ଡାକ୍ତରୀ ପାଠ ପଢ଼ିବାକୁ ଇଚ୍ଛା କରୁ ନ ଥିଲା ଝିଅ, ଗାଳି କରିବାରୁ ମା’କୁ କଲା ହତ୍ୟା, କରାଟେ ବେଲ୍ଟରେ ଚିପି ଦେଲା ତଣ୍ଟି

ନଭି ମୁମ୍ବାଇରେ ଆଶ୍ଚର୍ଯ୍ୟ କରିଦେଲା ଭଳି ଏକ ଘଟଣା ଘଟିଛି। ଏଠାରେ ୧୫ ବର୍ଷୀୟା ଜଣେ ନାବାଳିକା ନିଜ ମା’ଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି। ପାଠପଢ଼ାକୁ ନେଇ ମା’ ଗାଳି କରିବାରୁ ଏଥିରେ ଉତ୍‌କ୍ଷିପ୍ତ ହୋଇ ନାବାଳିକା ଜଣକ ଏଭଳି କାଣ୍ଡ ଘଟାଇଛନ୍ତି। ସେ ନିଜ କରାଟେ ବେଲ୍ଟରେ ୪୨ ବର୍ଷୀୟା ମା’ଙ୍କ ଗଳା ଚିପି ହତ୍ୟା କରିଛନ୍ତି।

ନଭି ମୁମ୍ବାଇର ଏରୋଲୀରେ ରହୁଥିବା ସ୍ୱାମୀ, ସ୍ତ୍ରୀଙ୍କର ପ୍ରବଳ ଇଚ୍ଛା ଥିଲା କି, ତାଙ୍କ ଝିଅ ଡାକ୍ତର ହେଉ। ମେଡିକାଲ ପ୍ରସ୍ତୁତି ପାଇଁ ସେମାନେ ଝିଅକୁ ନିଟ୍‌ କ୍ଲାସେସ୍‌ରେ ମଧ୍ୟ ଭର୍ତ୍ତି କରାଇଥିଲେ। କିନ୍ତୁ ଝିଅର ମନ ପାଠପଢ଼ାରେ ନ ଥିଲା। ପାଠପଢ଼ା ପାଇଁ ତାକୁ ବହୁତ ଗାଳି ଶୁଣିବାକୁ ପଡ଼ୁଥିଲା।

କିଛିଦିନ ତଳେ ଫୋନ୍‌ ଦେଖୁଥିବାରୁ ବାପା ଗାଳି କରିଥିଲେ। ଏଥିରେ ରାଗି ଯାଇ ନାବାଳିକା ଝିଅ ନିଜର ଜଣେ ସମ୍ପର୍କୀୟଙ୍କ ଘରକୁ ଚାଲି ଯାଇଥିଲା। ସେଠାରେ ପହଞ୍ଚି ମା’ ବି ତାକୁ ଆହୁରି ଗାଳି କରିଥିଲେ। ମା’, ଝିଅଙ୍କ ଝଗଡ଼ା ଏତେ ବଢ଼ି ଯାଇଥିଲା ଯେ ଝିଅ, ମା’ ବିରୋଧରେ ପୋଲିସରେ ଅଭିଯୋଗ କରିବାକୁ ପହଞ୍ଚି ଯାଇଥିଲା। କିନ୍ତୁ ପୋଲିସ କାଉନସିଲିଂ କରି ଦୁଇଜଣଙ୍କୁ ଘରକୁ ପଠାଇ ଦେଇଥିଲା। ଘରେ ଯାଇ ପୁଣି ମା’ ଯେତେବେଳେ ଝିଅକୁ ପାଠପଢ଼ା ପାଇଁ ଗାଳି କରିଥିଲେ, ତ ଝିଅ କରାଟେ ବେଲ୍ଟରେ ମା’ର ତଣ୍ଟି ଚିପି ଦେଇଥିଲା।

ତେବେ ଏହି ମାମଲାରେ ଅଭିଯୁକ୍ତା ନାବାଳିକା ପୋଲିସ ନିକଟରେ ନିଜ ଦୋଷ ସ୍ୱୀକାର କରିଥିବା ବେଳେ ପୋଲିସ ତାଙ୍କୁ ଗିରଫ କରି ନେଇଛି। ତାଙ୍କ ବିରୋଧରେ ଆଇପିସି ଧାରା ୩୦୨ ଅନୁସାରେ ମାମଲା ରୁଜୁ ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.