ମଣିଷ ମୁଣ୍ଡରେ ଶିଙ୍ଗ ! ଏଭଳି ଘଟଣା ଆଶ୍ଚର୍ଯ୍ୟ ହେଲେ ମଧ୍ୟ ସତ

ଛୋଟବେଳୁ ଆପଣମାନେ ଜେଜେ ବାପା-ଜେଜେ ମାଙ୍କ ଠାରୁ ମଣିଷ ମୁଣ୍ଡରେ ଶିଙ୍ଗ ଉଠିଥିବା କଥା ଶୁଣିଥିବେ। କିନ୍ତୁ ଆପଣ କେବେ ଏଭଳି ଦୃଶ୍ୟ ଦେଖିଛନ୍ତି କି। ବର୍ତ୍ତମାନ କିନ୍ତୁ ଏହି ଦୃଶ୍ୟ ପ୍ରକୃତରେ ଦେଖିବାକୁ ମିଳିଛି। ମଧ୍ୟପ୍ରଦେଶର ସାଗର ଜିଲ୍ଲାରେ ରହୁଥିବା ଜଣେ ବୃଦ୍ଧଙ୍କ ମୁଣ୍ଡରେ ଶିଙ୍ଗ ଉଠିବା ଖବର ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା । ତେବେ ନିଜର ଏହି ସମସ୍ୟା ନେଇ ବୃଦ୍ଧ ବିଭିନ୍ନ ଡାକ୍ତରଖାନା ବୁଲିବା ପରେ ଏବେ ତାଙ୍କର ସଫଳ ଅସ୍ତ୍ରୋପଚାର କରାଯାଇ ଶିଙ୍ଗଟିକୁ ଅପରେସନ କରାଯାଇ କଟାଯାଇଥିା ଜଣା ପଡ଼ିଛି । ବୃଦ୍ଧ ଶ୍ୟାମଲାଲ୍ ଙ୍କ କହିବା ଅନୁଯାୟୀ, କିଛି ବର୍ଷ ତଳେ ତାଙ୍କ ମୁଣ୍ଡରେ ଆଘାତ ଲାଗିଥିଲା । ଯାହାର କିଛି ଦିନ ପରେ ସେହି ସ୍ଥାନରୁ ଶିଙ୍ଗ ଉଠିବା ଆରମ୍ଭ ହୋଇଥିଲା। ଶିଙ୍ଗ ଉଠିବା ଦେଖି ଶ୍ୟାମଲାଲ୍ ଅନେକ ଥର ଏହାକୁ କାଟିଥିଲେ ମଧ୍ୟ ତାହା ବାରମ୍ବାର ବଢ଼ିବାକୁ ଲାଗିଥିଲା ।

ଏହାସହ ପଢନ୍ତୁ: ୧ କୋଟି ଟଙ୍କାରେ ନିଲାମ ହେଲା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଏହି ଫଟୋ, ୫୦୦ ଟଙ୍କା ଥିଲା ମୂଳ ଦାମ୍‌

ପରେ ଡାକ୍ତରଙ୍କୁ ଦେଖାଇବା ପରେ କିଛି ଡାକ୍ତର ଅସ୍ତ୍ରୋପଚାର ପାଇଁ ଅଧିକ ଟଙ୍କା ମାଗୁଥିବା ବେଳେ କିଛି ସମାଧାନର ବାଟ ବାହାର କରି ପାରୁ ନ ଥିଲେ । ଚାରିଆଡ଼ୁ ନିରାଶ ହେବା ପରେ ଶ୍ୟାମଲାଲ ସାଗରର ଭାଗ୍ୟୋଦୟ ତୀର୍ଥ ଡାକ୍ତରଖାନାରେ ଯାଇ ପହଞ୍ଚିଥିଲେ । ସେଠାରେ ଡାକ୍ତର ପୀଡ଼ିତାଙ୍କ ସିଟି ସ୍କାନ କରିବା ସହ ଶିଙ୍ଗଟି ମୁଣ୍ଡର କେତେ ଭିତରକୁ ରହିଛି ତାହା ଦେଖିଥିଲେ । ରିପୋର୍ଟ ଆସିବା ପରେ ଶିଙ୍ଗଟି ବେଶି ଭିତରକୁ ନ ଥିବାରୁ ଡାକ୍ତର ଅସ୍ତ୍ରୋପଚାର କରି ଶିଙ୍ଗଟିକୁ ମୂଳରୁ ବାହାରକୁ ବାହାର କରିଥିଲେ । ଅସ୍ତ୍ରୋପଚାର ପରେ ଶ୍ୟାମଲାଲ୍ ଏବେ ସଂପୂର୍ଣ୍ଣ ସୁସ୍ଥ ଥିବା ଜଣାପଡ଼ିଛି ।