ଆମ୍‌ ଆଦମୀ ପାର୍ଟିକୁ ମିଳିଲା ଜାତୀୟ ଦଳ ମାନ୍ୟତା, ୧୦ ବର୍ଷ ପରେ ମାନ୍ୟତା ପାଇଲା

ଦିଲ୍ଲୀ, ଗୋଆ, ପଞ୍ଜାବ ଓ ଗୁଜରାଟ ନିର୍ବାଚନରେ ଆପ୍‌ର ସ୍ଥିତି ଦେଖି, ଆମ ଆଦମୀ ପାର୍ଟିକୁ ଭାରତୀୟ ନିର୍ବାଚନ କମିଶନ ଜାତୀୟ ଦଳର ମାନ୍ୟତା ପ୍ରଦାନ କରିଛନ୍ତି। ୨୦୧୨ରେ ଆନ୍ନା ହଜାରେଙ୍କ ଆନ୍ଦେଳନରୁ ଆସି ଆମ ଆଦମୀ ପାର୍ଟି ଗଠନ କରିଥିଲେ ଅରବିନ୍ଦ କେଜ୍‌ରିୱାଲ।

କେନ୍ୟୁଜ୍(ବ୍ୟୁରୋ): ଆମ୍‌ ଆଦମୀ ପାର୍ଟିକୁ ମିଳିଲା ଜାତୀୟ ଦଳ ମାନ୍ୟତା। ବର୍ତ୍ତମାନ ଏହି ଦଳ ଦିଲ୍ଲୀ ଓ ପଞ୍ଜାବରେ କ୍ଷମତାରେ ଅଛି। ସେପଟେ ଶରଦ ପାୱାରଙ୍କ ଏନ୍‌ସିପି, ମମତା ବାନାର୍ଜୀଙ୍କ ଟିଏମ୍‌ସି ଓ ସିପିଆଇ ଜାତୀୟ ଦଳର ମାନ୍ୟତା ହରାଇଛନ୍ତି। ଦିଲ୍ଲୀ, ଗୋଆ, ପଞ୍ଜାବ ଓ ଗୁଜରାଟ ନିର୍ବାଚନରେ ଆପ୍‌ର ସ୍ଥିତି ଦେଖି, ଆମ ଆଦମୀ ପାର୍ଟିକୁ ଭାରତୀୟ ନିର୍ବାଚନ କମିଶନ ଜାତୀୟ ଦଳର ମାନ୍ୟତା ପ୍ରଦାନ କରିଛନ୍ତି। ୨୦୧୨ରେ ଆନ୍ନା ହଜାରେଙ୍କ ଆନ୍ଦେଳନରୁ ଆସି ଆମ ଆଦମୀ ପାର୍ଟି ଗଠନ କରିଥିଲେ ଅରବିନ୍ଦ କେଜ୍‌ରିୱାଲ।

୧୦ ବର୍ଷ ପରେ ଜାତୀୟ ଦଳ ମାନ୍ୟତା ପାଇଛି ଆପ୍‌। ଏହା ସହ କିଛି ଦଳକୁ ରାଜ୍ୟ ଦଳର ମାନ୍ୟତା ପ୍ରଦାନ କରିଛନ୍ତି ନିର୍ବାଚନ କମିସନ। ତ୍ରିପୁରାରେ ତିପ୍ରା ମୋଥା ପାର୍ଟି ଓ ନାଗାଲାଣ୍ଡରେ ଲୋକଜନଶକ୍ତି ପାର୍ଟି- ରାମବିଳାସକୁ ରାଜ୍ୟ ଦଳ ମାନ୍ୟତା ମିଳିଛି। ସେହିପରି ପୁଡୁଚେରୀରେ ପିଏମକେ, ଉତ୍ତରପ୍ରଦେଶରେ ଆରଏଲଡି, ପଶ୍ଚିମବଙ୍ଗରେ ଆରଏସପିର ରାଜ୍ୟ ଦଳର ମାନ୍ୟତା ପ୍ରତ୍ୟାହାର ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.