ଯେଉଁଠି ଝିଅର ବାପା ହେବା ପାପ ! ଦୁର୍ବୃତ୍ତଙ୍କ ଆକ୍ରମଣରେ ଉର୍ଦ୍ଦୁ କବି ଗୁରୁତର ଆହତ

ନୂଆଦିଲ୍ଲୀ : ଝିଅକୁ ସ୍କୁଲରେ ଅସଦାଚରଣ କରାଯାଉଥିଲା । ବାରମ୍ବାର ଫୋନ୍ କରି ଅଶ୍ଳିଳ କଥା କୁହାଯାଉଥିଲା । ତାର ପ୍ରତିବାଦ କଲେ ବାପା । ଆଉ ଶିକାର ହେଲେ ଏସିଡ୍ ମାଡ଼ର । ଏଭଳି ଘଟଣା ଘଟିଛି ଦିଲ୍ଲୀ ସ୍ଥିତ ଫିରୋଜାବାଦ ଅଞ୍ଚଳରେ । ବ୍ୟକ୍ତି ଜଣକ ହେଉଛନ୍ତି ଉର୍ଦ୍ଦୁ କବି ହାସିମ ଫିରୋଜାବାଦି । ତାଙ୍କ ଝିଅକୁ ସ୍କୁଲରେ କିଛି ବଦମାସ୍ ବାରମ୍ବାର ଅସଦାଚରଣ କରିବା ସହ ଗାଳିଗୁଲଜ କରୁଥିଲେ । ପ୍ରଥମେ ସେ ସେମାନଙ୍କୁ ବୁଝାଇତିଲେ । ତେବେ ନମାନିବାରୁ ଏହାର ପ୍ରତିବାଦ କରିବାରୁ ଗତକାଲି ସେମାନେ ହାସିମଙ୍କୁ ଧରି ଭୀଷଣ ମାଡ଼ ମାରିବା ସହ ମୁହଁକୁ ଏସିଡ୍ ଫିଙ୍ଗିଥିଲେ । ପୋଲିସ୍ ପାଖକୁ ଗଲେ ଜୀବନରୁ ମାରିଦେବାକୁ ଧମକ ଦେଇଥଲେ  । ତେବେ ଘଟଣା ସମ୍ପର୍କରେ ଅନ୍ୟମାନେ ଜାଣିବା ପରେ ହାସିମ୍ ସ୍ଥାନୀୟ ରସୁଲପୁର ଥାନାରେ ଏତଲା ଦେଇଛନ୍ତି । ପୋଲିସ୍ ଅପରାଧୀମାନଙ୍କୁ ଖୋଜୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.