Below header

ଧୋନିଙ୍କ ଦୋକାନରେ ଭୋଜନ କରିବାକୁ ଚାହୁଁଛନ୍ତି କି?, ତେବେ ଆସନ୍ତୁ ଏହି ଯାଗାକୁ ଆଉ ଫ୍ରୀରେ ଖାଆନ୍ତୁ

କ୍ରିକେଟ ଜଗତର ବାଦଶାହା ମହେନ୍ଦ୍ର ସିଂ ଧୋନି ତଥା କ୍ୟାପଟେନ କୁଲଙ୍କର ଅନେକ ପ୍ରସଂଶକ ଅଛନ୍ତି। ଦେଶଠୁ ନେଇ ଦୁନିଆ ପର୍ଯ୍ୟନ୍ତ ଧୋନିଙ୍କ ଲକ୍ଷ ଲକ୍ଷ ଫ୍ୟାନ୍ସ ଅଛନ୍ତି। କିନ୍ତୁ ସେହି ପ୍ରସଂଶକ ମଧ୍ୟରୁ ପଶ୍ଚିମବଙ୍ଗର ଏହି ପ୍ରସଂଶକ ଟିକେ ନିଆରା କାରଣ ତାଙ୍କର କିଛି ଏମିତି କାମ ତାଙ୍କୁ ଏବେ ପ୍ରସିଦ୍ଧ କରିଦେଇଛି। ପଶ୍ଚିମବଙ୍ଗର ୩୨ ବର୍ଷିୟ ଯୁବକ ଶମ୍ଭୁ ବୋଷ ଧୋନିଙ୍କ ନାମ ନେଇ ଏକ ରେସ୍ତୋରାଁ ଖୋଲିଛନ୍ତି। ଯେଉଁଥିରେ ଧୋନିଙ୍କ ଫ୍ୟାନ୍ସ ମାନଙ୍କୁ ଦେଉଛନ୍ତି ଫ୍ରୀରେ ଖାଇବା। ଶମ୍ଭୁ ଧୋନିଙ୍କ ସହିତ ତାଙ୍କ ଫ୍ୟାନ ମାନଙ୍କୁ ବହୁତ ସମ୍ମାନ କରନ୍ତି। ସେଥିପାଇଁ ତାଙ୍କ ରେସ୍ତୋରଁର ନାମ ଦେଇଛନ୍ତି ଏମ.ଏସ.ଧୋନି। ଏକ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ଶମ୍ଭୁ କହିଛନ୍ତି ଏହି ଦୁର୍ଗାପୂଜାରେ ତାଙ୍କ ଦୋକାନକୁ ଦୁଇବର୍ଷ ପୁରିବାକୁ ଯାଉଛି। ସମସ୍ତେ ମୋ ଦୋକାନକୁ ଭଲ ଭାବରେ ଜାଣିଛନ୍ତି। ଯଦି କାହକୁ ବି ଧୋନି ହୋଟେଲ ବିଷୟରେ ପଚାରନ୍ତି ତେବେ ସେମାନେ ତାଙ୍କ ଦେକାନର ଠିକଣା ଦିଅନ୍ତି ବୋଲି ଶମ୍ଭୁ କହିଛନ୍ତି।

ଧୋନି ପରି କେହି ହେବେନି,ସେ ମୋ ପାଇଁ ପ୍ରେରଣା

ଯେତେବେଳେ ଶମ୍ଭୁଙ୍କୁ ପଚରା ଯାଇଥିଲା ଧୋନିଙ୍କ ପାଇଁ ସେ କାହିଁକ ଏତେ ଦିୱାନା? ସେତେବେଳେ ଶମ୍ଭୁ ଉତ୍ତରରେ କହିଥିଲେ ‘ଧୋନିଙ୍କ ପରି କେହି ହେବେନି ମୁଁ ଯେତେବେଳେ ଶିଶୁ ଥିଲି ସେବେଠାରୁ ମୁଁ ତାଙ୍କୁ ପସନ୍ଦ କରୁଛି। ସେ ଯେମିତି ପ୍ରକାର କ୍ରିକେଟ ଖେଳୁଛନ୍ତି ଏଥିରୁ ଜଣାପଡିଯାଏ ଯେ, ଲେଜେଣ୍ଡ କେମିତି ତିଆରି ହୁଅନ୍ତି। ସେ ମୋ ପାଇଁ ପ୍ରେରଣା ଅଟନ୍ତି।’

ଧୋନିଙ୍କ ସହ ମିଶିବାବେଳେ କହିବି ରେସ୍ତୋରାଁକୁ ଆସିବା ପାଇଁ

ଶମ୍ଭୁ କହିଛନ୍ତି ଯେ, ସେ ଜାଣିଛନ୍ତି ତାଙ୍କର ଏହି ସ୍ବପ୍ନ କେବେ ପୁରା ହେବ ନାହିଁ। କିନ୍ତୁ କେବେ ଯଦି ତାଙ୍କ ସହ ସାକ୍ଷାତ ହୁଏ ତେବେ ତାଙ୍କୁ ରେସ୍ତୋରାଁକୁ ନିମନ୍ତ୍ରଣ ନିଶ୍ଚୟ କରିବି। ଆଉ ଏହା ମଧ୍ୟ କହିଛନ୍ତି ଧୋନିଙ୍କୁ ମାଛଭାତ ବହୁତ ପସନ୍ଦ ତେଣୁ ସେ ଯେବେ ଆସିବେ ତାଙ୍କ ପାଇଁ ସ୍ପେଷାଲ ମାଛଭାତ ତିଆରି କରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.