Below header

ପ୍ରଣବ ମୁଖାର୍ଜୀଙ୍କ ମୁଖାଗ୍ନି ଦେଇ ଭାବୁକ ହୋଇପଡ଼ିଲେ ପୁଅ ଅଭିଜିତ୍‌, କହିଲେ-‘ବାବାଙ୍କ ଶେଷ ଇଚ୍ଛା ପୂରଣ କରିପାରିଲିନି’

ମଙ୍ଗଳବାର ଦେଶର ପୂର୍ବ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ରାଜକୀୟ ସମ୍ମାନ ସହ ଲୋଧୀ ଶ୍ମଶାନରେ ପ୍ରଣବ ଦା’ ପଞ୍ଚଭୂତରେ ଲୀନ ହୋଇଛନ୍ତି। ଏହା ପୂର୍ବରୁ ପାର୍ଥିବ ଶରୀରକୁ ଆମ୍ରି ହସ୍ପିଟାଲରୁ ୧୦ ରାଜାଜୀ ମାର୍ଗସ୍ଥିତ ତାଙ୍କ ସରକାରୀ ବାସଭବନରେ ରଖାଯାଇଥିଲା।

ତେବେ ଲୋଧୀ ଶ୍ମଶାନଘାଟରେ ତାଙ୍କ ପୁଅ ତଥା କଂଗ୍ରେସ ନେତା ଅଭିଜିତ ମୁଖାର୍ଜୀ ତାଙ୍କୁ ମୁଖାଗ୍ନି ଦେଇଥିଲେ। ବାପାଙ୍କୁ ମୁଖାଗ୍ନି ଦେବା ବେଳେ ଅଭିଜିତ୍‌ ବେଶ୍‌ ଭାବୁକ ହୋଇପଡ଼ିଥିଲେ। ସେ କହିଥିଲେ ମୁଁ ବାବାଙ୍କୁ ପଶ୍ଚିମବଙ୍ଗ ନେବାକୁ ଚାହୁଁଥିଲି, କିନ୍ତୁ ତାଙ୍କର ଏହି ଇଚ୍ଛା ଅଧୁରା ରହିଗଲା। ଅଭିଜିତ୍‌ କହିଛନ୍ତି ବାବାଙ୍କ ଉପସ୍ଥିତି ଆମ ପରିବାର ପାଇଁ ସବୁଠୁ ଗୁରୁତ୍ୱପୂର୍ଣ୍ଣ ଥିଲା। ତାଙ୍କୁ ସବୁବେଳେ ମନେ ପକାଇବୁ।

pranab

ଅଭିଜିତ୍‌ଙ୍କ କହିବାନୁସାରେ ବାବାଙ୍କ ମୃତ୍ୟୁର ମୁଖ୍ୟ କାରଣ କରୋନା ନୁହେଁ। ବ୍ରେନ୍‌ ସର୍ଜରୀ ଯୋଗୁ ତାଙ୍କ ସ୍ୱାସ୍ଥ୍ୟହାନୀ ଘଟିଥିଲା। ତେବେ ପ୍ରଣବଙ୍କ ମୃତ୍ୟୁ ପରେ ତାଙ୍କ ସ୍ମୃତିରେ ପଶ୍ଚିମବଙ୍ଗର ଜଙ୍ଗୀପୁରସ୍ଥିତ ନିଜ ଘରର ଏକ ମହଲାକୁ ସେ ମ୍ୟୁଜିୟମ୍‌ ଓ ଲାଇବ୍ରେରୀରେ ପରିବର୍ତ୍ତିତ କରିବେ ବୋଲି କହିଛନ୍ତି। ସେ ଇଚ୍ଛା କରିଛନ୍ତି ଯେ ପ୍ରଣବ ମୁଖାର୍ଜୀଙ୍କ ସ୍ମୃତିରେ ସରକାର ଡାକଟିକଟ ଜାରି କରନ୍ତୁ। ଅଭିଜିତ କହିଛନ୍ତି ବାବା କହୁଥିଲେ ରାଜନୀତିରେ ପଦବୀରେ ଥିଲେ କେବେ କାହା ଉପରେ ପ୍ରତିଶୋଧ ନେବା ଅନୁଚିତ। ତାଙ୍କର ଏହି କଥାକୁ ମୁଁ ସବୁବେଳେ ମନେ ରଖିବି ବୋଲି କହିଛନ୍ତି ଅଭିଜିତ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.