ଆନ୍ଧ୍ରପ୍ରଦେଶରେ ବଡ଼ ଧରଣର ଅଗ୍ନିକାଣ୍ଡ: ଔଷଧ କମ୍ପାନୀରେ ନିଆଁ ଲାଗି ୪ମୃତ, ଜଣେ ଗୁରୁତର

ଆନ୍ଧ୍ରପ୍ରଦେଶ: ଆନ୍ଧ୍ରପ୍ରଦେଶରେ ବଡ଼ ଧରଣର ଅଗ୍ନିକାଣ୍ଡ । ଔଷଧ କମ୍ପାନୀରେ ନିଆଁ ଲାଗି ୪ ଜଣଙ୍କ ମୃତ୍ୟୁ ହୋଇଛି । ଜଣେ ଗୁରୁତର ଆହତ ହୋଇଛନ୍ତି ।

ଗତ ରାତିରେ ଆନକାପଲ୍ଲିରେ ଥିବା ପାରଭଡ଼ା ଲରସ୍‌ ଫାର୍ମା କମ୍ପାନୀରେ ନିଆଁ ଲାଗି ସମ୍ପୂର୍ଣ୍ଣ ପୋଡ଼ି ଯାଇଛି । ସଟ୍‌ସର୍କିଟରୁ ନିଆଁ ଲାଗିଥିବା ସନ୍ଦହ କରାଯାଉଛି । ମେଣ୍ଟେନାସ୍‌ କାମ ଚାଲିଥିବା ବେଳେ ଅଗ୍ନିକାଣ୍ଡ ଘଟିଥିବା ସୂଚନା ମିଳିଛି । ମୃତକଙ୍କ ପରିବାରକୁ ୨୫ ଲକ୍ଷ ଟଙ୍କା ପ୍ରଦାନ କରିବାକୁ ଘୋଷଣା କରିଛନ୍ତି ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.