Below header

କଳିଯୁଗ ମା’ର କଳା କାରନାମା ! ଛୁଆ କାନ୍ଦିବାରୁ ରାଗରେ ଚିପିଦେଲା ତଣ୍ଟି

ମା‘ର ମମତାରେ କଳଙ୍କ । ଛୁଆ ଚୁପ ନହେବାରୁ ରାଗରେ ତଣ୍ଟି ଚିପିଦେଲା ମା । ଘଟଣାଟି ଘଟିଛି ମଧ୍ୟପ୍ରଦେଶର ଶାମଗଢରେ । କାନ୍ଦିବା ବନ୍ଦ ନକିରିବାରୁ ମହିଳାଜଣକ ତାଙ୍କ ଅଢେଇ ବର୍ଷର ଶିଶୁପୁତ୍ର ତଣ୍ଟି ଚିପି ମାରିଦେଇଛନ୍ତି ।

ପୋଲିସର କହିବା ମୁତାବକ, ସଞ୍ଜୟ ସେନ ତାଙ୍କ ସ୍ତ୍ରୀ ସୋନୁ ସେନ ଓ ଅଢେଇ ବର୍ଷର ଶିଶୁପୁତ୍ର ଗୌରବ ସହିତ ମେଲଖେଡାରେ ରହୁଥିଲେ । ଗତ ଶନିବାର ଦିନ ସୋନୁ ଶୋଇକି ଉଠିବାର କିଛି ସମୟ ପରେ ତାଙ୍କ ପୁଅ ଗୌରବ ଉଠି ପଡିଥିଲା ଓ ଜୋର ଜୋରରେ କାନ୍ଦିବାକୁ ଲାଗିଲା । ଗୌରବକୁ ଚୁପ କରିବା ପାଇଁ ସୋନୁ ବହୁତ ପ୍ରକାର ପ୍ରୟାସ କରିଥିଲେ । ହେଲେ ଗୌରବ ଚୁପ ନହେବାରୁ ପାଖରେ ଥିବା ଏକ ମଫଲରରେ ଗୌରବର ତଣ୍ଟିକୁ ଚିପି ଧରିଥିଲେ । ଯାହା ଫଳରେ ଘଟଣା ସ୍ଥଳରେ ଗୌରବର ପ୍ରାଣ ବାୟୁ ଉଡି ଯାଇଥିଲା ।

ଏହାପରେ ପୁଅ ମରିଯିବାର ଜାଣି ସୋନୁ ଅଭିନୟ ଆରମ୍ଭ କରିଦେଇଥିଲେ । ପରିବାର ସଦସ୍ୟଙ୍କୁ ଡାକ ପକାଇ କହିବାକୁ ଲାଗିଲେ ମୋ ପୁଅ କାହିଁକି ଉଠୁନି ତାକୁ ମେଡିକାଲ ନେଇଯିବା । ପରିବାର ଲୋକେ ପୁଅକୁ ଡାକ୍ତରଙ୍କ ପାଖକୁ ନେବା ପରେ ଜଣାପଡିଥିଲା ଯେ ,ଗୌରବ ଆଉ ଏହି ଦୁନିଆରେ ନାହିଁ । କିନ୍ତୁ ସୋନୁଙ୍କ ଉପରେ ତାଙ୍କ ସ୍ବାମୀ ସଞ୍ଜୟଙ୍କ ସନ୍ଦେହ ବଢିବାରୁ ସେ ପୋଲିସକୁ ଅଭିଯୋଗ କରିଥିଲେ । ଆଉ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶିଶୁଟିର ମୃତ ଶରୀରକୁ ପୋଷ୍ଟମର୍ଟମ କରିବା ପରେ ଜାଣିବାକୁ ପାଇଲା ଶିଶୁଟିକୁ ଗଳାଚିପି ହତ୍ୟା କରାଯାଇଛି ।

ଏହା ପରେ ସୋନୁଙ୍କୁ ପୋଲିସ ପଚରା ଉଚରା କରିବାରୁ ଦୋଷ ସ୍ବୀକାର କରି ସୋନୁ କହିଥିଲେ ମୁଁ ରାଗିଯାଇ ଗୌରବର ବେକକୁ ମଫଲରରେ ଚିପି ମାରି ଦେଇଛି । ଏହି ଘଟଣାକୁ ଏକ ହତ୍ୟା ରୂପେ ନେଇ ପୋଲିସ ଅଭିଯୁକ୍ତ ସୋନୁଙ୍କୁ ଗିରଫ କରି କୋର୍ଟ ଚାଳଣ କରିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.