Below header

ଥାନାରେ ବନ୍ଦୀ ଥିବା ଅଭିଯୁକ୍ତର ଗୀତ ହେଲା ଭାଇରାଲ, ଲୋକେ କହିଲେ ଛାଡିଦିଅ ବିଚାରିକୁ

ଉତ୍ତର ପ୍ରଦେଶ ପୋଲିସ ବିଭାଗର  ରାହୁଲ ଶ୍ରବାସ୍ତବ ନାମକ ଜଣେ ଅଧିକାରୀ ତାଙ୍କ ଟ୍ବିଟରରେ ଏକ ଭିଡିଓ  ପୋଷ୍ଟ କରିଛନ୍ତି  । ଏହି  ଭିଡିଓଟି କୌଣସି ଏକ ଥାନା ହାଜତର ଜଣେ ଅଭିଯୁକ୍ତ ଗୀତ ଗାଉଥିବାର ଦେଖିବାକୁ ମିଳିଛି  । ପାଖାପାଖି ୪୬ ସେକେଣ୍ଡର ଏହି ଭିଡିଓରେ ଅଭିଯୁକ୍ତ ଜଣକ ’ମୁଝେ ପିନେ କା ସୌକ  ନେହିଁ ପିତା ହୁଁ ଗମ ଭୁଲାନେ କୋ ’ଗୀତ ଗାଉ ଥିବାର ଦୃଶ୍ୟକୁ ରେକର୍ଡ କରାଯାଇଛି ।

ଏହି ଭିଡିଓଟି ପୋଷ୍ଟ କରିବା  ବେଳେ ରାହୁଲ ଶ୍ରୀବାସ୍ତବ ଲେଖିଛିନ୍ତି  ବେଳେ ବେଳେ ଆମ କାରାଗାରରେ କଳାକାର ମାନେ ମିଳିଯାନ୍ତି । ଯଦି ପିଇବା ସୌକ ଛାଡି ଗୀତ ଗାଇବାର ସୌକ ଥାନ୍ତା ତେବେ ବନ୍ଦିଶାଳା ଛାଡି କିଛି ରିୟଲିଟି ସୋରେ ୱାଇଲ୍ଡ କାର୍ଡ ଏଣ୍ଟ୍ରେି ମିଳିଯାଇଥାନ୍ତା ।

twiteଏହି ଭିଡିଓଟିକୁ ୮ ହଜାରରୁ ଉର୍ଦ୍ଧ ଲୋକ ଦେଖିସାରିଥିବା ବେଳେ ଅଭିଯୁକ୍ତର ଗୀତକୁ ତାରିଫ କରି ବ୍ୟକ୍ତଟିର ଦୋଷ କଣ ଓ କାହିଁକି ତାକୁ ଗିରଫ କରାଯାଇଛି ବୋଲି କମେଣ୍ଟରେ ଲେଖିଥିଲେ । ହେଲେ ଏପର୍ଯ୍ୟନ୍ତ ଭିଡିଓଟି କେଉଁ ଥାନାର ଓ ବ୍ୟକ୍ତିଟିକୁ  କେଉଁ  ଦୋଷ ପାଇଁ ଗିରଫ କରାଯାଇଛି ତାହା ଜଣାପଡିନାହିଁ । ଲୋକମାନେ ଏହି ଭିଡିଓକୁ ଦେଖି  ଅଧିକରୁ ଅଧିକ ସେୟାର କରୁଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.