Below header

ଜାତିଗତ ବିରୋଧୀ ଲଢ଼େଇରେ ଏବି ଡିଭିଲିୟର୍ସଙ୍କ ନିଆରା ପଦକ୍ଷେପ, ବିରାଟ କୋହଲି ଓ ୟୁଜବେନ୍ଦ୍ର ଚହଲ ମଧ୍ୟ ଦେଲେ ସାଥ

ବର୍ଣ୍ଣବିଦ୍ୱେଷ ବା ଜାତିଗତ ବିରୋଧୀ ଲଢ଼େଇ ଏବେ କ୍ରିକେଟ ମଇଦାନରେ ପହଞ୍ଚି ଗଲାଣି। ଦକ୍ଷିଣ ଆଫ୍ରିକାର ପୂର୍ବତନ କ୍ୟାପଟେନ ଏବି ଡିଭିଲିୟର୍ସ ଏବେ ଏହା ବିରୋଧରେ ସ୍ୱର ଉଠାଇଛନ୍ତି ଏବଂ ଏକ ଗୀତ ଜାରି କରିଛନ୍ତି। ଏହି ଗୀତ ମାନବଜାତି ଏବଂ ଜାତିଗତ ସମାନତାର ବାର୍ତ୍ତା ଦେଉଛି। ଆଇପିଏଲ-୧୩ରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପାଇଁ ଖେଳୁଥିବା ଡିଭିଲିୟର୍ସ ଏହି ଗୀତର ଏକ ପ୍ରୋମୋ ଇନଷ୍ଟାଗ୍ରାମରେ ପୋଷ୍ଟ କରିଛନ୍ତି।

cv

ଏହାସହିତ ସେ ଗୀତର ଶବ୍ଦକୁ କ୍ୟାପସନରେ ସଜାଇଛନ୍ତି ଏବଂ ଲେଖିଛନ୍ତି କି, ‘Edge We Run Through The Fire We Find The Flame’। ଏହି ଗୀତକୁ ଦକ୍ଷିଣ ଆଫ୍ରିକାର ସିଙ୍ଗର କାରେନ ଜୋଇଡ ଓ ଏଣ୍ଡଲୋଭ ୟୁଥ ଚେୟର ଲେଖିଛନ୍ତି ଏବଂ ଗାଇଛନ୍ତି। ଡିଭିଲିୟର୍ସ ଏହି ପୂରା ଗୀତର ଭିଡ଼ିଓକୁ ଟୁଇଟ କରିଛନ୍ତି। ଏଥିରେ ସେ ଲେଖିଛନ୍ତି, ‘ଆମେ ସମସ୍ତେ ବହୁତ ଅଲଗା। କିନ୍ତୁ ଏକ ସାଥୀରେ ଛିଡ଼ା ହୋଇ ଭଲ ପିକ୍ଚର ତିଆରି କରିଥାଉ’।

xc

ଏହି ଭିଡ଼ିଓରେ ବାଙ୍ଗାଲୋର ଏବଂ ଭାରତୀୟ ଟିମ କ୍ୟାପଟେନ ବିରାଟ କୋହଲି, ୟୁଜବେନ୍ଦ୍ର ଚହଲ ଏବଂ ଡିଭିଲିୟର୍ସଙ୍କ ଦକ୍ଷିଣ ଆଫ୍ରିକା ସାଥୀ ଡେଲ ଷ୍ଟେନ, କାଗିସୋ ରବାଦା, କ୍ରିସ୍ ମୋରିସ ଅଛନ୍ତି। ଡିଭିଲିୟର୍ସଙ୍କ ପୁଅ ମଧ୍ୟ ଗୀତର ପ୍ରାରମ୍ଭରେ ଦେଖିବାକୁ ମିଳିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.