ବାଣ ଫୁଟାଇବାକୁ ଯାଇ ଚାଲିଗଲା ୯ ବର୍ଷ ବାଳକର ଜୀବନ

ନୂଆଦିଲ୍ଲୀ : ଉତ୍ତର ପଶ୍ଚିମ ଦିଲ୍ଲୀରେ ଜଣେ ନଅ ବର୍ଷ ବାଳକର ବାଣ ଫୁଟି ମୃତ୍ୟୁ ହୋଇଛି। ସୂଚନା ମୁତାବକ, ବାଳକଟି ଆତସବାଜିକୁ ଷ୍ଟିଲ ଗ୍ଲାସରେ ଘୋଡାଇ ରଖିଥିବା ପୋଲିସ ସୂଚନା ଦେଇଛି। ରିପୋର୍ଟ ଅନୁଯାୟୀ ପିଲାଟି ଦ୍ୱିତୀୟ ଶ୍ରେଣୀ ଛାତ୍ର ପ୍ରିନ୍ସ ବୋଲି ଜଣାପଡିଛି ।

ଉକ୍ତ ଘଟଣା ସମ୍ପର୍କରେ ଜଣେ ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି, “ପିଲାଟି ଏକ ବାଣରେ ନିଆଁ ଲଗାଇବା ପରେ ସେଥିରେ ଏକ ଷ୍ଟିଲ ଗ୍ଲାସ ଘୋଡାଇ ଦେଇଥିଲା। ଏହାପରେ ଯେତେବେଳେ ବାଣଟି ଫୁଟିଥିଲା ସେତେବେଳେ ଷ୍ଟିଲ ଗ୍ଲାସର ଏକ ଅଂଶ ପିଲାଟି ଦେହରେ ପଶିଯାଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ପିଲାଟିର ମୃତ୍ୟୁ ହୋଇଛି।

ସୂଚନାନୁସାରେ, ଆଲିପୁରର ବଖତରପୁର ଅଞ୍ଚଳରେ ଏଭଳି ହୃଦୟ ବିଦାରକ ଘଟଣା ଘଟିଯାଇଛି। ମୃତକ ପ୍ରିନ୍ସ ତାଙ୍କ ପିତାମାତାଙ୍କ ସହିତ ୟୁନୋ କଲୋନୀରେ ରହୁଥିଲେ। ତାଙ୍କ ବାପା ଏକ ଘରୋଇ ଚାକିରିରେ କାମ କରୁଥିବାବେଳେ ମାଆ କ୍ଷେତରେ କାମ କରନ୍ତି | ପ୍ରିନ୍ସ ଶାନ୍ତି ନିକେତନ ପବ୍ଲିକ୍ ସ୍କୁଲରେ ପଢୁଥିଲେ |

ଉକ୍ତ ଘଟଣାରେ ପୋଲିସ ପୋଷ୍ଟମର୍ଟମ ପରେ ମୃତଦେହକୁ ସମ୍ପର୍କୀୟଙ୍କୁ ହସ୍ତାନ୍ତର କରିଛି। ବର୍ତ୍ତମାନ ଶିଶୁଟି ବାଣ କେଉଁଠୁ ଆଣିଥିଲା ଜାଣିବା ପାଇଁ ପୋଲିସ ତଦନ୍ତ ଚଳାଇଛି। ଏନେଇ ପୋଲିସ ମୃତ ପ୍ରିନ୍ସର ସାଙ୍ଗମାନଙ୍କୁ ଧରି ଦୋକାନିକୁ ଧରିବା ପାଇଁ ଚେଷ୍ଠା ଚଳାଇଛି। ସେହିଭଳି ଦୋକାନରେ ଭୁଲ ଉପାୟରେ ବାଣ ବିକ୍ରି ହେଉଥିବା ନେଇ ସ୍ଥାନୀୟଲୋକ ଦାବି କରିଛନ୍ତି।

ସ୍ଥାନୀୟ ପୋଲିସ ଥାନା ଅଧିକାରୀଙ୍କ କହିବାନୁଯାୟୀ, ପ୍ରିନ୍ସଙ୍କ ପିତାମାତା କାମକୁ ବାହାରିଯିବା ପରେ ସେ ସେହି ଅଞ୍ଚଳର ଏକ ଦୋକାନରୁ ବାଣ କିଣି ସାଙ୍ଗମାନଙ୍କ ସହିତ ଖାଲି ଫ୍ଲାଟକୁ ଯାଇଥିଲେ | ଏହାପରେ ସେଠାରେ ବାଣ ଫୁଟାଇବା ଆରମ୍ଭ କରିଥିଲେ। ବାଣ ଫୁଟିବା ସମୟରେ ପ୍ରିନ୍ସ ଏକ ବାଣ ଉପରେ ଷ୍ଟିଲ ଗ୍ଲାସ ଘୋଡାଇଦେଇଥିଲା କିନ୍ତୁ ହଠାତ ବାଣ ଟି ନଫୁଟିବାରୁ ପ୍ରିନ୍ସ ଦେଖିବାକୁ ଯିବାବେଳେ ହଠାତ ବିସ୍ଫୋରଣ ଘଟିଥିଲା। ଯାହାଫଳରେ ଷ୍ଟିଲ ଗ୍ଲାସର କିଛି ଅଂଶ ପ୍ରିନ୍ସ ଦେହରେ ପସିଯିବା ଦ୍ୱାରା ଘଟଣାସ୍ଥଳରେ ହିଁ ପ୍ରିନ୍ସର ମୃତ୍ୟୁ ହୋଇଛି।

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.