ସ୍ୱାମୀଙ୍କ ଓଜନ ଯୋଗୁଁ ଛାଡ଼ି ଚାଲିଗଲେ ପତ୍ନୀ, ବିଚ୍ଛେଦକୁ ସହିନପାରି ହାର୍ଟ ଆଟାକରେ ପ୍ରାଣ ହାରିଲେ ବ୍ଯକ୍ତି

ମେକ୍ସିକୋ: ଦିନକୁ ଦିନ ଓଜନ ବଢିବା ଲୋକଙ୍କ ଗମ୍ଭୀର ସମସ୍ୟାରେ ପରିଣତ ହେଉଛି । ଏପରିକି ଓଜନ ନେଉଛି ଅନେକଙ୍କ ଜୀବନ । ଓଜନ ତ ବଢୁଛି, ଏହାସହ ବଢୁଛି ବିଭିନ୍ନ ରୋଗର ଆଶଙ୍କା । ନାନା ପ୍ରକାରର ରୋଗ ଦେଖା ଦେଉଛି ମୋଟାପଣ ଯୋଗୁଁ । ଓଜନର ସିଧା ସଳଖ ପ୍ରଭାବ ପଡୁଛି ହାର୍ଟ ଉପରେ । ଏପରି ଏକ ଘଟଣା ଦେଖିବାକୁ ମିଳିଛି ମେକ୍ସିକୋରେ ।

ସ୍ୱାମୀଙ୍କ ମୋଟାପଣ ଯୋଗୁଁ ଛାଡ଼ି ଚାଲିଗଲେ ପତ୍ନୀ । ଯାହାଫଳରେ  ହାର୍ଟ ଆଟାକରେ ଚାଲିଗଲା ସ୍ୱାମୀଙ୍କ ଜୀବନ । ଏପରିକି ପତ୍ନୀ ଚାଲିଯିବା ପରେ ଅଧିକ ବିଗିଡ଼ି ଯାଇଥିଲା ତାଙ୍କ ସ୍ୱାସ୍ଥ୍ୟବସ୍ଥା । କହିବାକୁ ଗଲେ ପତ୍ନୀ ବିଚ୍ଛେଦର ପ୍ରଭାବ ପୁରା ତାଙ୍କ ହାର୍ଟକୁ ଗ୍ରାସ କରିଥିଲା ।

ଏ ହେଉଛି ମେକ୍ସିକୋରେ ରହୁଥିବା ପୋଲିସ ଅଧିକାରୀ ଏଣ୍ଡ୍ରେସ ମୋରେନୋଙ୍କ କାହାଣୀ । ଯିଏ ପାଲଟିଥିଲେ ବିଶ୍ୱର ସବୁଠୁ ମୋଟା ବ୍ୟକ୍ତି । ଯାହାଙ୍କ ଓଜନ ବଢି ବଢି ୪୪୪ କିଲୋରେ ପହଞ୍ଚି ଯାଇଥିଲା । ଯେଉଁଥି ପାଇଁ ଚିନ୍ତାରେ ରହୁଥିଲେ ଏଣ୍ଡ୍ରେସ । ଓଜନ ବଢିବା ସହ ତାଙ୍କ ସ୍ୱାସ୍ଥ୍ୟବସ୍ଥା ମଧ୍ୟ ବିଗୁଡ଼ୁଥିଲା । ନିଜର ମୋଟାପଣ ପାଇଁ ସବୁବେଳେ ଚିନ୍ତାରେ ରହୁଥିଲେ ଏଣ୍ଡ୍ରେସ । ସର୍ଜରୀ ପରେ ତାଙ୍କ ଓଜନରେ ୧୨୦ କିଲୋ କମ ହୋଇଥିଲେ ସୁଦ୍ଧା ତାଙ୍କ ସ୍ୱାସ୍ଥ୍ୟବସ୍ଥାରେ ସେତେଟା ସୁଧାର ଆସି ନଥିଲା । ଶେଷରେ ହାର୍ଟ ଆଟାକରେ ଚାଲିଯାଇଛି ତାଙ୍କ ଜୀବନ ।

ଏଣ୍ଡ୍ରେସଙ୍କର ଜନ୍ମ ସମୟରେ ୫.୮ କିଲୋ ଓଜନ ଥିଲା । ୧୦ ବର୍ଷ ବେଳକୁ ୮୨ କିଲୋରେ ପହଁଚି ଯାଇଥିଲେ ସେ । ଏପରିକି ୪୪୪ କିଲୋରେ ପହିଁଚି ବିଶ୍ୱର ସବୁଠୁ ମୋଟା ବ୍ୟକ୍ତି ପାଲଟିଥିଲେ ସେ । ଏହାପରେ ସେ ପୋଲିସ୍ ଅଧିକାରୀ ଭାବରେ ଚାକିରୀ କରି, ବିବାହ କରିଥିଲେ । କିନ୍ତୁ ତାଙ୍କ ଓଜନ ଯୋଗୁଁ ତାଙ୍କ ପତ୍ନୀ ତାଙ୍କୁ ଛାଡ଼ିକି ପଳେଇ ଯାଇଥିଲେ ।

ପତ୍ନୀଙ୍କ ଚାଲିଯିବା ପରେ ତାଙ୍କ ଅବସ୍ଥା ଆହୁରି ଖରାପ ହେବାରେ ଲାଗିଲା । ଧିରେ ଧିରେ ଗମ୍ଭୀର ସ୍ଥିତିକୁ ଗତି କରୁଥିଲେ ସେ । ଦିନକୁ ଦିନ ବିଗୁଡ଼ି ଥିଲା ତାଙ୍କ ସ୍ୱାସ୍ଥ୍ୟବସ୍ଥା । ସର୍ଜରୀରେ ତାଙ୍କ ଶରୀର ୭୦ ପ୍ରତିଶତ ଚର୍ବିକୁ କାଢି ଦେଇଥିଲେ ଡାକ୍ତର । ଓଜନ ଓ ଅଧିକ ଚିନ୍ତାଯୋଗୁଁ ତାଙ୍କର ମୃତ୍ୟୁ ହୋଇଥିବା ଡାକ୍ତର କହିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.