୩୫୦୦ ଫୁଟ ଉଚ୍ଚରେ ଉଡ଼ୁଥିଲା ବିମାନ, ହଠାତ୍‌ କୁଦି ପଡ଼ିଲେ ଛାତ୍ରୀ, ତା’ ପରେ ଘଟିଲା ଏପରି ଘଟଣା

କ୍ୟାମ୍ବ୍ରିଜ୍‌ ବିଶ୍ୱବିଦ୍ୟାଳୟର ଜଣେ ଛାତ୍ରୀ ୩୫୦୦ ଫୁଟ ଉଚ୍ଚରେ ଉଡ଼ୁଥିବା ବିମାନରୁ ଖସି ପଡ଼ିବାରୁ ତାଙ୍କର ମୃତ୍ୟୁ ଘଟିଛି। ୧୯ ବର୍ଷୀୟା ଏଲାନା କଟଲେଣ୍ଡ ଏକ ରିସର୍ଚ୍ଚ ଟ୍ରିପରେ ଯାଇଥିଲେ। ରିସର୍ଚ୍ଚ ସାରି ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା। ସେ ବାୟୋଲୋଜିକାଲ ନ୍ୟାଚୁରାଲ ସାଇନ୍ସର ଦ୍ୱିତୀୟ ବର୍ଷର ଛାତ୍ରୀ ଥିଲେ। ତେବେ ତାଙ୍କ ମୃତଦେହ ଏ ପଯ୍ୟର୍ନ୍ତ ଠାବ ହୋଇପାରିନାହିଁ।

ଏହାସହ ପଢ଼ନ୍ତୁ: ମେସେଜ ଆସିଲା, ‘ଆକାଉଣ୍ଟକୁ ମୋଦି ୧୫ ଲକ୍ଷ ଟଙ୍କା ପଠାଉଛନ୍ତି’, ଆଉ ତା’ ପରେ ବ୍ୟାଙ୍କ ସମ୍ମୁଖରେ ଲାଗିଗଲା ଲମ୍ବା ଲାଇନ୍‌

ଯାଞ୍ଚ ଦଳଙ୍କ କହିବାନୁଯାୟୀ, ଛାତ୍ରୀ ଜଣକ ରିସର୍ଚ୍ଚରେ ଫେଲ୍‌ ହୋଇଯାଇଥିଲେ। ତେଣୁ ଜାଣିଶୁଣି ବିମାନରୁ ଡେଇଁପଡ଼ି ଆତ୍ମହତ୍ୟା କରିଛନ୍ତି। ସେ ମାନସିକ ଭାବେ ଭାରାକ୍ରାନ୍ତ ଥିଲେ। ତାଙ୍କ ସାଥୀରେ ଥିବା ଅନ୍ୟ ଯାତ୍ରୀଙ୍କ ସହ ଝଗଡ଼ା ମଧ୍ୟ କରିଥିଲେ। ଏପରି କି, ବ୍ରିଟିଶ୍‌ ଟୁରିଷ୍ଟ୍‍ ରୁଥ୍‌ ଜନସନ୍‌ ତାଙ୍କୁ ବଞ୍ଚାଇବାକୁ ଚେଷ୍ଟା କରିଥିଲେ। ଏହି ଛୋଟିଆ ପ୍ଲେନରେ କେବଳ ରୁଥ୍‌ ଓ ପାଇଲଟ ହିଁ ଉପସ୍ଥିତ ଥିଲେ।

plane p

 

ସ୍ଥାନୀୟ ପୋଲିସଙ୍କ କହିବାନୁଯାୟୀ, ଏଲାନା ନିଜକୁ ଛଡ଼ାଇବାରେ ସଫଳ ହୋଇଥିଲେ ଏବଂ ହିନ୍ଦୁ ମହାସାଗର ଦ୍ୱୀପର ଶୂନଶାନ ଜଙ୍ଗଲକୁ ଡେଇଁ ପଡ଼ିଥିଲେ। ପାଇଲଟ ଏବଂ ଜନସନଙ୍କ ବୟାନକୁ ଆଧାର କରି ପୋଲିସ ଘଟଣାର ରିକ୍ରିଏଟ୍‌ କରିବାକୁ ଚେଷ୍ଟା କରିଥିଲା। ବ୍ରିଟିଶ ଅଧିକାରୀଙ୍କ ସହ ମିଶି ଏଲାନାଙ୍କ ପରିବାର ଲୋକଙ୍କୁ ପୋଲିସ ପଚରାଉଚରା କରୁଛି। ହୋଟେଲରୁ ମିଳିଥିବା ତାଙ୍କ ଡାଏରୀରୁ ଏହା ଜଣାପଡ଼ୁଛି ଯେ ସେ ଏକ ରିସର୍ଚ୍ଚ ଓ୍ଵାର୍କରେ ଫେଲ୍‌ ହୋଇଯାଇଥିଲେ ଏବଂ ନୈତିକ ସହାୟତା ମାଗୁଥିଲେ।

gi rl

ପୋଲିସ ସୂଚନା ମୁତାବକ, ସି୧୬୮ ବିମାନ ୩ଜଣ ଯାତ୍ରୀଙ୍କୁ ନେଇ ଅଞ୍ଜାଜୈବିରୁ ଉଡ଼ାଣ ଭରିଥିଲା। ପାଇଲଟ ଉଡ଼ାଣ ଭରିବାର ୧୦ ମିନିଟ୍‌ ପରେ ଏଲାନା ନିଜ ସିଟ୍‌ ବେଲ୍ଟ ଖୋଲିଥିଲେ ଏବଂ ପ୍ଲେନର କବାଟ ଖୋଲିବାକୁ ଲାଗିଥିଲେ। ଶେଷରେ ସେ ପ୍ଲେନରୁ ଡେଇଁ ଆତ୍ମହତ୍ୟା କରି ଦେଇଥିଲେ।