ପ୍ରେମକଲେ, ଏକାଠି ରହିଲେ ଆଉ ତା’ ପରେ ଗର୍ଲଫ୍ରେଣ୍ଡ କିଛି ଏମିତି କଲେ ଅଚାନକ୍‌ ବୟଫ୍ରେଣ୍ଡର ଜୀବନ ଚାଲିଗଲା

ପ୍ରେମ କାହାକୁ ଜୀବନର ସବୁ ସୁୁଖ ଦେଇଥାଏ ତ କାହାର ଜୀବନ ନେଇଯାଏ। ପରିସ୍ଥିତିରେ ପଡି କିଛି ଏମିତି କରିବସନ୍ତି ଯାହା ପରେ ଅବଶୋଷ ଛଡା ପାଖରେ ଆଉ କିଛି ନଥାଏ। ପ୍ରେମ ପାଇଁ କିଏ ଜୀବନ ଦିଏ ତ କିଏ ଜୀବନ ନିଏ। ପ୍ରେମକୁ ନେଇ ଏସିଡ୍‌ ମାଡ ଘଟଣା ବହୁବାର ସାମ୍ନାକୁ ଆସିଛି। ଆଜି ଆମେ ଏମିତି ଏକ ଘଟଣା ବିଷୟରେ କହିବାକୁ ଯାଉଛୁ ଯାହାକୁ ଶୁଣି ଆପଣ ବିଶ୍ୱାସ କରିପାରିବେ ନାହିଁ, କିନ୍ତୁ ଏହା ସତ।

ଆଗ୍ରାରୁ ଏକ ଅଜବ ଘଟଣା ଏବେ ସାମ୍ନାକୁ ଆସିଛି। ଯେଉଁଠି ଗୋଟେ ଝିଅ ନିଜ ବୟଫ୍ରେଣ୍ଡ ଉପରେ ଏସିଡ୍‌ ମାଡ କରିଛି। ପ୍ରେମରେ ଧୋକ୍କା ଖାଇଥିବାରୁ ଝିଅଟି ଏପରି କରିଥିବାର ଜଣାପଡିଛି। ପୁଅଟି ତାକୁ ଧୋକ୍କା ଦେଉଥିବା ଜାଣିବା ପରେ ଝିଅଟି ଏପରି ନିଷ୍ପତ୍ତି ନେଇଥିବା ଘଟଣା ଏବେ ସବୁଆଡେ ଚର୍ଚ୍ଚାର ବିଷୟ ପାଲଟିଛି।

ଘଟଣା ଆଗ୍ରାର ହରିପର୍ବତ ଥାନା ଅନ୍ତର୍ଗତ ଖନ୍ଦାରୀ ଇଲାକାର ଗୁରୁବାର ସନ୍ଧ୍ୟାରେ ଦେଖିବାକୁ ମିଳିଛି। ଏସିଡ୍‌ ଶିକାର ହୋଇଥିବା ଯୁବକର ନାମ ଦେବେନ୍ଦ୍ର ରାଜପୁତ। ୨୮ବର୍ଷର ଏହି ଯୁବକ ଜଣକଙ୍କ ଏସିଡ ମାଡରେ ମୃତ୍ୟୁ ଘଟିଛି। ଦୁହିଁଙ୍କ ପ୍ରେମର ଆରମ୍ଭ ଏକ ପ୍ରାଇଭେଟ ଲ୍ୟାବରେ କାମ କରୁଥିବା ସମୟରେ ହୋଇଥିଲା। ଏହାପରେ ଦୁଇଜଣ ଗୋଟିଏ ଘରେ ଭଡା ଦେଇ ରହିବାକୁ ଆରମ୍ଭ କଲେ।

acid00
pc: opindia

ପ୍ରକୃତ କଥା ହେଉଛି ପରିବାର ଲୋକେ ପୁଅର ବିବାହ ଅଲଗା ସ୍ଥାନରେ ଠିକ କରିଦେଇଥିଲେ। ଯାହାକୁ ଶୁଣିବା ପରେ ଗର୍ଲଫ୍ରେଣ୍ଡ ରାଗି ଯାଇଥିଲେ। ଦେବେନ୍ଦ୍ର ଗୁରୁବାର କାମକୁ ଯାଇଥିଲେ। ଝିଅଟି ଫ୍ୟାନ ସଜାଡିବା ବାହାନାରେ ପୁଅକୁ ଘରକୁ ଡାକିଲେ। ଫ୍ୟାନ ସଜାଡୁଥିବା ସମୟରେ ଝିଅଟି ଆଣିଥିବା ଏସିଡ୍‌ ପୁଅ ଉପରେ ମାଡ କରିଥିଲେ। ଘଟଣାସ୍ଥଳରେ ପୁଅର ମୃତ୍ୟୁ ଘଟିଛି।

ଝିଅର ନାମ ସୋନମ୍‌ ଯାହାକି ବିଶେଷ ସୂତ୍ରରୁ ପ୍ରକାଶ ପାଇଛି। ଏସିଡ୍‌ ମାଡ କରିଥିବା ସମୟରେ ସୋନମ ଶରୀରର କିଛି ଜାଗାରେ ଏସିଡ୍‌ ର ଛିଟା ପଡିଥିବା ଜଣାପଡିଛି। ଏହି ଘଟଣା ପରେ ପୁଅର ପରିବାର ଲୋକେ ସୋନମ ନାଁରେ ଅଭିଯୋଗ ଆଣିଛନ୍ତି। ଆଗ୍ରା ପୋଲିସ ଅଧିକ୍ଷକ ବି. ଆର୍‌ ପ୍ରମୋଦ ଏନେଇ ଯାଞ୍ଚ ଆରମ୍ଭ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.