ପାକିସ୍ତାନରେ ଯାତ୍ରୀବାହୀ ବସ୍‌ ଉପରେ ଆତଙ୍କୀ ଆକ୍ରମଣ, ୮ ମୃତ, ୨୬ ଆହତ

ପାକିସ୍ତାନରେ ବସ୍‌ ଉପରେ ଆତଙ୍କୀ ଆକ୍ରମଣ ଫଳରେ ୮ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୬ ଜଣ ଆହତ ହୋଇଛନ୍ତି । ଅଜ୍ଞାତ ବନ୍ଧୁକଧାରୀ ବସ୍‌ ଉପରେ ଗୁଳିବର୍ଷା କରିଥିଲେ । ପୋଲିସ ଘଟଣାର ଯାଞ୍ଚ କରୁଛି ।

ପାକିସ୍ତାନର ଗିଲଗିତ ବାଲିସ୍ତାନ ନିକଟରେ ଆତଙ୍କୀ ଆକ୍ରମଣ । ଏହି ଆକ୍ରମଣ କୋହିସ୍ତାନ, ଗିଲଗିତ ବାଲିସ୍ତାନ ରାସ୍ତାରେ ପ୍ରାୟ ୧୫ କିମି ଦୂରରେ ଏକ ଯାତ୍ରୀବାହୀ ବସ୍‌ ଉପରେ ଆକ୍ରମଣ ହୋଇଥିଲା । ବସ୍‌ ଉପରେ ଆକ୍ରମଣ ଫଳରେ ୮ ଜଣ ଲୋକ ମରିଥିବା ବେଳେ ୨୬ ଜଣ ଆହତ ହୋଇଛନ୍ତି । ପୋଲିସ କହିଛି କି, ଅଜ୍ଞାତ ବନ୍ଧୁକଧାରୀ ବସ୍‌ ଉପରେ ଗୁଳି ଚଳାଇଥିଲେ । ଏହି ଘଟଣାର ଯାଞ୍ଚ କରୁଛି ।

ଡେପୁଟି କମିଶନର ସୂଚନା ଦେଇ କହିଛନ୍ତି, ବସ୍‌ ଉପରେ ଆତଙ୍କୀ ଆକ୍ରମଣ ଫଳରେ ୮ ଜଣଙ୍କର ମୃତ୍ୟୁ ହୋଇଛି । ଏଥିରେ ୨ ଜଣ ସୁରକ୍ଷା କର୍ମୀ ସାମିଲ ଥିବା ବେଳେ ଜଣେ ନାଗରିକ ସୁରକ୍ଷା ଅଧିକାରୀ ସାମିଲ ରହିଛନ୍ତି । ଏହାଛଡା ୨୬ ଜଣ ଆହତ ହୋଇଛି । ଶନିବାର ରାତିରେ ଏଭଳି ଘଟଣା ଘଟିଛି ।

ଗିଜରର ଗହକୁଚରୁ ବାହାରିଥିବା ଏକ ଯାତ୍ରୀବାହୀ ବସ୍‌ ଉପରେ ଆକ୍ରମଣ କରିଥିଲେ ଆତଙ୍କୀ । ବସ୍‌ ଉପରେ ଗୁଳିଚାଳନ କରିଥିଲେ । ମୃତକ ୮ ଜଣଙ୍କ ମଧ୍ୟରୁ ୫ ମୃତଦେହର ପରିଚୟ ମିଳିଛି । ଅନ୍ୟ ୩ ଜଣଙ୍କର ପରିଚୟ ମିଳିନାହିଁ । ଆକ୍ରମଣ ପରେ ଆତଙ୍କବାଦୀମାନେ ଘଟଣାସ୍ଥଳରୁ ଖସି ପଳାଇଛନ୍ତି। ଆହତମାନଙ୍କ ମଧ୍ୟରୁ କେତେକଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ମୃତ୍ୟୁସଂଖ୍ୟା ଆହୁରି ବୃଦ୍ଧି ପାଇ ପାରେ।

ଘଟଣାରେ ସେନାର ଦୁଇଜଣ ଯବାନ ସହିଦ ହୋଇଛନ୍ତି । ଆଉ ଜଣେ ବିଶେଷ ସୁରକ୍ଷା କର୍ମୀ ଆହତ ମଧ୍ୟ ହୋଇଛନ୍ତି । ତେବେ ଘଟଣାକୁ ନେଇ ପୋଲିସ ତଦନ୍ତ ଆରମ୍ଭ କରିଛି । ମୃତକ ଏବଂ ଆହତଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.