Below header

ମାତ୍ର ୩ ଦିନରେ ଶିରିଡ଼ି ସାଇ ମନ୍ଦିରକୁ ମୋଟ୍ ୫ କୋଟି ୯୭ ଲକ୍ଷ ଟଙ୍କାର ଦାନ

ମୁମ୍ବାଇ : ମହାରାଷ୍ଟ୍ର ସ୍ଥିତ ଶିରିଡ଼ି ସାଇବାବା ମନ୍ଦିରରେ ଏହାର କର୍ମକର୍ତ୍ତାମାନେ ଟଙ୍କା ଗଣି ଗଣି ଥକି ଗଲେ । କାରଣ ସାଇବାବାଙ୍କ ସମାଧି ଶତବାର୍ଷିକୀ ଅବସରରେ କୋଟି କୋଟି ଟଙ୍କାର ଦାନ ମିଳିଛି ମନ୍ଦିରକୁ । ଗତ ଅକଟୋବର ୧୭ରୁ ୧୯ ତାରିଖ ପର୍ଯ୍ୟନ୍ତ ଶତବାର୍ଷିକୀ ଉତ୍ସବ ପାଳନ କରାଯାଇଥିଲା । ମାତ୍ର ୩ ଦିନରେ ଦେଶ ବିଦେଶରୁ ଭକ୍ତମାନେ ୨ କୋଟି ୫୨ ଲକ୍ଷ ଟଙ୍କା ଦାନ କରିଛନ୍ତି । ଏସବୁ ଅର୍ଥ କେବଳ ମନ୍ଦିର ହୁଣ୍ଡିରୁ ଆଦାୟ ହୋଇଛି । ଏହାବାଦ୍ କାଉଣ୍ଟରରୁ ୧ କୋଟି ୪୬ ଲକ୍ଷ, ଅନଲାଇନ୍ ଦାନରୁ ୧ କୋଟି ୪୧ ଲକ୍ଷ ଟଙ୍କା ମିଳିଛି । ୨୮ ଲକ୍ଷ ୨୪ ହଜାର ଟଙ୍କାର ସୁନା ଓ ରୁପା ଅଳଙ୍କାର ଏବଂ ୨୪ ଲକ୍ଷ ୫୫ ହଜାର ଟଙ୍କାର ବିଦେଶୀ ମୁଦ୍ରା ମଧ୍ୟ ମିଳିଛି । ପାଉଣା ଦର୍ଶନରେ ୭୮ ଲକ୍ଷ ଏବଂ ଲଡୁ ବିକା ବାବଦରେ ୨୮ ଲକ୍ଷ ୫୧ ହଜାର ଟଙ୍କା  ମିଳିଛି ମନ୍ଦିର ଟ୍ରଷ୍ଟକୁ। ମୋଟ୍ ୫ କୋଟି ୯୭ ଲକ୍ଷ ଟଙ୍କାର ନଗଦ ଟଙ୍କା ଓ ସୁନା ଅଳଙ୍କାର ଦାନରେ ମିଳିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.