Below header

ଲଞ୍ଚ ହେଲା Lavaର ଶସ୍ତା ଏବଂ ଦମଦାର ସ୍ମାର୍ଟଫୋନ, ରହିଛି ବଢ଼ିଆ ଫିଚର୍ସ

ଏହି ସ୍ମାର୍ଟଫୋନ୍ ଟି ତିନୋଟି କଲର ଅପ୍ସନ ଏବଂ AG ଗ୍ଲାସ୍ ବ୍ୟାକ୍ ପ୍ୟାନେଲ୍ ସହିତ ଲଞ୍ଚ କରାଯାଇଛି । ଏହି ଫୋନର ଦମଦାର ଫିଚର ବିଷୟରେ କହିବାକୁ ଗଲେ, ଆପଣ ଏହି Lava ମୋବାଇଲ୍ ଫୋନରେ ୧୬ GB RAM ପର୍ଯ୍ୟନ୍ତ ଲାଭ ପାଇ ପାରିବେ ।

Lava ୟୁଜର୍ସଙ୍କ ପାଇଁ ଭାରତୀୟ ବଜାରରେ ଏକ ନୂଆ ବଜେଟ୍ ସ୍ମାର୍ଟଫୋନ୍ Lava Yuva 3 Pro ଲଞ୍ଚ କରିଛି । ଏହି ସ୍ମାର୍ଟଫୋନ୍ ଟି ତିନୋଟି କଲର ଅପ୍ସନ ଏବଂ AG ଗ୍ଲାସ୍ ବ୍ୟାକ୍ ପ୍ୟାନେଲ୍ ସହିତ ଲଞ୍ଚ କରାଯାଇଛି । ଏହି ଫୋନର ଦମଦାର ଫିଚର ବିଷୟରେ କହିବାକୁ ଗଲେ, ଆପଣ ଏହି Lava ମୋବାଇଲ୍ ଫୋନରେ ୧୬ GB RAM ପର୍ଯ୍ୟନ୍ତ ଲାଭ ପାଇ ପାରିବେ । ଏହା ସହିତ ୫୦ ମେଗାପିକ୍ସେଲ କ୍ୟାମେରା ସେନ୍ସର, ଦମଦାର ବ୍ୟାଟେରୀ ଏବଂ ଫାଷ୍ଟ ଚାର୍ଜ ସପୋର୍ଟ ଭଳି ଫିଚର ପାଇବେ । Lava Yuva 3 Pro ରେ ଥିବା ଫିଚର ଏବଂ ଏହି ଡିଭାଇସର ଦାମ ବିଷୟରେ ଆସନ୍ତୁ ଜାଣିବା ।

ଏହି ଶସ୍ତା ବଜେଟ୍ ସ୍ମାର୍ଟଫୋନର ୮ GB RAM / ୧୨୮ GB ଷ୍ଟୋରେଜ୍ ଭାରିଆଣ୍ଟର ଦାମ୍‌ ୮,୯୯୯ ଟଙ୍କା । ଆପଣ ଏହି ଡିଭାଇସ୍‌ କୁ ଡେସର୍ଟ ଗୋଲ୍ଡ, ଫରେଷ୍ଟ ଭାଇରିଡିଆନ୍ ଏବଂ ମିଡୋ ପର୍ପଲ କଲରରେ କିଣି ପାରିବେ । ଆପଣ ଏହି ହ୍ୟାଣ୍ଡସେଟକୁ Lava ରିଟେଲ ନେଟୱାର୍କ ଏବଂ Lava ଅଫିସିଆଲ୍ ସାଇଟରୁ କିଣିପାରିବେ ।

ଏହି ଫୋନରେ ୯୦ Hz ରିଫ୍ରେସ୍‌ ରେଟ ସପୋର୍ଟ ସହିତ ୬.୫ ଇଞ୍ଚର HD ପ୍ଲସ୍ ଡିସପ୍ଲେ ରହିଛି । ସ୍ପିଡ୍ ଏବଂ ମଲ୍ଟିଟାସ୍କିଂ ପାଇଁ ଲାଭା କମ୍ପାନୀର ଏହି ଲାଟେଷ୍ଟ ଫୋନରେ ୟୁନିସକ୍ T616 ଅକ୍ଟା-କୋର ପ୍ରୋସେସର୍ ଦିଆଯାଇଛି । RAM ବିଷୟରେ କହିବାକୁ ଗଲେ ଫୋନରେ ୮ GB RAM ରହିଛି, କିନ୍ତୁ ୮ GB ଭର୍ଚୁଆଲ୍ RAM ସପୋର୍ଟରେ, ଆପଣ ସହଜରେ ଫୋନର RAM କୁ ୧୬ GB ପର୍ଯ୍ୟନ୍ତ ବଢ଼ାଇ ପାରିବେ ।

କ୍ୟାମେରା ସେଟଅପ୍ ବିଷୟରେ କହିବାକୁ ଗଲେ, ଫୋନ୍ ପଛରେ ୫୦ ମେଗାପିକ୍ସେଲର ଡୁଆଲ୍ ରିୟର କ୍ୟାମେରା ସେଟଅପ୍ ରହିଛି । ସେହିପରି ଫୋନ୍ ଫ୍ରଣ୍ଟରେ ୮ ମେଗାପିକ୍ସେଲ କ୍ୟାମେରା ସେନ୍ସର ଦିଆଯାଇଛି । ଫଟୋ, ଭିଡିଓ ଏବଂ ଅନ୍ୟାନ୍ୟ ଜିନିଷ ଷ୍ଟୋର କରିବା ପାଇଁ ହ୍ୟାଣ୍ଡସେଟରେ ୧୨୮ GB UFS ୨.୨ ଷ୍ଟୋରେଜ୍ ଅଛି । ଯାହାକୁ ଆପଣ ମାଇକ୍ରୋ SD କାର୍ଡ ସାହାଯ୍ୟରେ ୫୧୨ GB ପର୍ଯ୍ୟନ୍ତ ବଢ଼ାଇପାରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.