ଗୋଟିଏ ପରିବାରର ୫ ମୃତ, ଘରୁ ଉଦ୍ଧାର ହେଲା ପରିବାର ସଦସ୍ୟଙ୍କ ମୃତ ଦେହ

ବିକାନେର ଜିଲ୍ଲା ମୁକ୍ତପ୍ରସାଦ ଥାନା ଅନ୍ତର୍ଗତ ଅନ୍ତୋଦୟ ନଗରରେ ଭଡ଼ା ଘରେ ରହୁଥିଲେ ହନୁମାନଙ୍କ ପରିବାର । ଦୁଇ ଦିନ ପୂର୍ବରୁ ଘର ମାଲିକ କବାଟ ବାଡ଼େଇ ବହୁତ ଡାକିଥିଲେ । ହେଲେ ଘରେ କେହି ଡାକ ଶୁଣିନଥିଲେ କି କବାଟ ଖୋଲି ନଥିଲେ । ତା ପରେ ଘର ମାଲିକଙ୍କ ସନ୍ଦେହ ହେବାରୁ ସେ ପୋଲିସକୁ ଖବର ଦେଇଥିଲେ । ସଙ୍ଗେ ସଙ୍ଗେ ପୋଲିସ ଘଟଣାସ୍ଥଳରେ ପହଞ୍ଚି କବାଟ ଭାଙ୍ଗିବା ପରେ ପୂରା ପରିବାରଙ୍କୁ ଏପରି ଦେଖି ଅଶ୍ଚର୍ଯ୍ୟ ହୋଇଯାଇଥିଲେ ।

ଜୟପୁର : ଘର ଭିତରରୁ ଉଦ୍ଧାର ହେଲା ୫ ଜଣଙ୍କ ମୃତ ଦେହ । ଗୋଟିଏ ପରିବାରର ୫ ଜଣ ସଦସ୍ୟ ଜୀବନ ହାରିଥିବା ସୂଚନା । ପୂରା ପରିବାରକୁ ଉଦ୍ଧାର କଲା ପୋଲିସ । ଏଭଳି ଅଭାବନୀୟ ଘଟଣା ରାଜସ୍ଥାନର ବିକାନେରରେ ଘଟିଛି ।

ସୁଚନା ମୁତାବିକ୍‌, ବିକାନେର ଜିଲ୍ଲା ମୁକ୍ତପ୍ରସାଦ ଥାନା ଅନ୍ତର୍ଗତ ଅନ୍ତୋଦୟ ନଗରରେ ଭଡ଼ା ଘରେ ରହୁଥିଲେ ହନୁମାନଙ୍କ ପରିବାର । ଦୁଇ ଦିନ ପୂର୍ବରୁ ଘର ମାଲିକ କବାଟ ବାଡ଼େଇ ବହୁତ ଡାକିଥିଲେ । ହେଲେ ଘରେ କେହି ଡାକ ଶୁଣିନଥିଲେ କି କବାଟ ଖୋଲି ନଥିଲେ । ତା ପରେ ଘର ମାଲିକଙ୍କ ସନ୍ଦେହ ହେବାରୁ ସେ ପୋଲିସକୁ ଖବର ଦେଇଥିଲେ । ସଙ୍ଗେ ସଙ୍ଗେ ପୋଲିସ ଘଟଣାସ୍ଥଳରେ ପହଞ୍ଚି କବାଟ ଭାଙ୍ଗିବା ପରେ ପୂରା ପରିବାରଙ୍କୁ ଏପରି ଦେଖି ଅଶ୍ଚର୍ଯ୍ୟ ହୋଇଯାଇଥିଲେ । ପୂରା ପରିବାର ଝୁଲନ୍ତା ଅବସ୍ଥାରେ ଥିଲେ । ୫ ଜଣଙ୍କୁ ଉଦ୍ଧାର କରିଛି ପୋଲିସ । ମୃତକମାନେ ସମ୍ପର୍କରେ ସ୍ୱାମୀ-ସ୍ତ୍ରୀ ଏବଂ ତାଙ୍କର ୩ ଟି ସନ୍ତାନ । ତେବେ ସମସ୍ତେ ଜୀବନ ହାରିଥିବା ପ୍ରାଥମିକ ତଦନ୍ତରୁ ସୂଚନା ମିଳିଛି ।

ମୃତକ ହେଲେ ୪୫ ବର୍ଷୀୟ ହନୁମାନ ସୋନି ତାଙ୍କର ପତ୍ନୀ, ୨ ପୁୂଅ ଏବଂ ଗୋଟିଏ ଝିଅ । ତେବେ ଏହି କୌଣସି କାରଣରୁ ଚାପଗ୍ରସ୍ତରେ ରହୁଥିଲେ । ସେଥିପାଇଁ ଏଭଳି ଚରମ ନିଷ୍ପତ୍ତି ନେଇଥିବା କୁହାଯାଉଛି । ତେବେ ଏହି ଜୀବନ ହାରିବା ପଛର ପ୍ରକୃତ କାରଣ କଣ ତାହା ତଦନ୍ତ ପରେ ହିଁ ସ୍ପଷ୍ଟ ଜଣା ପଡ଼ିବ ପୋଲି ପୋଲିସ ସୂଚନା ଦେଇଛି । ଏନେଇ ସମସ୍ତ ମୃତଦେହକୁ ଶବ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଅଧିକ ତଦନ୍ତ ଜାରି ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.