ମୁମ୍ବାଇ: ରସୁଣ ଚୋରିର ଅଭିଯୋଗ ଲଗାଇ ନିଜ କର୍ମଚାରୀଙ୍କୁ ପିଟି ମାରିଦେଲେ ପରିବା ବେପାରୀ

ମୁମ୍ବାଇର ବୋରିଭଲିରେ ଜଣେ ପରିବା ବେପାରୀ ତାଙ୍କ ଦୋକାନରେ କାମ କରୁଥିବା କର୍ମଚାରୀଙ୍କୁ ପିଟି ମାରି ଦେଇଛନ୍ତି। ରସୁଣ ଚୋରିର ଅଭିଯୋଗ ଲଗାଇ ବେପାରୀ ଜଣକ ତାଙ୍କୁ ହତ୍ୟା କରିଛନ୍ତି।

ମୁମ୍ବାଇର ବୋରିଭଲିରେ ଜଣେ ପରିବା ବେପାରୀ ତାଙ୍କ ଦୋକାନରେ କାମ କରୁଥିବା କର୍ମଚାରୀଙ୍କୁ ପିଟି ମାରି ଦେଇଛନ୍ତି। ରସୁଣ ଚୋରିର ଅଭିଯୋଗ ଲଗାଇ ବେପାରୀ ଜଣକ ତାଙ୍କୁ ହତ୍ୟା କରିଛନ୍ତି। ଖବର ପାଇ ପୋଲିସ ପହଞ୍ଚି ମାମଲା ରୁଜୁ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି। ପୋଲିସ ପରିବା ବେପାରୀ ଘନଶ୍ୟାମ ଆଗରିଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ କରି ତାଙ୍କୁ ଗିରଫ କରିଛି।

ପୋଲିସ ସୂଚନା ମୁତାବକ, ମୃତକ ହେଲେ ପଙ୍କଜ ମଣ୍ଡଳ। ସେ ମଣ୍ଡିରେ ପରିବା ଅଖା ଲୋଡ୍‌ ଓ ଅନଲୋଡ୍‌ କାମ କରୁଥିଲେ। ପଙ୍କଜ ୬୪୦୦ ଟଙ୍କା ମୂଲ୍ୟର ୨୦ କିଲୋ ରସୁଣ ଚୋରି କରିଥିବା ନେଇ ବେପାରୀ ଜଣକ ତାଙ୍କ ଉପରେ ଅଭିଯୋଗ ଲଗାଇଥିଲେ ଏବଂ ତାଙ୍କ ସହିତ ମାରପିଟ କରିଥିଲେ। ପଙ୍କଜ ତଳେ ପଡ଼ିଯିବା ପର୍ଯ୍ୟନ୍ତ ବେପାରୀ ତାଙ୍କୁ ମାଡ଼ ମାରି ଚାଲିଥିଲେ।

ପୋଲିସ ଘଟଣାସ୍ଥଳରେ ଲାଗିଥିବା ସିସିଟିଭି ଫୁଟେଜ୍‌କୁ ଜବତ କରିଛି। ଏଥିରେ ପରିବା ବେପାରୀ ଘନଶ୍ୟାମ କର୍ମଚାରୀଙ୍କୁ ନିର୍ଦ୍ଦୟ ଭାବରେ ପିଟୁଥିବାର ଦେଖାଯାଉଛି। ପୋଲିସ ଅଭିଯୁକ୍ତଙ୍କ ବିରୋଧରେ ଆଇପିସି ଧାରା ୩୦୨ ଅଧୀନରେ ମାମଲା ରୁଜୁ କରି ତାଙ୍କୁ ଗିରଫ କରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.