Below header

ଚଳିତ ବର୍ଷର ଶେଷ ପୂର୍ଣ୍ଣିମା ବହୁତ ଖାସ୍‌, ଜାଣନ୍ତୁ ଏହି ଉପାୟରେ ମିଳିବ ଅନେକ ଶୁଭ ଫଳ

ଏହି ଆଗାମୀ ପୂର୍ଣ୍ଣିମାରେ ଏକ ପବିତ୍ର ସ୍ଥାନ କିମ୍ବା ପବିତ୍ର ନଦିରେ ସ୍ନାନ କରି ଦାନ କଲେ ଆପଣଙ୍କ ସବୁ ପାପ ନଷ୍ଟ ହୋଇଥାଏ ଏବଂ ମା’ ଲକ୍ଷ୍ମୀଙ୍କ କୃପା ମିଳିଥାଏ । ତାହେଲେ ଆସନ୍ତୁ ଜାଣିବା ଯେ ଏହି ମାର୍ଗଶୀର ପୂର୍ଣ୍ଣିମାରେ କେଉଁ ଶୁଭ ଯୋଗ ହେଉଛି ଏବଂ ସେମାନଙ୍କ ମହତ୍ୱ ଏବଂ କିଛି ପ୍ରତିକାର ବିଷୟରେ ।

ଚଳିତ ବର୍ଷ ମାର୍ଗଶୀର ପୂର୍ଣ୍ଣିମା ଡିସେମ୍ବର ୨୬ରେ ପଡୁଛି । ତେବେ ଏହା ଚଳିତ ବର୍ଷର ଶେଷ ପୂର୍ଣ୍ଣିମା । ଏହି ବର୍ଷ ମାର୍ଗଶୀର ପୂର୍ଣ୍ଣିମା ଅତ୍ୟନ୍ତ ଖାସ୍‌ ଭାବରେ ପାଳନ କରାଯାଏ କାରଣ ଏହି ଦିନରେ ଅନେକ ଶୁଭ ଯୋଗର ମିଶ୍ରଣ ହୋଇଥାଏ । ତେବେ ଯଦି ଆପଣ ଏହି ଦିନ ଉପବାସ କରନ୍ତି, ତାହେଲେ ଆପଣଙ୍କୁ ମା’ ଲକ୍ଷ୍ମୀଙ୍କ ଆଶୀର୍ବାଦ ମିଳିଥାଏ ।

ତେବେ ଏହି ଆଗାମୀ ପୂର୍ଣ୍ଣିମାରେ ଏକ ପବିତ୍ର ସ୍ଥାନ କିମ୍ବା ପବିତ୍ର ନଦିରେ ସ୍ନାନ କରି ଦାନ କଲେ ଆପଣଙ୍କ ସବୁ ପାପ ନଷ୍ଟ ହୋଇଥାଏ ଏବଂ ମା’ ଲକ୍ଷ୍ମୀଙ୍କ କୃପା ମିଳିଥାଏ । ଏହା ସହ ଯେଉଁମାନେ ଏହି ଦିନ ଗୀତା ପାଠ କରନ୍ତି ସେମାନଙ୍କୁ ପରିତ୍ରାଣ ପ୍ରାପ୍ତି ହୋଇଥାଏ । ତାହେଲେ ଆସନ୍ତୁ ଜାଣିବା ଯେ ଏହି ମାର୍ଗଶୀର ପୂର୍ଣ୍ଣିମାରେ କେଉଁ ଶୁଭ ଯୋଗ ହେଉଛି ଏବଂ ସେମାନଙ୍କ ମହତ୍ୱ ଏବଂ କିଛି ପ୍ରତିକାର ବିଷୟରେ ।

ଚଳିତ ବର୍ଷ ମାର୍ଗଶୀର ପୂର୍ଣ୍ଣିମାର ଶୁଭ ଯୋଗ :

ମାର୍ଗଶୀର ପୂର୍ଣ୍ଣିମା ଦିନ ଶୁକ୍ଲ ଯୋଗ ଏବଂ ବ୍ରହ୍ମ ଯୋଗର ମିଶ୍ରଣ ହେଉଛି । ତେବେ ଏହି ଶୁଭ ଯୋଗରେ ଭଗବାନ ବିଷ୍ଣୁ, ମା’ ଲକ୍ଷ୍ମୀ ଏବଂ ଚନ୍ଦ୍ରଙ୍କୁ ପୂଜା କରିବା ଦ୍ୱାରା ଗ୍ରହମାନଙ୍କର ଖରାପ ହ୍ରାସ ହୋଇଥାଏ । ଏହି ଦିନ ହେଉଛି ଗୀତା ଜୟନ୍ତୀ ଏବଂ ମା ଅନ୍ନପୂର୍ଣ୍ଣା ଜୟନ୍ତୀ । ଏପରି କରିବା ଦ୍ୱାରା ସେହି ଲୋକଙ୍କର ଅର୍ଥିକ ସମସ୍ୟା ନ ରହିବା ସହ ଭଗବାନଙ୍କ ଆଶୀର୍ବାନ ମଧ୍ୟ ପ୍ରାପ୍ତି ହୋଇଥାଏ । ଚଳିତ ବର୍ଷ ଶୁକ୍ଲ ଯୋଗ ଡିସେମ୍ବର ୨୬ ୦୪.୨୩ ପୂର୍ବାହ୍ନ ରେ ଆରମ୍ଭ ହେଉଥିବା ବେଳେ ଚଳିତ ବର୍ଷ ଡିସେମ୍ବର ୨୭ ୦୩.୨୨ ପୂର୍ବାହ୍ନରେ ବ୍ରହ୍ମ ଯୋଗ ଆରମ୍ଭ ହେଉଛି ।

ମାର୍ଗଶୀର ପୂର୍ଣ୍ଣିମା ୩୨ ଗୁଣ ଫଳପ୍ରଦ ହୋଇଥାଏ :
ପୁରାଣ ଶାସ୍ତ୍ର ଅନୁଯାୟୀ, ଯେଉଁ ଲୋକମାନେ ଏହି ପୂର୍ଣ୍ଣିମାରେ ସତ୍ୟନାରାୟଣ ବ୍ରତ କରନ୍ତି, ସେମାନଙ୍କର ଦୀର୍ଘ ଆୟୁ ହୋଇଥାଏ । ମାର୍ଗଶୀର ପୂର୍ଣ୍ଣିମାରେ ତୁଲସୀ ମୂଳର ମାଟି ଦେବା ସହିତ ପବିତ୍ର ହ୍ରଦରେ ସ୍ନାନ କରିଲେ ଭଗବାନ ବିଷ୍ଣୁ ଏବଂ ମା’ ଲକ୍ଷ୍ମୀଙ୍କ ଆଶୀର୍ବାଦ ପ୍ରାପ୍ତ ହୋଇଥାଏ । ଏହି ଦିନ ଦିଆଯାଇଥିବା ଦାନ ଅନ୍ୟ ପୂର୍ଣ୍ଣିମା ଦିନ ଅପେକ୍ଷା ୩୨ ଗୁଣ ଅଧିକ ଫଳପ୍ରଦ ହୋଇଥାଏ । ଏହାର କାରଣ ହେଉଛି ଏହାକୁ ବାଟିସି ପୂର୍ଣ୍ଣିମା ମଧ୍ୟ କୁହାଯାଏ । ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ପୂର୍ଣ୍ଣିମା ଦିନ ଆଧ୍ୟାତ୍ମିକ ଅଭିବୃଦ୍ଧି, ଆଭ୍ୟନ୍ତରୀଣ ପରିବର୍ତ୍ତନ ଏବଂ ଗ୍ରହମାନଙ୍କର କ୍ଷତିକାରକ ପ୍ରଭାବକୁ ହ୍ରାସ କରିବା ପାଇଁ ବିଶେଷ ଶକ୍ତିଶାଳୀ ହୋଇଥାଏ ।

ଜାଣନ୍ତୁ ମାର୍ଗଶୀର ପୂର୍ଣ୍ଣିମା କେଉଁ ସମୟରେ ପଡୁଛି :

ମାର୍ଗଶୀର ପୂର୍ଣ୍ଣିମା ଚଳିତ ଡିସେମ୍ବର ୨୬ାର ପଡୁଛି ।
ମାର୍ଗଶୀର ପୂର୍ଣ୍ଣିମା ତିଥି ଡିସେମ୍ବର ୨୬, ୦୫.୪୬ ପୂର୍ବାହ୍ନରୁ ଆରମ୍ଭ ହେବ ।
ମାର୍ଗଶୀର ପୂର୍ଣ୍ଣିମା ତିଥି ଡିସେମ୍ବର ୨୭, ୦୬.୦୨ ପୂର୍ବାହ୍ନରେ ସମାପ୍ତ ହେବ ।
ତେବେ ଏହାର ସ୍ନାନ ସମୟ ୦୫.୨୨ ପୂର୍ବାହ୍ନ – ୦୬.୧୭ ପୂର୍ବାହ୍ନ ରହିଛି ।
ଅଭିଜିତ୍ ମୁହୂର୍ତ୍ତ ୧୨.୦୦ ଅପରାହ୍ନ – ୧.୪୨ ଅପରାହ୍ନ ମଧ୍ୟରେ ରହିଛି ।
ସତ୍ୟନାରାୟଣ ପୂଜା ୦୯.୪୬ ପୂର୍ବାହ୍ନ – ୦୧.୩୯ ଅପରାହ୍ନ କରାଯାଇପାରିବ ।
ଚନ୍ଦ୍ରଦୟ ସମୟ ୦୪.୪୨ ଅପରାହ୍ନ ମଧ୍ୟରେ ହେବ ।
ଲକ୍ଷ୍ମୀ ପୂଜା ମୁହୂର୍ତ୍ତ ୧୧.୫୪ ଅପରାହ୍ନ – ୧୨. ୩୯ ବିଳମ୍ବିତ ରାତିରେ ସମାପ୍ତ ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.