ଯୁବକଙ୍କ ସଂସଦ ଭବନରେ ଛୁରୀ ଧରି ପଶିବାକୁ ଉଦ୍ୟମ, ଗିରଫ କରି ପଚରାଉଚରା କରୁଛି ପୋଲିସ
ସଂସଦ ଭବନରେ ପଶିବାକୁ ଉଦ୍ୟମ କରୁଥିବା ଯୁବକଙ୍କୁ ଇଣ୍ଟେଲିଜେନ୍ସ ବ୍ୟୁରୋ ପଚରାଉଚରା କରୁଛି। ଯୁବକଙ୍କ ନାଁ ସାଗର ଇନସା ବୋଲି ଜଣା ପଡ଼ିଛି। ଏକ ବାଇକ୍ରେ ଆସି ଯୁବକ ଜଣଙ୍କ ସଂସଦ ଭବନରେ ପଶିବାକୁ ଉଦ୍ୟମ କରୁଥିଲେ। ତାଙ୍କୁ ପୋଲିସ ସାଙ୍ଗେ ସାଙ୍ଗେ କାବୁ କରି ନେଇଥିଲା। ସଂସଦ ଭବନର ୧ ନମ୍ବର ଗେଟ୍ ପାଖରୁ ତାକୁ ଗିରଫ କରିଥିଲା ପୋଲିସ। ସଂପୃକ୍ତ ଯୁବକ ଠାରୁ ଚୋଟିଏ ଛୁରୀ ଏବଂ ବାଇକ୍ ଜବତ ହୋଇଛି। ପାର୍ଲାମେଣ୍ଟ ଷ୍ଟ୍ରିଟ୍ ପୋଲିସ ଷ୍ଟେସନ୍ରେ ତାକୁ ପଚରାଉଚରା କରାଯାଉଛି। ପୋଲିସ ଏବଂ ଇଣ୍ଟେଲିଜେନ୍ସ ବ୍ୟୁରୋ ଅଧିକାରୀ ପଚରାଉଚରା କରୁଛନ୍ତି। ସଂପୃକ୍ତ ଯୁବକ ଜଣଙ୍କ ଏକ ଧାର୍ମିକ ସଂଗଠନର ସଦସ୍ୟ ବୋଲି ଜଣାପଡ଼ିଛି। ପୋଲିସ ଗିରଫ କରିବା ମାତ୍ରେ ଯୁବକ ଜଣଙ୍କ ଧାର୍ମିକ ସ୍ଲୋଗାନ ଦେଇଥିଲା। ତେବେ ଛୁରୀ ଧରି ସଂସଦ ଭବନ ଭିତରେ ପଶିବାକୁ କାହିଁକି ଉଦ୍ୟମ କରୁଥିଲା, ସେ ସଂପର୍କରେ କିଛି ସ୍ପଷ୍ଟ ହୋଇ ନାହିଁ।