ଭୂକମ୍ପରେ ଥରିଲା ଇରାନ: ୭ଜଣଙ୍କ ମୃତ୍ୟୁ ଓ ୪୪୦ ଆହତ
କେନ୍ୟୁଜ୍(ବ୍ୟୁରୋ): ଭୂକମ୍ପରେ ଥରିଲା ଇରାନ। ଭୂକମ୍ପରେ ୭ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୪୪୦ ଆହତ ହୋଇଛନ୍ତି । ଇରାନ ଉତ୍ତର ପଶ୍ଚିମ ଖୋଏ ସହରରେ ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ତ୍ରୀବତା ଥିଲା ୫ .୯ । ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଇରାନର ଭୂମି ତଳେ ଭୂଗର୍ଭୀୟ ପ୍ଲେଟସ୍ରେ ଫାଟ ସଂଖ୍ୟା ବଢିବାରେ ଲାଗିଛି। ତେଣୁ ଏଠାରେ ଇରାନ ପ୍ରତି ସବୁବେଳେ ଭୂକମ୍ପ ସମ୍ଭାବନା ଅଧିକ ଥାଏ।