ବିଲରେ ମିଳିଲା ୮୫ ବର୍ଷୀୟ ବୃଦ୍ଧାଙ୍କ ମୃତଦେହ, ହତ୍ୟା କରିବା ପରେ ଶବ ସହିତ ଦୁଷ୍କର୍ମ କରିଥିଲା ଅଭିଯୁକ୍ତ

ଦୁଷ୍କର୍ମ କରିବାକୁ ମନା କରିବାରୁ ପଥରରେ ଛେଚି ବୃଦ୍ଧାଙ୍କୁ ହତ୍ୟା କଲା ଯୁବକ । ପରେ ମୃତଦେହ ସହିତ କଲା ଦୁଷ୍କର୍ମ । ପୋଲିସ ଯୁବକଙ୍କୁ ଗିରଫ କରିଛି । ଏମିତି ଚାଞ୍ଚଲ୍ୟକର ଘଟଣା କର୍ଣ୍ଣାଟକରେ ଘଟିଛି ।

କର୍ଣ୍ଣାଟକରେ ୮୫ ବର୍ଷୀୟ ମହିଳାଙ୍କ ମୃତଦେହ ସହିତ ଦୁଷ୍କର୍ମ । ଅଭିଯୁକ୍ତ ଜଣକ ପ୍ରଥମେ ମହିଳାଙ୍କୁ ଦୁଷ୍କର୍ମ କରିବାକୁ ଚେଷ୍ଟା କରିଥିଲେ । କିନ୍ତୁ ବୃଦ୍ଧା ଜଣକ ତାଙ୍କୁ ବିରୋଧ କରିବାରୁ ପଥରରେ ମୁଣ୍ଡକୁ ଛେଚି ହତ୍ୟା କରିଥିଲା ଅଭିଯୁକ୍ତ । ଏହା ପରେ ଶବ ସହିତ ଦୁଷ୍କର୍ମ କରିଥିଲେ । ଏଭଳି ହତ୍ୟାକାଣ୍ଡ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି ।

ପୋଲିସ ସୂଚନା ଅନୁସାରେ, ୮୫ ବର୍ଷୀୟ ବୃଦ୍ଧା ଜଣକ ଏପ୍ରିଲ ୧ ତାରିଖରେ ଅରସିକେର ଅଞ୍ଚଳର ଏରେହଲ୍ଲୀ ଗାଁ ନିକଟରେ ଥିବା ଏକ ଖେତରେ କାମ କରିବାକୁ ଯାଇଥିଲେ ଆଉ ଘରକୁ ଫେରିନଥିଲେ । ଘରଲୋକେ ୨ ଏପ୍ରିଲରେ ଥାନାରେ ମାମଲା ରୁଜୁ କରାଇଥିଲେ । ପୋଲିସ ଅଭିଯୋଗକୁ ଆଧାର କରି ଖୋଜାଖୋଜି ଆରମ୍ଭ କରିବା ପରେ ୨ ଏପ୍ରିଲରେ ମହିଳାଙ୍କ ନଗ୍ନ ମୃତଦେହ ବିଲ ପାଖରେ ଥିବା ଏକ ଶୂନଶାନ ସ୍ଥାନରୁ ପାଇଥିଲା । ଯାହାର ମୁଣ୍ଡ ପଥରରେ ଛେଚା ହୋଇଥିଲା । ପୋଲିସ ଛାନଭିନରୁ ଜାଣିବାକୁ ପାଇଲା କି, ଅଭିଯୁକ୍ତ ଜଣକ ଘଟଣା ସ୍ଥଳରେ ବାଇକ ଧରି ବୁଲୁଥିଲା । ତେଣୁ ପୋଲିସ ସନ୍ଦେହ କରି ୩୨ ବର୍ଷୀୟ ମିଥୁନ କୁମାରକୁ ଅଟକ ରଖି ପଚରାଉଚରା କରିବାରୁ ସତ ଜାଣିବାକୁ ପାଇଥିଲା ।

ମହିଳା ଜଣକ ବିଲକୁ କାମ ପାଇଁ ଯାଇଥିବା ବେଳେ ଘର ପାଖର ଯୁବକ ଜଣକ ବାଇକ୍‌ ଯୋଗେ ତାଙ୍କୁ ନେବା ପାଇଁ ଡାକିଥିଲେ । ମହିଳା ଜଣକ ଯୁବକକୁ ଜାଣିଥିଲେ ବୋଲି ବାଇକରେ ବସି ଯାଇଥିଲେ । ଯୁବକ ଜଣକ ମହିଳାଙ୍କୁ ଘରକୁ ନେବା ପରିବର୍ତ୍ତେ ପାଖରେ ଥିବା ଏକ ବିଲକୁ ନେଇଥିଲେ ଓ ତାଙ୍କୁ ଦୁଷ୍କର୍ମ କରିବାକୁ ଉଦ୍ୟମ କରିଥିଲେ । ବୃଦ୍ଧା ଜଣକ ନ ମାନିବାରୁ ଅଭିଯୁକ୍ତ ତାଙ୍କ ମୁଣ୍ଡକୁ ପଥରରେ ଛେଚି ହତ୍ୟା କରିବା ପରେ ମୃତଦେହ ସହିତ ଦୁଷ୍କର୍ମ କରିଥିଲେ ।

ଏହାକୁ ନେଇ ଥାନାଧିକାରୀ ରାଘବେନ୍ଦ୍ରପ୍ରକାଶ କହିଛନ୍ତି, ‘ ଆରମ୍ଭରୁ ଅଭିଯୁକ୍ତ ବିଷୟରେ ଆମକୁ କୌଣସି ସୂଚନା ନଥିଲା। କିନ୍ତୁ ଆମେ ତାଙ୍କୁ ଗିରଫ କରିବାର ସକ୍ଷମ ହୋଇଥିଲୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.