Below header

ଚୀନର ଏମିତି ଏକ ସାଇଲେଣ୍ଟ କାଫେ, ଯେଉଁଠି ଗ୍ରାହକଙ୍କୁ ମୁହଁ ନଖୋଲି ଖାଦ୍ୟ ଅର୍ଡର କରିବାକୁ ପଡେ

ଦୁନିଆର ତୃତୀୟ ବୃହତ୍ତ ଫୁଡ ଚେନ ଷ୍ଟାରବକ୍ସ ଚୀନର ଗ୍ବାଙ୍ଗଜୁ ଠାରେ ଏମିତି ଏକ କାଫେ ଖୋଲିଛି ଯାହାର ନାମ ରହିଛି ସାଇଲେଣ୍ଟ କାଫେ । ଏହି କାଫେର ନାମ କରଣ ଏପରି  ହେବାର  କାରଣ ହେଉଛି ଏଠି ଖାଦ୍ୟ ଅର୍ଡର କରିବା ପାଇଁ ଗ୍ରାହକଙ୍କୁ ଠାର କିମ୍ବା ସଂକେତ ବ୍ୟବହାର କରିବାକୁ ପଡିଥାଏ । ଏହା ଚୀନର ଏମିତି ଏକ ପ୍ରଥମ ରେସ୍ତୋରାଁ ଯେଉଁଠାରେ ୩୦ କର୍ମଚାରୀରୁ ୧୪ ଜଣ ବଧିର ଅଟନ୍ତି । ତେଣୁ ବଧିର ମାନଙ୍କ ଭାଷାକୁ ବୁଝି ସେମାନଙ୍କ ଉତ୍ସାହିତ କରିବା ପାଇଁ କମ୍ପାନୀ ଏହି ବ୍ୟବସ୍ଥା କରିଛି । ଏହି କମ୍ପାନୀର କେବଳ ଚୀନରେ ୩୮୦୦ ଷ୍ଟୋର ରହିଛି ।  

ସାଇଲେଣ୍ଟ କାଫେର ଇଣ୍ଟରିୟରକୁ ବହୁତ ଆକର୍ଷଣୀୟ ଭାବେ ସଜା ଯାଇଛି । କାନ୍ଥ ଗୁଡିକରେ ବଧିର ମାନେ ବୁଝି ପାରୁଥିବା ଭାଷା ଓ ସଂକେତ ସବୁ ଚିତ୍ରିତ ହେଇଛି ଯାହାର ଅର୍ଥକୁ ଅନ୍ୟମାନେ ସହଜରେ ବୁଝିପାରିବେ । କାଫେରେ ଖାଦ୍ୟ ଅର୍ଡର କରିବାର ତରିକା ମଧ୍ୟ ବହୁତ ଚିତ୍ତାକର୍ଷକ ହୋଇଛି । ଗ୍ରାହକଙ୍କୁ ବିନା କଥାରେ ନିଜ ଅର୍ଡର ବୁଝିବାକୁ ପଡିଥାଏ ।ସବୁ ଖାଦ୍ୟ ଓ ମୃଦୁ ପାନୀୟକୁ ନମ୍ବର ଦିଆଯାଇଛି । ଯାହା ମାଗିବାକୁ ହେଲେ ଗ୍ରାହକଙ୍କୁ ସେହି ନମ୍ବର ହାତ ଦ୍ବାରା ସଂକେତ ଦେବାକୁ ପଡିଥାଏ । ଯଦି କେହି ଏପରି ସଂକେତକୁ ଠିକରେ କରି ପାରିବେ ନାହିଁ ତେବେ ସେମାନେ ନୋଟ ପ୍ୟାଡ ମାଧ୍ୟମରେ ଲେଖି ଅର୍ଡର କରିପାରିବେ । ଏହା ବ୍ୟତିତ ଗ୍ରାହାକ ଓ କର୍ମଚାରୀଙ୍କ ମଧ୍ୟରେ ଭାଷାର ଆଦାନ ପ୍ରଦାନ ପାଇଁ ଡିଜିଟାଲ କମ୍ୟୁନିକେସନର ବ୍ୟବସ୍ଥା କରାଯାଇଛି ।

ଗ୍ରାହକଙ୍କୁ ଭବିଷ୍ୟତରେ କିଛି ବି ଅସୁବିଧା ନହେବା ଓ ବଧିର ମାନଙ୍କୁ ଅଧିକ କର୍ମନିଯୁକ୍ତି ମିଳିବା ସେଥିପାଇଁ ମଧ୍ୟ କମ୍ପାନୀ ବ୍ୟବସ୍ଥା କରିଛି ।ଏହି କମ୍ପାନୀ ଗୁଆଙ୍ଗଡଙ୍ଗ ଡିଫ୍ ପିପୁଲ ଆସୋସିଏସନ ସହ ମିଶି ସାଂକେତିକ ଭାଷାର କାର୍ଯ୍ୟକ୍ରମ ଆରମ୍ଭ କରିଛି । ଯାହା ଦ୍ବାରା ଏଠାକୁ ଆସୁଥିବା ପ୍ରତ୍ୟେକ ଗ୍ରାହକ ଏହି ବଧିରମାନଙ୍କ ଭାଷାକୁ ବୁଝି ପାରିବେ ଓ ଶିଖି ପାରିବେ ।ଷ୍ଟାରବକ୍ସ ଏହା ପୂର୍ବରୁ ଏହି ସାଇଲେଣ୍ଟ କାଫେ ୨୦୧୬ରେ ମାଲେସିୟା ଓ ୨୦୧୮ରେ ୱାସିଂଟନର ଡିସିରେ ଆରମ୍ଭ କରିସାରିଛି । ନିଜର ଏହି ବିଶେଷ ପ୍ରୟାସ ପାଇଁ ଲୋକମାନେ ଓ ଗ୍ରାହକ ମାନେ କମ୍ପାନୀକୁ ବହୁତ ପ୍ରଶଂସା କରୁଛନ୍ତି ଆଉ କହୁଛନ୍ତି ଏହା ଏକ ଉତ୍ତମ ପଦକ୍ଷେପ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.