ରିଫାଇନ୍‌ ତେଲ ବଦଳରେ ଇଞ୍ଜିନ୍‌ ଅଏଲରେ ଚିପ୍ସ ଛାଣିଦେଲେ ମହିଳା, ଧୂଆଁ ଯୋଗୁ ଚାଲିଗଲା ଜୀବନ

ବୃଦ୍ଧାବସ୍ଥାରେ ପ୍ରାୟତଃ ଲୋକଙ୍କର ଦୃଷ୍ଟିଶକ୍ତି କମିଯାଏ। ଫଳରେ ସେମାନଙ୍କୁ ଭଲ ଭାବେ ଦିଶେ ନାହିଁ। ଦିଶୁନଥିବାରୁ ଏହି ବୟସରେ ଲୋକମାନେ ଅଧିକ ଭୁଲ କରନ୍ତି। ସେଭଳି ଏକ ଘଟଣା ଦେଖିବାକୁ ମିଳିଛି ଇଂଲଣ୍ଡରେ। ଇଂଲଣ୍ଡରେ ଜଣେ ୭୪ ବର୍ଷୀୟ ମହିଳା ରୋଷେଇ ଘରେ ଖାଇବା ତିଆରି କରିବା ବେଳେ ରିଫାଇନ୍‌ ତେଲ ବଦଳରେ ଇଞ୍ଜିନ୍‌ ଅଏଲରେ ଚିପ୍ସ ଛାଣି ଦେଇଥିଲେ। ସେ ଚିପ୍ସ ଖାଇନଥିଲେ ମଧ୍ୟ ଏହି ଧୂଆଁ ଯୋଗୁ ତାଙ୍କ ଜୀବନ ଚାଲିଯାଇଛି।

cook

ରିପୋର୍ଟ ମୁତାବକ ଇଂଲଣ୍ଡର ଡର୍ବିଶାୟରର ରିପ୍ଲେର କେରୋଲ ଓଲ୍ଡଫିଲ୍ଡ ନାମ୍ନୀ ଜଣେ ୭୪ ବର୍ଷୀୟା ମହିଳା ଖାଇବା ତିଆରି କରିବା ବେଳେ କୁକିଂ ଅଏଲ ବଦଳରେ ଇଞ୍ଜିନ୍‌ ଅଏଲ ବ୍ୟବହାର କରିଦେଇଥିଲେ। ସେ ଏହି ତେଲରେ ଚିପ୍ସ ଛାଣିଥିଲେ। ଇଞ୍ଜିନ୍‌ ଅଏଲ ଯୋଗୁ ଘରଟି ଧୂଆଁରେ ଭର୍ତ୍ତି ହୋଇଯାଇଥିଲା। ମହିଳା ଜଣକ ଏନେଇ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ମାତ୍ର ଆଗ୍ନିକମାନେ ପହଞ୍ଚିବା ବେଳକୁ ମହିଳାଙ୍କ ଅବସ୍ଥା ଗୁରୁତର ହୋଇଯାଇଥିଲା। ବିଷାକ୍ତ ଧୂଆଁ ଯୋଗୁ ସେ ନିଃଶ୍ୱାସ ନେଇ ପାରୁନଥିଲେ।

<p>फायर फाइटर्स वहां पहुंचे जिसके बाद खिड़कियां खोली गई और घर से धुआं निकाला गया। लेकिन इसके बाद महिला की हालत खराब होने लगी। उसे चक्कर आने लगे। <br />
 </p>

ଫାୟାର କର୍ମୀ ପହଞ୍ଚି ଧୂଆଁ ବାହାର କରିବା ସହ ମହିଳାଙ୍କୁ ତୁରନ୍ତ ମେଡିକାଲରେ ଭର୍ତ୍ତି କରିଥିଲେ। ମାତ୍ର ଚିକିତ୍ସାଧୀନ ଅବସ୍ଥାରେ ହିଁ ଗୋଟିଏ ଦିନ ପରେ ମହିଳାଙ୍କର ମୃତ୍ୟୁ ଘଟିଥିଲା। ଇଞ୍ଜିନ୍‌ ଅଏଲ ଧୂଆଁ ଯୋଗୁ ମହିଳାଙ୍କ ମୃତ୍ୟୁ ଘଟିଥିବା ଚିକିତ୍ସା କରୁଥିବା ଡାକ୍ତର କହିଛନ୍ତି। ଧୂଆଁ ଯୋଗୁ ମହିଳାଙ୍କୁ ନିମୋନିଆ ହୋଇଯାଇଥିଲା। ବହୁ ଚେଷ୍ଟା ପରେ ବି ଡାକ୍ତର ତାଙ୍କୁ ବଞ୍ଚାଇପାରିନଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.