ଆଫ୍‌ଗାନିସ୍ତାନ: କାବୁଲରେ ବ୍ୟସ୍ତବହୁଳ ସପିଂ ରାସ୍ତାରେ ଭୟଙ୍କର ବୋମା ବିସ୍ଫୋରଣ; ୮ ମୃତ, ୨୨ ଆହତ

ଆଫ୍‌ଗାନିସ୍ତାନର କାବୁଲରେ ଏକ ବ୍ୟସ୍ତବହୁଳ ସପିଂ ଷ୍ଟ୍ରିଟ୍‌ରେ ବୋମା ବିସ୍ଫୋରଣ ଘଟିଛି। ଏଥିରେ ୮ ଜଣ ପ୍ରାଣ ହରାଇଥିବା ବେଳେ ୨୨ ଜଣ ଗୁରୁତର ଆହତ ହୋଇଛନ୍ତି। ସୂଚନାଥାଉ କି, ଆଫ୍‌ଗାନିସ୍ତାନରେ ତାଲିବାନ ଶାସନ ଆରମ୍ଭ ହେବା ପରଠାରୁ ବୋମା ବିସ୍ଫୋରଣ ଘଟଣା ବଢ଼ି ଚାଲିଛି।

ନିକଟରେ ରାଜଧାନୀ କାବୁଲରେ ଏହିପରି ଏକ ବୋମା ବିସ୍ଫୋରଣ ହୋଇଥିଲା। ଘଟଣାଟି ଏକ ମସ୍‌ଜିଦ ପାଖରେ ଘଟିଥିଲା। ଏଠି ପାର୍କିଂ ହୋଇଥିବା ଏକ ଗାଡ଼ି ଭିତରେ ଭୟଙ୍କର ବୋମା ବିସ୍ଫୋରଣ ଯୋଗୁ ୮ ଜଣଙ୍କ ମୃତ୍ୟୁ ଘଟିଥିବା ନେଇ ସୂଚନା ମିଳିଥିଲା। ଏହି ଘଟଣାରେ ୧୮ ଜଣ ଗୁରୁତର ଆହତ ହୋଇଥିଲେ। ଏ ନେଇ ତାଲିବାନର ଜଣେ ଅଧିକାରୀ ସୂଚନା ଦେଇଥିଲେ।

ଲୋକଙ୍କ ସୁରକ୍ଷା ଉପରେ ପ୍ରଶ୍ନ

ଆଫ୍‌ଗାନିସ୍ତାନରେ ସାର୍ବଜନିକ ସ୍ଥାନରେ ଲଗାତାର ବୋମା ବିସ୍ଫୋରଣକୁ ନେଇ ସ୍ଥାନୀୟ ଲୋକଙ୍କ ସୁରକ୍ଷା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଗତ ୩୦ ଜୁଲାଇରେ ବି କାବୁଲରେ ଏକ କ୍ରିକେଟ୍‌ ମ୍ୟାଚ୍‌ ଚାଲିଥିବା ବେଳେ ବୋମା ବିସ୍ଫୋରଣ ହୋଇଥିଲା।

ଖବର ନେବାରେ ଜଣାପଡ଼ିଥିଲା ଯେ କାବୁଲ ଇଣ୍ଟରନ୍ୟାସନାଲ କ୍ରିକେଟ୍‌ ଷ୍ଟାଡିୟମ୍‌ରେ ଏକ ଟି୨୦ କ୍ରିକେଟ୍‌ ଲିଗ୍‌ ମ୍ୟାଚ୍‌ ଖେଳାଯାଉଥିଲା। ଏହି ସମୟରେ ସେଠାରେ ଆତ୍ମଘାତୀ ବିସ୍ଫୋରଣ ହୋଇଥିଲା, ଯାହା ପରେ ପୂରା ଅଞ୍ଚଳରେ ଆତଙ୍କ ଖେଳି ଯାଇଥିଲା।

ଏହି ଧମାକାରେ ଅନେକ ଲୋକ ମୃତାହତ ହୋଇଥିଲେ। ବିସ୍ଫୋରଣ ପରେ ତୁରନ୍ତ ଉଭୟ ଟିମ୍‌ର ଖେଳାଳିଙ୍କୁ ବଙ୍କର ଭିତରକୁ ନିଆଯାଇଥିଲା। ସେହିପରି ଏହା ପୂର୍ବରୁ ୧୨ ଜୁନ୍‌ରେ କୁନାରରେ ଏକ ବିସ୍ଫୋରଣ ଘଟିଥିଲା, ଯେଉଁଥିରେ ଜଣେ ତାଲିବାନ ସଦସ୍ୟଙ୍କ ମୃତ୍ୟୁ ହୋଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.