କରଜ ଯୋଗୁଁ କିଡନୀ ବିକ୍ରି ପାଇଁ ଯୁବକ କରିଥିଲେ ଜବରଦସ୍ତ ପ୍ଲାନ୍‌, ଏବେ କିଡନୀ ବି ଗଲା ଆଉ ଟଙ୍କା ବି

ଆଜିକାଲି ସୋସିଆଲ ମିଡିଆରେ ଜରିଆରେ ଲୋକେ ପଇସା ରୋଜଗାର କରୁଛନ୍ତି। ସୋସିଆଲ ମିଡିଆକୁ ଭଲରେ ହେଉ ଅବା ଖରାପରେ ହେଉ ଲୋକେ ବ୍ୟବହାର କରି ପଇସା ଆୟ କରୁଛନ୍ତି। ଏହି ସୋସିଆଲ ମିଡିଆ ଯୋଗୁଁ କିଏ ରାତାରାତି ଷ୍ଟାର ପାଲଟୁଛି ତ ଆଉ କିଏ ଚୋର ହେଇଯାଉଛି। ଏମିତି ଏକ ଘଟଣା ଉତ୍ତରପ୍ରଦେଶର ଏଟାରେ ଦେଖିବାକୁ ମିଳିଛି। ଯେଉଁଠି କିଡନୀ ଚୋରି କରିବା ଅଭିଯୋଗରେ ଜଣେ ଲୋକକୁ ଗଛରେ ବାନ୍ଧି ପିଟିଥିବା ଘଟଣା ସାମ୍ନାକୁ ଆସିଛି।

ଏହି ଘଟଣା ସୋସିଆଲ ମିଡିଆରେ ଭାଇରଲ ହେବା ପରେ ପୋଲିସ ଦୁଇଜଣଙ୍କୁ ଗିରଫ କରିଛି। ଯେଉଁ ଭିଡିଓ ଭାଇରଲ ହୋଇଛି, ସେଥିରେ ଅଭିଯୁକ୍ତ ଜଣକ ସ୍ୱୀକାର କରିଛି ଯେ କିପରି ସେ ଚାରିଜଣ ବନ୍ଧୁଙ୍କ ସହିତ ମିଶି ଜଣେ ଯୁବକଙ୍କୁ ଅପହରଣ କରିବା ପରେ ତାଙ୍କୁ ଲକ୍ଷ୍ମୌ ହସପିଟାଲକୁ ନେଇ କିପରି କିଡନୀ କାଢି ନେଇଥିଲେ।

ଏଟାର ଭଗିପୁରରେ ରହୁଥିବା ଯୁବକ ଜଣକ କହିଛନ୍ତି, ଦୁଇ ମାସ ପୂର୍ବେ ଅଭିଯୁକ୍ତ ଅଶ୍ୱିନୀ ଚାରିଜଣ ବନ୍ଧୁଙ୍କ ସହିତ କଲେକ୍ଟ୍ରଟ୍‌ ରୋଡରୁ ସନ୍ଧ୍ୟାରେ ଜଣେ ଯୁବକଙ୍କୁ ଅପହରଣ କରିନେଇଥିଲେ। ଯୁବକଙ୍କୁ ଅପହରଣ କରିବା ପରେ ତାଙ୍କ ହସପିଟାଲକୁ ନେଇ କିଡନୀ କାଢି ନେଇଥିଲେ। ଯେତେବେଳେ ସେ ଧରାପଡିଲେ, ସେତେବେଳେ ଲୋକ ତାଙ୍କୁ ପିଟିଥିଲେ।

ଭିଡିଓ ଭାଇରଲ ହେବା ପରେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଅଭିଯୁକ୍ତକୁ ଗିରଫ କରି ତଦନ୍ତ ଆରମ୍ଭ କରିଥିଲା। ପରେ ଘଟଣାରର ସତ୍ୟତା ଜଣାପଡିଥିଲା। ପୀଡିତ ଯୁବକ କିଶୋର କରଜରେ ବୁଡିଥିଲେ। ତେଣୁ ସେ ଫେବୃଆରୀରେ ଫେସବୁକରେ କିଡନୀ କିଣୁଥିବା କିଛି ଲୋକଙ୍କ ସହିତ କଥା ହୋଇଥିଲେ। ୨୩ ଫେବୃଆରୀରେ ଆନ୍ଧ୍ରପ୍ରଦେଶ ଏକ୍ସପ୍ରେସରେ ରିଜରଭେସନ କରି ବିଶାଖାପାଟନମ୍‌ ଯାଇଥିଲେ। ସେଠାକୁ ଯାଇ ସେ କିଡନୀ ବିକ୍ରି କରିଦେଇଥିଲେ। ଯେଉଁଥିପାଇଁ ତାଙ୍କୁ ୨୪ ଲକ୍ଷର ଚେକ୍‌ ମଧ୍ୟ ମିଳିଥିଲା।

kidney

ଏହି ଚେକ୍‌ ଏଟାରେ ପହଞ୍ଚିବା ପରେ କ୍ଲିଅର ନ ହେବାରୁ କିଶୋର ପୁଣି ସେମାନଙ୍କ ସହିତ କଥାବାର୍ତ୍ତା ହୋଇଥିଲେ ଏବଂ ପଇସା ନେବା ପାଇଁ ଲକ୍ଷ୍ମୌରେ ପହଞ୍ଚିଥିଲେ। ଲକ୍ଷ୍ମୌରେ ୮ ଦିନ ରହିବା ପରେ କିଶୋରଙ୍କୁ ପଇସା ମିଳିନଥିଲା ତେଣୁ ସେ ଘରକୁ ଫେରି ଆସିଥିଲେ। କିଶୋର ଫେସବୁକରେ କଥା ହେବା ଠାରୁ ଆରମ୍ଭ କରି କିଡନୀ ବିକ୍ରି କରିବା ପର୍ଯ୍ୟନ୍ତ ଅଶ୍ୱିନୀଙ୍କ ଜରିଆରେ ଡିଲ୍‌ କରିଥିଲେ। ତେଣୁ କିଶୋର ଅଶ୍ୱିନୀଙ୍କୁ ଘରକୁ ଫୋନ କରି ଡାକି ତାଙ୍କ ବାନ୍ଧି ପିଟିଥିଲେ। ପୋଲିସ ଏହି ଘଟଣା ବିଷୟରେ ଜାଣିବା ପରେ ତଦନ୍ତ ଆରମ୍ଭ କରିଦେଇଛି। ତେବେ ଘଟଣାର ସତ୍ୟତା ସାମ୍ନାକୁ ଆସିନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.