Below header

ଏଲନ୍‌ର ଘାତକକୁ ୧୨୫ ବର୍ଷ ଜେଲଦଣ୍ଡ, ସାରା ଦୁନିଆକୁ ସ୍ତବ୍ଧ କରିଥିଲା ଏହି ଶିଶୁର ଫଟୋ

୨୦୧୫ ମସିହା ସେପ୍ଟେମ୍ବର ୨ ତାରିଖରେ ଏକ ଶିଶୁର ଫଟୋ ଭାଇରାଲ ହୋଇଥିଲା, ଯାହା ସାରା ଦୁନିଆକୁ ସ୍ତବ୍ଧ କରିଦେଇଥିଲା। ତୁର୍କୀର ସମୁଦ୍ରତଟରେ ଏହି ସିରିଆ ଶିଶୁର ମୃତଦେହ ଭାସି ଭାସି ଲାଗିବା ପରେ ସିରିଆ ଗୃହଯୁଦ୍ଧର ଭୟାବହତାକୁ ସମସ୍ତେ ଜାଣିପାରିଥିଲେ। ୩ ବର୍ଷୀୟ ଏଲନ୍‌ କୁର୍ଦ୍ଦି ନାମକ ଏହି ଶିଶୁର ଫଟୋ ସିରିଆରେ ଚାଲିଥିବା ଆତଙ୍କର ଚେହେରାକୁ ସାରା ବିଶ୍ୱ ସାମ୍ନାରେ ରଖିଥିଲା।

alan2

ତେବେ ବର୍ତ୍ତମାନ ୪ ବର୍ଷ ପରେ ତୁର୍କୀର ଏକ ଅଦାଲତ ଏଲନ୍‌ର ମୃତ୍ୟୁ ପାଇଁ ଦାୟୀ ଲୋକଙ୍କୁ ଦଣ୍ଡାଦେଶ କରିଛନ୍ତି। ଏହି ମାମଲାରେ ୩ ଜଣଙ୍କୁ ମାନବଚାଲାଣ ଅଭିଯୋଗରେ ୧୨୫ ବର୍ଷ ପାଇଁ ଜେଲ ଦଣ୍ଡାଦେଶ ହୋଇଛି। ତୁର୍କୀ ସେନା ଏହି ତିନି ଜଣ ଅଭିଯୁକ୍ତଙ୍କୁ ଗିରଫ କରିନେଇଥିବା ଜଣାଯାଇଛି।

alan3

ସୂଚନାନୁଯାୟୀ, ଏଲନ୍‌ର ମାତାପିତା ଛୁଆ ସହ ସିରିଆର ଗୃହଯୁଦ୍ଧରୁ ଜୀବନ ବଞ୍ଚାଇ ୟୁରୋପ ରାସ୍ତାରେ କାନାଡ଼ା ଯାଉଥିଲେ। କିନ୍ତୁ ମଝି ସମୁଦ୍ରରେ ତାଙ୍କ ଡଙ୍ଗା ବୁଡ଼ିଯାଇଥିଲା। ଏହି ଦୁର୍ଘଟଣାରେ ମା’ ଓ ପୁଅଙ୍କ ମୃତ୍ୟୁ ଘଟିଥିଲା। କେବଳ ପିତା ଅବଦ୍ଦୁଲାଙ୍କର ହିଁ ଜୀବନ ବଞ୍ଚିଯାଇଥିଲା। ପରେ ବୋଡରମ୍‌ କୂଳରେ ଏଲନର ଅନ୍ତିମ ସଂସ୍କାର କରାଯାଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.