନା ମିଳିଛି । ଏହା ପରେ ପାଣିପାଗ ବିଭାଗ ସୁନାମି ସତର୍କତା ଜାରି କରିବା ସହ ସମୁଦ୍ର କୂଳରେ ବସବାସ କରୁଥିବା ଲୋକଙ୍କୁ ଜାଗା ଛାଡ଼ି ଦେବାକୁ କୁହାଯାଇଛି । ଗତ ଜୁଲାଇ ଏବଂ ଅଗଷ୍ଟ ମାସରେ ହୋଇଥିବା ଭୂମିକମ୍ପରେ ଇଣ୍ଡୋନେସିଆରେ ପ୍ରାୟ ୫୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.