କିନ୍ନର ବେଶରେ ଦୈହିକ ଶୋଷ ମେଣ୍ଟାଉଥିଲେ ଏହି ଯୁବକ, ମହିଳାଙ୍କୁ ହତ୍ୟା ପରେ ପୋଲିସ କଲା ଘଟଣାର ପର୍ଦ୍ଦାଫାଶ

ପାଟନା: କିନ୍ନର ବେଶ ଧାରଣ କରି ନିଜର ଦୈହିକ ଶୋଷ ମେଣ୍ଟାଉଥିଲେ ଜଣେ ଯୁବକ। ଲୋକଙ୍କୁ ସନ୍ଦେହ ନ ହେବା ପାଇଁ କିନ୍ନର ବେଶରେ ଆସୁଥିଲେ ମହିଳାଙ୍କ ଘରକୁ ଆଉ ତାଙ୍କ ସହ ରଖୁଥିଲେ ଶାରୀରିକ ସମ୍ପର୍କ। ପ୍ରତିବାଦ କଲେ ଦେଉଥିଲେ ହତ୍ୟା ଧମକ। ତେବେ କଥା ପ୍ରଘଟ ହୋଇଯିବା ଭୟରେ ଦିନେ ମହିଳାଙ୍କୁ ଘରୁ ଡାକିନେଇ କଲେ ନିର୍ମମ ହତ୍ୟା। ଆଉ ଏବେ ପୋଲିସ ଏହି ଘଟଣାର ପର୍ଦ୍ଦାଫାଶ କରିଛି।

ଏହାସହ ପଢ଼ନ୍ତୁ: ମହଙ୍ଗା ମାଡ଼ ଯୋଗୁ ପାକିସ୍ତାନରେ ହାହାକାର, ହାଇକୋର୍ଟଙ୍କୁ ଧାର୍ଯ୍ୟ କରିବାକୁ ପଡ଼ିଲା ଦୁଗ୍ଧର ମୂଲ୍ୟ

kin1

ବିହାର କୋଢ଼ା ଥାନା ଅଞ୍ଚଳରେ ୧୦ ନଭେମ୍ବରରେ ଜଣେ ମହିଳାଙ୍କୁ ଅତି ବିଭତ୍ସ୍ୟ ଭାବେ ହତ୍ୟା କରାଯାଇଥିବା ଖବର ବିଜୁଳି ବେଗରେ ଚାରିଆଡ଼େ ବ୍ୟାପିଗଲା। ମୃତ ମହିଳାଙ୍କ ନାଁ ଚାନ୍ଦିନୀ ଦେବୀ ଥିଲା। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍‌ ଆରମ୍ଭ କରିଥିଲା। ହତ୍ୟାକାଣ୍ଡର ଖୁଲାସା ହେବା ପରେ ପୋଲିସର ମଧ୍ୟ ନିଦ ହଜିଗଲା। କାରଣ, ହତ୍ୟାକାରୀ ଥିଲେ ଜଣେ କିନ୍ନର। ଏହି ଘଟଣାରେ ପୋଲିସ ତାଙ୍କୁ ଗିରଫ କରିଥିଲା। ପଚରାଉଚରା ବେଳେ କିନ୍ନର ଜଣକ ତାଙ୍କର ଦୁଇ ସହଯୋଗୀଙ୍କ ନାଁ କହିଥିଲେ, ଯେଉଁମାନେ ହତ୍ୟାରେ ସମ୍ପୃକ୍ତ ଥିଲେ। ତେବେ ପୋଲିସ ସଯେତେବେଳେ କିନ୍ନରଙ୍କ ମେଡିକାଲ ଟେଷ୍ଟ କରାଇଥିଲା, ତା’ର ଆଶ୍ଚର୍ଯ୍ୟର ସୀମା ରହି ନ ଥିଲା। ମେଡିକାଲ ଟେଷ୍ଟରେ କିନ୍ନର ଜଣେ ପୁରୁଷ ବୋଲି ଜଣାପଡ଼ିଥିଲା।

ଏହାସହ ପଢ଼ନ୍ତୁ: ମା’ ପେଟରୁ ଜନ୍ମ ନେଲା ‘ଲାଙ୍ଗୁଡ଼’ ଥିବା ଛୁଆ, ଦେଖିବା ପାଇଁ ହସ୍ପିଟାଲରେ ନାହିଁ ନ ଥିବା ଭିଡ଼

ଏ ନେଇ ପୋଲିସ ଏକ ପ୍ରେସ୍‌ କନ୍‌ଫେରେନ୍ସ କରି ଘଟଣାର ପର୍ଦ୍ଦାଫାଶ କରିଛି। ହତ୍ୟାରେ ସମ୍ପୃକ୍ତ ଥିବା ଉକ୍ତ କିନ୍ନରଙ୍କ ନାଁ ମିଠୁ ବ୍ୟାଧା ଓରଫ୍‌ କାଜଲ। ପୋଲିସ ମିଠୁଙ୍କ ମୋବାଇଲ୍‌ ଫୋନ୍‌ ଟ୍ରାକ୍‌ କରି ତାଙ୍କୁ ଭାଗଲପୁରରୁ ଗିରଫ କରିବାରେ ସକ୍ଷମ ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.