ସଙ୍ଗୀତ କାର୍ଯ୍ୟକ୍ରମରେ ଡ୍ୟାନ୍ସ କରୁ କରୁ ମହିଳାଙ୍କୁ ଆସିଲା ହୃଦଘାତ; ଷ୍ଟେଜ୍‌ ଉପରେ ହିଁ ଟଳି ପଡ଼ିଲେ…ଦେଖନ୍ତୁ ଭିଡିଓ

ନାଚୁଥିବା ସମୟରେ ହଠାତ୍ ହୃଦଘାତରେ ମୃତ୍ୟୁ ହେବାର ଅନେକ ମାମଲା ସାମ୍ନାକୁ ଆସି ସାରିଛି। ଏବେ ମଧ୍ୟପ୍ରଦେଶର ସିଓ୍ଵନିରୁ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି, ଯେଉଁଥିରେ ଦେଖାଯାଉଛି କି, ଜଣେ ମହିଳା ସଙ୍ଗୀତ କାର୍ଯ୍ୟକ୍ରମରେ ନାଚୁଥିବା ବେଳେ ହଠାତ୍‌ ମଞ୍ଚ ଉପରେ ଟଳି ପଡ଼ୁଛନ୍ତି, ଯାହାଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟୁଛି।

ମାମଲା ବଣ୍ଡୋଲ ଥାନା ଅନ୍ତର୍ଗତ ବଖାରୀ ଗାଁର। ଭାଇରାଲ ଭିଡିଓ ଅନୁସାରେ, ଜଣେ ମହିଳା ସଙ୍ଗୀତ କାର୍ଯ୍ୟକ୍ରମରେ ଅନ୍ୟ ମହିଳାମାନଙ୍କ ସହିତ ଡ୍ୟାନ୍ସ କରୁଛନ୍ତି। ଏହି ସମୟରେ ହଠାତ୍ ହୃଦଘାତ ଆସିବାରୁ ସେ ମଞ୍ଚ ଉପରେ ପଡ଼ି ଯାଉଛନ୍ତି।

ସୂଚନା ମୁତାବକ, ୧୪ ଡିସେମ୍ବର ରାତିରେ ବଖାରୀରେ ଏକ ବିବାହ ସମାରୋହ ପୂର୍ବରୁ ସଙ୍ଗୀତ କାର୍ଯ୍ୟକ୍ରମ ଥିଲା। ସମାରୋହରେ ପରିବାରର ମହିଳାମାନେ ମଞ୍ଚ ଉପରେ ନାଚୁଥିଲେ। ଏହି ସମୟରେ ଜଣେ ମହିଳା ନାଚୁ ନାଚୁ ମଞ୍ଚ ଉପରେ ପଡ଼ି ଯାଇଥିଲେ। ପରିବାର ଲୋକେ ତୁରନ୍ତ ତାଙ୍କୁ ନିକଟସ୍ଥ ହସ୍ପିଟାଲ ନେଇ ଯାଇଥିଲେ, ଯେଉଁଠି ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଡାକ୍ତରଙ୍କ ଅନୁସାରେ, ହୃଦଘାତରେ ମହିଳାଙ୍କ ମୃତ୍ୟୁ ଘଟିଛି।

ପୋଲିସ ସୂଚନା ମୁତାବକ, ପରିବାର ଲୋକେ ମହିଳାଙ୍କ ଅନ୍ତିମ ସଂସ୍କାର କରିଛନ୍ତି। ମହିଳାଙ୍କ ମୃତ୍ୟୁରେ ବିବାହର ଖୁସି ଶୋକରେ ବଦଳି ଯାଇଛି। ଘଟଣାକୁ ନେଇ ପୂରା ଗାଁରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି।

video courtesy: Amar Ujala Madhya Pradesh

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.