୯୨ ବର୍ଷୀୟ ଏହି ବ୍ୟକ୍ତି ୪୦୦ ଥର କରିସାରିଛନ୍ତି ରକ୍ତାଦନ, ୧୨୦୦ ଲୋକଙ୍କର ବଞ୍ଚାଇଛନ୍ତି ଜୀବନ

ଆମେରିକାରେ ରହୁଥିବା ଏକ ୯୨ ବର୍ଷିୟ ବ୍ୟକ୍ତି ୪୦୦ ଥର ରକ୍ତଦାନ କରି ରେକର୍ଡ ସ୍ରୁଷ୍ଟି କରିଛନ୍ତି। ଆମେରିକାରେ ଲବଲ୍ୟାଣ୍ଡରେ ରହୁଥିବା ୯୨ ବର୍ଷର ରନ ରେଡିଙ୍କର କହିବା କଥା ଯେ ପ୍ରତ୍ୟେକ ଦୁଇ ମାସର ଥରେ ରକ୍ତଦାନ କରନ୍ତି। ଗତ ୬୦ ବର୍ଷ ମଧ୍ୟରେ ୪୦୦ ଥର ରକ୍ତାଦାନ କରି ୧୨୦୦ ଲୋକଙ୍କର ଜୀବନ ବଞ୍ଚାଇଛନ୍ତି। ନିକଟରେ ସେ ୧୮୯ ଲିଟର ବ୍ଲଡ ଡୋନେଟ କରି ରେକର୍ଡ ସ୍ରୁଷ୍ଟି କରିଛନ୍ତି। ଏଥିପାଇଁ ତାଙ୍କୁ ସମ୍ମାନିତ କରାଯାଇଛି।
ସେ ଜଣାଇଛନ୍ତି ଯେ ରକ୍ତଦାନର ଆରମ୍ଭ ୬୦ ଦଶକରୁ କରିଥିଲେ। ସେ ପ୍ରଥମେ ତାଙ୍କ ସାଙ୍ଗକୁ ରକ୍ତ ଦେଇଥିଲେ ସେବେଠାରୁ ହିଁ ସେ ରକ୍ତଦାନ କରିଆସୁଛନ୍ତି। ରକ୍ତଦାନ ସହିତ ସେ ଗତ କିଛି ବର୍ଷ ହେବ ପ୍ଲେଟଲେଟ୍ସ ମଧ୍ୟ ଦାନ କରୁଛନ୍ତି। ସେ କହିଛନ୍ତି ଯେତେ ପର୍ୟ୍ୟନ୍ତ ଜୀବନ ଅଛି ରକ୍ତଦାନ କରୁଥିବି।
ସେ ଏହା ମଧ୍ୟ କହିଛନ୍ତି ନିଜର ଏହି ରେକର୍ଡ ପରେ ରକ୍ତଦାନରେ ନୂଆ ରେକର୍ଡ କରିବାକୁ ଚାହାଁନ୍ତି କାରଣ ଏହାଦ୍ବାରା ନୂତନ ପିଢ଼ି ପ୍ରେରିତ ହୋଇପାରିବେ। ସେ ଚାହାଁନ୍ତି ଯେ ନୂତନ ପିଢ଼ି ମାନେ ଆଗକୁ ବଢ଼ନ୍ତୁ ଏବଂ ଲୋକମାନଙ୍କୁ ସାହାଯ୍ୟ କରି ରେକର୍ଡ ବନାନ୍ତୁ। ଲୋକମାନଙ୍କର ଜୀବନ ବଞ୍ଚାଇ ମୋତେ ଯେଉଁ ଖୁସି ମିଳୁଛି ତାକୁ ମୁଁ ପ୍ରକାଶ ମଧ୍ୟ କରିପାରୁନାହିଁ। ସେ ସବୁଠାରୁ ବୟଷ୍କ ରକ୍ତଦାତା ଭାବେ ରେକର୍ଡ ସ୍ରୁଷ୍ଟି କରିଛନ୍ତି।