ମହାକାଶକୁ ମହିଳା ରୋବଟ ପଠାଇବ ISRO, ଚାଲିଛି ପ୍ରସ୍ତୁତି

ଜଣେ ମହିଳା ରୋବଟ୍ ବ୍ୟୋମମିତ୍ରକୁ ସ୍ପେସକ୍ରାଫ୍ଟ ଦ୍ୱାରା ମହାକାଶକୁ ପଠାଇବା ପାଇଁ ପ୍ରସ୍ତୁତି ଚାଲିଛି । ବିଜ୍ଞାନ ଏବଂ ବୈଷୟିକ ମନ୍ତ୍ରୀ ଡ. ଜିତେନ୍ଦ୍ର ସିଂ କହିଛନ୍ତି ଯେ ମାନବ ମିଶନ ପୂର୍ବରୁ ଭାରତ ଏକ ମହିଳା ରୋବୋଟକୁ ମହାକାଶକୁ ପଠାଇବ ।

ଚନ୍ଦ୍ରଯାନ – ୩ ମିଶନର ସଫଳତା ପରେ ଭାରତୀୟ ମହାକାଶ ଏଜେନ୍ସି ନୂଆ ସଫଳତା ହାସଲ କରିବାରେ ଲଗାତାର ବ୍ୟସ୍ତ ରହିଛି । ସର୍ବପ୍ରଥମେ ISRO ସୂର୍ଯ୍ୟ ମିଶନ ପାଇଁ ଆଦିତ୍ୟ L-1 ଲଞ୍ଚ କରିଥିଲା । ବର୍ତ୍ତମାନ ISRO ର ଲକ୍ଷ୍ୟ ମାନବ ମିଶନ ଗଗନୟାନ ଉପରେ ରହିଛି । ଏହି ମିଶନ ଅନୁସାରେ ଏକ ସ୍ପେସକ୍ରାଫ୍ଟ ମହାକାଶକୁ ପଠାଯିବ । ଏହା ଭାରତର ପ୍ରଥମ ମାନବ ମିଶନ ପାଇଁ ପରୀକ୍ଷା ଭାବରେ ପଠାଯାଉଛି । ଗଗନୟାନ ମିଶନ ପାଇଁ ISRO ଦୀର୍ଘ ଦିନ ହେବ କାର୍ଯ୍ୟ କରିଆସୁଛି ।

ଏହି ପରିପ୍ରେକ୍ଷୀରେ ଜଣେ ମହିଳା ରୋବଟ୍ ବ୍ୟୋମମିତ୍ରକୁ ସ୍ପେସକ୍ରାଫ୍ଟ ଦ୍ୱାରା ମହାକାଶକୁ ପଠାଇବା ପାଇଁ ପ୍ରସ୍ତୁତି ଚାଲିଛି । ବିଜ୍ଞାନ ଏବଂ ବୈଷୟିକ ମନ୍ତ୍ରୀ ଡ. ଜିତେନ୍ଦ୍ର ସିଂ କହିଛନ୍ତି ଯେ ମାନବ ମିଶନ ପୂର୍ବରୁ ଭାରତ ଏକ ମହିଳା ରୋବୋଟକୁ ମହାକାଶକୁ ପଠାଇବ । ଏକ ଘରୋଇ ଚ୍ୟାନେଲର ଏକ କାର୍ଯ୍ୟକ୍ରମରେ କେନ୍ଦ୍ର ମନ୍ତ୍ରୀ ଜିତେନ୍ଦ୍ର ସିଂ ଏହି ସୂଚନା ଦେଇଛନ୍ତି । ISROର ଗଗନୟାନ ମିଶନ୍ ହ୍ୟୁମାନ ସ୍ପେସଲାଇଟରେ ଭାରତର ସାମର୍ଥ୍ୟକୁ ବିଶ୍ୱ ସାମ୍ନାକୁ ଆଣିବା ପାଇଁ ପ୍ରସ୍ତୁତ ହେଉଛି ।

ମାନବ ମିଶନ ପୂର୍ବରୁ ISRO ଆସନ୍ତା ବର୍ଷ ପାଇଁ ଜଣେ ମହିଳା ରୋବଟ ମହାକାଶଚାରୀ ବ୍ୟୋମମିତ୍ରକୁ ନେଇ ଏକ ପରୀକ୍ଷଣ ବିମାନ ଉଡ଼ାଣ ସ୍ଥିର କରିଛି । ମହାକାଶ ତଥା ସମୁଦ୍ରରେ ଭାରତର ଶକ୍ତି ବଢ଼ାଇବା ପାଇଁ ISRO ଗଭୀର ସମୁଦ୍ର ମିଶନ ପାଇଁ ପ୍ରସ୍ତୁତ ହୋଇଛି, ଯାହା ଆସନ୍ତା ତିନି ରୁ ଚାରି ବର୍ଷ ମଧ୍ୟରେ ଶେଷ ହେବ । ଏହି ମିଶନ୍ ଦ୍ୱାରା ISRO ଗଭୀର ସମୁଦ୍ରରେ ଥିବା ଜିନିଷର ସନ୍ଧାନ କରିବ । ଯାହାଫଳରେ ଭାରତର ଶକ୍ତି କେବଳ ମହାକାଶରେ ନୁହେଁ ସମୁଦ୍ରର ଗଭୀରତାରେ ମଧ୍ୟ ଦେଖିବାକୁ ମିଳିବ ।

ISRO ମିଶନ୍ ଗଗନୟାନ ପାଇଁ ୨୪ ଜାନୁଆରୀ ୨୦୨୦ରେ ଏହି ରୋବଟ୍ ଲଞ୍ଚ କରିଥିଲା । ଏହାକୁ ପ୍ରସ୍ତୁତ କରାଯିବାର କାରଣ ହେଉଛି ମହାକାଶରେ ମଣିଷ ପଠାଇବା ପୂର୍ବରୁ ମହାକାଶରେ ଏହି ରୋବଟକୁ ପଠାଯାଇପାରିବ । ମଣିଷ ଉପରେ ମହକାଶର କିପରି ପ୍ରଭାବ ପଡ଼ିବ ତାହା ଏହି ରୋବଟ ଦ୍ୱାରା ଜଣା ପଡ଼ିବ । ଏହି ରୋବଟର କାର୍ଯ୍ୟ କରିବା ଷ୍ଟାଇଲକୁ ପ୍ରଶଂସା କରାଯିବା ସହ ଏହାକୁ ବିଶ୍ୱର ବେଷ୍ଟ ସ୍ପେସ୍ ଏକ୍ସପ୍ଲୋରର ହ୍ୟୁମାନାଏଡ୍ ରୋବଟ୍ ବୋଲି କୁହାଯାଇଥିଲା ।

ମହିଳା ରୋବଟ୍ ବ୍ୟୋମମିତ୍ର ମଣିଷ ଭଳି କାର୍ଯ୍ୟ କରିବ । ଏହା ଗଗନୟାନର କ୍ରୁ ମଡ୍ୟୁଲ୍ ପଢ଼ିବ ଏବଂ ଆବଶ୍ୟକ ନିର୍ଦ୍ଦେଶକୁ ବୁଝି ପାରିବ । ଏହା ସହିତ ଏହା ଗ୍ରାଉଣ୍ଡ ଷ୍ଟେସନରେ ଉପସ୍ଥିତ ବୈଜ୍ଞାନିକ ଏବଂ ମିଶନ ଟିମ୍‌ ସହିତ ଯୋଗାଯୋଗ କରିବ । ଏହି ମହିଳା ରୋବଟ ବୈଜ୍ଞାନିକଙ୍କୁ ଅନେକ ସାହାଯ୍ୟ କରିବ ବୋଲି ଆଶା କରାଯାଉଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.