ଇରାନରେ ଗୋଟିଏ ଦିନରେ ୧୨୯ ଜଣଙ୍କ ଜୀବନ ନେଲା କରୋନା ଭାଇରସ

ଇରାନରେ ସୋମବାର ଦିନ ଅର୍ଥାତ ଆଜି ଗୋଟିଏ ଦିନରେ କରୋନା ଭାଇରସ ସଂକ୍ରମଣ କାରଣରୁ ୧୨୯ ଲୋକଙ୍କର ମୃତ୍ୟୁ ହୋଇସାରିଛି। ଯାହାପରେ ମୃତକଙ୍କ ସଂଖ୍ୟା ବଢି ୮୫୩ ରେ ପହଞ୍ଚିଛି। ମହାମାରୀ ଆରମ୍ଭରୁ ନେଇ ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଭାଇରସ ସଂକ୍ରମଣରେ ଆଜି ଗୋଟିଏ ଦିନରେ ହିଁ ସବୁଠାରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଛି। ରିପୋର୍ଟ ଅନୁଯାୟୀ ଇରାନର ରାଜଧାନୀ ତେହରାନ ହସ୍ପିଟାଲରେ ୩୦,୦୦୦ ବେଡ୍‌ ସହ ସାରା ବିଶ୍ୱର ହସ୍ପିଟାଲରେ ପାଖାପାଖି ୧୧୦,୦୦୦ ବେଡ୍‌ର ଆୟୋଜନ କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.